ଦୌଡ଼ିଲେ ୫ ବର୍ଷର ବାଳକ ବୁଦ୍ଧାଦିତ୍ୟ: କମ୍‌ ବୟସ ଯୋଗୁ ଭାଗ ନେଇପାରିଲେନି

ପାରାଦୀପ,୪ା୧(ସ୍ବ.ପ୍ର.)ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆୟୋଜିତ ମିନି ମାରାଥନ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୫ ବର୍ଷୀୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ। ଭୁବନେଶ୍ୱରର ଦେବଦତ୍ତ ସ୍ବାଇଁଙ୍କ ପୁତ୍ର ବୁଦ୍ଧାଦିତ୍ୟ ବିଗତ ଦିନର ବିସ୍ମୟ ବାଳକ ବୁଦ୍ଧିଆ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁକ୍ରବାର ମାରାଥନ୍‌ରେ ଆରମମ୍ଭରୁ ଶେଷଯାଏ ସେ ଦୌଡ଼ିଥିଲେ। ମାରାଥନ୍‌ରେ ଅଫିସିଆଲ ଭାଗନେବାକୁ ସେ ପିତାଙ୍କ ସହ ଆସିଥିଲେ। କିନ୍ତୁ ୫ ବର୍ଷର ଶିଶୁ ହୋଇଥିବାରୁ ଆୟୋଜକ ଗୋପବନ୍ଧୁ କ୍ରୀଡ଼ା ସଂସଦ ପକ୍ଷରୁ ତାଙ୍କୁ ଗ୍ରହଣ କରାଯାଇ ନ ଥିଲା। କିନ୍ତୁ ସେଥିପାଇଁ ସେ ଦୁଃଖିତ ନ ଥିବା କୋମଳମତି ସ୍ବରରେ କହିଛନ୍ତି। ପୂର୍ବରୁ ବୁଦ୍ଧାଦିତ୍ୟ ୭ ଘଣ୍ଟାରେ ୭୨ କି.ମି. ଦୌଡ଼ିଥିବା ତାଙ୍କ ପିତା କୁହନ୍ତି। ଓଡ଼ିଶା ପୋଲିସଠାରୁଆରମ୍ଭ କରି ଗୋଆ, ହାଇଦ୍ରାବାଦ ସହରରେ ମଧ୍ୟ ବୁଦ୍ଧାଦିତ୍ୟ ଦୌଡ଼ିଛନ୍ତି। ଏବେ ସେ ପାଠ ପଢ଼ିବା ସହ ସ୍ବର୍ଗୀୟ ବିରଞ୍ଚତ୍ ଦାସଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ଅଭ୍ୟାସ କରୁଛନ୍ତି। ୫ ବର୍ଷର ବାଳକ ୧୪ କି.ମି. ଦୌଡ଼ିବା ବେଳେ ତାଙ୍କୁ ପ୍ରତି ଜାଗାରେ ଲୋକମାନେ ତାଳିମାରି ଉତ୍ସାହିତ କରିଥିଲେ। ଏପରି କି ଷ୍ଟାଡିୟମ୍‌ରେ ବୁଦ୍ଧାଦିତ୍ୟଙ୍କ ସହ ଅନେକ ସାଧାରଣ ଲୋକ ଓ ମିନିମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀ ସେଲ୍ଫି ନେଇଥିଲେ।


All Right Reserved By Dharitri.Com

ଗଭୀର ନିଷ୍ଠା ସଫଳତାର ବାଟ ଦେଖାଏ

ବଲାଙ୍ଗୀର ଅଫିସ, ୨୮ା୭ – ବଲାଙ୍ଗୀର ସିଏନ୍‌ସି କଲେଜ ପରିସରରେ ଗ୍ରାଜୁଏସନ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଏନ୍‌ସି କଲେଜ ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଏବଂ ପ୍ରଦୀପ...

ପାଣି ଭାବି ଏସିଡ୍‌ ପିଇଦେଲେ ଛାତ୍ର: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡେରାବିଶ,୧୬।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଚାନ୍ଦେଳ ପଞ୍ଚାୟତ ପନାପଡ଼ା ଗ୍ରାମର ଜଣେ ଛାତ୍ରଙ୍କର ଶୁକ୍ରବାର ଏସିଡ୍‌ ପିଇ ମୃତ୍ୟୁ ଘଟିଛି। ସେ ହେଲେ...

ରାଜଧାନୀରେ ପୋଲିସ-ଅପରାଧୀ ମୁହାଁମୁହିଁ : ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ) : ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଆରମ୍ଭ କରିଛି ଅପରେଶନ ଏନ୍‌କାଉଣ୍ଟର। ୨୯ ଘଣ୍ଟାରେ ୫ ଏନ୍‌କାଉଣ୍ଟର କରିିଛି। ଶନିବାର...

ତଲାରିବନ୍ଧ ରାଜସ୍ବ ଗାଁ ମାନ୍ୟତା ପାଇବା ନେଇ ବିବାଦ ଡମସାହି ଗାଁ ଲୋକଙ୍କ ରାସ୍ତାରୋକୋ

ରଣପୁର,୩।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକର ତଲାରିବନ୍ଧ ରାଜସ୍ବ ଗଁାର ମାନ୍ୟତା ପାଇବା ଜଣାପଡିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଡମସାହିଠାରେ...

ବଜ୍ରପାତରେ ଜଳିଗଲା ଗଛ

ପାଟଣା, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ଘଟିଛି। ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବେଗରେ ପବନ...

ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ

ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ...

୧୨ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୩୦ହଜାର ୪୪୦, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୭ହଜାର ୭୬୮ ଭୋଟ ମିଳିଛି।...

କନ୍ଧମାଳରେ ଲାଗୁ ହେଲା ୧୪୪ ଧାରା

ଫୁଲବାଣୀ ଅଫିସ, ୧୮ା୩ – ପ୍ରାଣଘାତୀ କରୋନା ଭୂତାଣୁ ଚାରିଆଡ଼େ ଆତଙ୍କ ଖେଳାଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ...

Leave a comment

Your email address will not be published. Required fields are marked *