ପାରାଦୀପରେ ପୁଣି କାଉ ମଡ଼କ

ପାରାଦୀପ,୪ା୧(ସ୍ବ.ପ୍ର.): ପାରାଦୀପ ସହରାଞ୍ଚଳରେ ଚଳିତବର୍ଷ ପୁଣି କାଉମଡ଼କ ହେଉଥିବା ଦେଖିବାକୁ ମିଳିଛି। ସହରର ମେଡିକାଲ ଛକ, ମାଛ ମାର୍କେଟ, ନେହେରୁ ବଙ୍ଗଳା ଆଦି ସ୍ଥାନରେ ଅନେକ କାଉ ମରିଥିବା ଦେଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୃତ କାଉର ନାଳ ରକ୍ତ ସଂଗ୍ରହ କରାଯାଇଛି। ସୂଚନାଥାଉକି, ୩ ବର୍ଷ ହେଲା ଶୀତଦିନନେ କାଉ ମରୁଛନ୍ତି। ୨୦୧୮ ମସିହାରେ ବ୍ୟାପକ କାଉ ମରିଥିଲେ ଏବଂ ସେହି ବର୍ଷ ବାର୍ଡ ଫ୍ଲୁ ଜୀବାଣୁ ଚିହ୍ନଟ ହୋଇଥିଲା। ପ୍ରାୟ ୬ ମାସ ପର୍ଯ୍ୟନ୍ତ କୁକୁଡ଼ା-ବତକ ଭଳି ପକ୍ଷୀ ଜାତୀୟ ମାଂସ ଖାଇବା ଉପରେ କଟକଣା ଲାଗୁ କରାଯାଇଥିଲା। କାଉ ମଡ଼କ ସମ୍ପର୍କରେ ପ୍ରାଣୀଧୀନ ଚିକିତ୍ସିକ ଡା. ଦେବାଶିଷ ରାଉତ କୁହନ୍ତି, ମାତ୍ର ୨ରୁ ୩ଟି କାଉ ମରିଥିବା ଦେଖିବାକୁ ପାଇଛୁ। ଏହା ବାର୍ଡ ଫ୍ଲୁ ମଡ଼କ ଭଳି ନୁହେଁ। ତଥାପି ଆମେ ମଲା କାଉର ନାଳ ସଂଗ୍ରହ କରିଛୁ। ଶୀତ, ବର୍ଷା ଓ କୋହଲା ପାଗ ଯୋଗୁ ମରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।


All Right Reserved By Dharitri.Com

ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ: ବାଲିଅନ୍ତା ବିଇଓ ଅଫିସ, ସ୍କୁଲକୁ ଅଚାନକ ଗସ୍ତ; ଅନୁପସ୍ଥିତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ

ବାଳକାଟି,୧୮।୯(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ଦାସ। ଏହା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ...

ଆଜି ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ ଅଫିସ୍‌, ୧୬।୭: ଶ୍ରୀମନ୍ଦିରରେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିିଷ୍ଟ ନୀତି...

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଗତମାସ ୨୧ ତାରିଖରେ ଭିତର ସେବାୟତ ନିଯୋଗ କୋଠା ଭଙ୍ଗା ସରିବା ପରେ...

ପ୍ରହସନ ପାଲଟିଛି ଲୋକଙ୍କୁ ମାସ୍କ ବଣ୍ଟନ

ଲଖନପୁର,୧୯।୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ତରଫରୁ ଲଖନପୁର ବ୍ଲକ୍‌ରେ ମାସ୍କ ବଣ୍ଟନ କରାଯାଉଛି। ଅଙ୍ଗନଓ୍ବାଡି କର୍ମୀ ଓ...

ଓଏଏସ୍‌ସ୍ତରରେ ଅଦଳବଦଳ,ପକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ମଙ୍ଗଳବାର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ...

ବଢୁଛି ଶିଳ୍ପ, ଗାଁ ମୁହାଁ ହାତୀ

ଯାଜପୁର ଅଫିସ,୨୪ା୧ – ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ, ଫସଲହାନି, ଘରଦ୍ୱାର କ୍ଷୟକ୍ଷତି ଘଟଣା ଆଦି ବୃଦ୍ଧି ପାଉଛି। ଗତ କିଛିବର୍ଷ ହେଲା ଏଭଳି ଘଟଣା...

୧୩ ବର୍ଷର ନାବଳିକା ୭ ମାସର ଗର୍ଭବତୀ:ଅଭିଯୁକ୍ତ ୨ ଛୁଆର ବାପା ନାଁରେ ଏତଲା

ଜୟପୁର,୧୪ା୫(ଡି.ଏନ୍‌.ଏ.): ଦୁଇଟି ଛୁଆର ବାପା ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ୭ ମାସର ଗର୍ଭବତୀ କରିଛନ୍ତି। ଅଭିଯୁକ୍ତ ଜଣକ...

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି...

Leave a comment

Your email address will not be published. Required fields are marked *