୧୬ ନୂତନ ଅଧ୍ୟାପକ ନିଯୁକ୍ତ: ଶିକ୍ଷକତାକୁ ବୃତ୍ତି ନୁହେଁ, ବ୍ରତ ଭାବେ ଗ୍ରହଣ କର; ମନ୍ତ୍ରୀ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶକ। ତେଣୁ ସେମାନେ ପ୍ରଭାବଶାଳୀ ହେବା ଆବଶ୍ୟକ। ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ବାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଞ୍ଚତ୍ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଶୁକ୍ରବାର ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କ ନିଯୁକ୍ତି କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। କୃଷି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୬ ଯୋଗ୍ୟ ବିବେଚିତ ଅଧ୍ୟାପିକା ଅଧ୍ୟାପକଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ୧୪ ଜଣ ଦିବ୍ୟାଙ୍ଗ ଅଧ୍ୟାପିକା ଅଧ୍ୟାପକ ଥିବାବେଳେ ଜଣେ ଖେଳାଳି, ଜଣେ ଅବସରପ୍ରାପ୍ତ ଆର୍ମି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ବୋଟାନିରେ ୨ ଜଣ, ବାଣିଜ୍ୟରେ ଜଣେ, ରସାୟନରେ ଜଣେ, ଇଂଲିଶ୍‌ରେ ୪ ଜଣ, ଲଜିକ୍‌ ଓ ଫିଲୋସଫିରେ ୨ ଜଣ, ପଦାର୍ଥ ବିଜ୍ଞାନରେ ଜଣେ, ରାଜନୀତି ବିଜ୍ଞାନରେ ୩ ଜଣ, ଗଣିତରେ ଜଣେ, ଜୁଲୋଜିରେ ଜଣେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ନବନିଯୁକ୍ତ ଅଧ୍ୟାପିକା ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ସାହୁ କହିଥିଲେ ଯେ, ଶିକ୍ଷା ଦ୍ବାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ। ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନ ଭାବି ବ୍ରତ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏହି ନିଯୁକ୍ତିକୁ ‘ନୂତନ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଥମ ଭେଟି’ ବୋଲି ମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଯୋଗଦେଇ ନବନିଯୁକ୍ତ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଜ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ତା’ର ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭାଗୀୟ ଯୁଗ୍ମସଚିବ ସୁରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


All Right Reserved By Dharitri.Com

ଓସା ନିର୍ବାଚନ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୭।୨ (ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ସମୟ ଅତିକ୍ରାନ୍ତ ହୋଇଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଏବଂ କେତେକ...

କମ୍ପାନୀରୁ ଚୋରି, ୨ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖାରବେଳ ନଗର ଥାନା ଏକ ଘରୋଇ କମ୍ପାନୀରୁ ଲୁହା ଓ ଆଲୁମିନିୟମ ଚ୍ୟାନେଲ ଚୋରି କରୁଥିବାବେଳେ ୨ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ସେମାନେ...

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା...

ଉଦ୍‌ଘାଟନର ୫ ମାସ ପରେ ଅଲୋଡ଼ା:ଅରିଲ: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା

ବାରଙ୍ଗ,୨୯ା୬(ଡି.ଏନ୍‌.ଏ.): ରାମଦାସପୁର ଅରିଲଠାରେ ଚଳିତବର୍ଷ ପ୍ରଥମକରି ଆରମ୍ଭ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଉଦ୍‌ଘାଟନକୁ ୫ମାସ ବିତିଯାଇଥିଲେ ମଧ୍ୟ...

ଛାତ୍ରୀଛାତ୍ର ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ବଜାୟ ରଖନ୍ତୁ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ) ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ବାର୍ଷିକ ସାମାଜିକ ବିଜ୍ଞାନ ସମ୍ମିଳନୀ ‘ସୋ-ସାଇଟି-୨୦୧୯’ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା...

ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ମନା

ପୁରୁଣା ଭୁବନେଶ୍ୱର, ୧୭।୩(ଡି.ଏନ୍‌.ଏ.): ମହାମାରୀ କରୋନା ପାଇଁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର...

ଦିବ୍ୟାଙ୍ଗ ପୁଷ୍ପାଞ୍ଜଳିକେ ଘାରୁଛେ ପାଠ୍‌ପଢ଼ା ଚିନ୍‌ତା:ସ୍କୁଲ ଯିବାରେ ଭଂଗା ଟ୍ରାଇସାଇକେଲ ବାଧକ୍‌

ଲୋଇସିଂହା,୧୨।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ସଦରର ପୁଷ୍ପାଞ୍ଜଳି ବେହେରା(୧୬)। ସେ ଜନ୍‌ମୁ ଦିବ୍ୟାଙ୍ଗ, ଚାଲବୁଲ କରି ନାଇଁପାରବାର। ଏହେଦେ ସେ ଥାନୀୟ ବାଳିକା ହାଇସ୍କୁଲରେ ନବମ...

ବିଏମ୍‌ସିର ଯୋଜନା : ସବୁ ୱାର୍ଡରେ ହେବ କାର୍ଯ୍ୟାଳୟ

ଭୁବନେଶ୍ୱର,୨।୮(ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାତି ପାହିଲେ ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ଜବରଦଖଲ...

Leave a comment

Your email address will not be published. Required fields are marked *