ସକାଳୁଆ ଆସୁନାହାନ୍ତି କର୍ମଚାରୀ

ହାଟଡିହୀ, ୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସରକାରୀ ଅଫିସକୁ କର୍ମଚାରୀ ମାନେ ସକାଳୁ ଆସିବାର ନିୟମ ଥିଲେ ବି ତାହା ଏଠାରେ ପାଳନ ହେଉ ନ ଥିବା ଦେଖିବାକୁ ମିଳୁଛି। କର୍ମଚାରୀ ମାନେ ସକାଳ ୭ଟାରେ ଅଫିସ ଆସିବା କଥା। କିନ୍ତୁ କେହି କେହି ଦିନ ୯ଟାରେ ଆସୁଥିବା ବେଳେ ଆଉ କିଏ ଦିନ ୧୦ଟାରେ ଆସୁଥିବା ଦେଖାଯାଇଛି। ହାଟଡିହୀ ତହସିଲରେ ଏପରି ଉଦାହରଣ ଏବେ ନଜରକୁ ଆସିଛି। ସକାଳୁ କେବଳ ଅଫିସ ତାଲା ଖୋଲାଯାଇଥିବା ବେଳେ କୌଣସି କର୍ମଚାରୀଙ୍କୁ ଦେଖାମିଳି ନ ଥାଏ। ଚେୟାର ଟେବୁଲ ଫାଙ୍କା ପଡ଼ିଥାଏ। ମାତ୍ର ଦୁଇ ତିନି ଜଣ ତଳ ଶ୍ରେଣୀର କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ ଅନ୍ୟ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି। ସେହିପରି ହାଟଡିହୀ ବ୍ଲକକୁ ଲକ୍ଷ୍ୟ କଲେ ବିଡିଓ ଓ ଅନ୍ୟ ୩ ରୁ ଚାରି କର୍ମଚାରୀଙ୍କୁ ସକାଳୁଆ ଅଫିସରେ ଦେଖିବାକୁ ମିଳୁଛି। ଅନ୍ୟ ସରକାରୀ କର୍ମଚାରୀ ମାନଙ୍କର ଦେଖାନଥାଏ। ମନ ଇଚ୍ଛା କର୍ମଚାରୀମାନେ ବହୁ ବିଳମ୍ବରେ ଆସିଥାନ୍ତି। କର୍ମଚାରୀମାନେ ବିଳମ୍ବରେ ଆସିବାକୁ ନେଇ ବ୍ଲକ ବିଡିଓ ସୁଶାନ୍ତ ବାରିକ ଏକାଧିକ ଥର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କର୍ମଚାରୀମାନଙ୍କୁ ଠିକ ସମୟରେ ଆସିବା ପାଇଁ ତାଗିଦ ମଧ୍ୟ କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲକ, ତହସିଲ କର୍ମଚାରୀ ମାନେ ଅଫିସକୁ ଆସୁଛନ୍ତି କି ନାହିଁ ସେ ନେଇ ଏକ ଇ-ଉପସ୍ଥାନ ମେଶିିନ ଲଗାଯାଇଛି। କର୍ମଚାରୀମାନେ ଅଫିସକୁ ଆସିଲେ ପ୍ରଥମେ ନିଜର ଆଙ୍ଗୁଳି ଟିପ ଚିହ୍ନ ଏହି ମେଶିନରେ ଛୁଇଁବେ। ଫଳରେ କର୍ମଚାରୀମାନେ ଅଫିସରେ ଉପସ୍ଥିତ ଅଛନ୍ତି ବୋଲି ସ୍ପଷ୍ଟ ହୁଏ। ଯାହା ଦ୍ୱାରା କି କର୍ମଚାରୀମାନେ ଆଉ ଅନୁପସ୍ଥିତ ରହିବା ମହଙ୍ଗା ହୋଇଥାଏ। କିନ୍ତୁ ବ୍ଲକ ଓ ତହସିଲରେ ଲାଗିଥିବା ଇ-ଉପସ୍ଥାନ ମେଶିନ ଏବେ ଅକାମୀ। ବ୍ଲକ ତହସିଲ କାନ୍ଥରେ ଇ-ଉପସ୍ଥାନ ମେଶିନର ଖୋଳ ଝୁଲୁଛି। କିନ୍ତୁ ଖୋଳ ଭିତରେ ମେଶିିନ ନାହିଁ। ଏପରି ପରିସ୍ଥିତି ଯୋଗୁ କର୍ମଚାରୀ ମାନେ ମନମୁଖୀ ଶାସନରେ ଅଫିସକୁ ଯିବା ଆସିବା କରୁଥିବା ସହଜ ହେଉଛି। ଜିଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।


All Right Reserved By Dharitri.Com

ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ...

‘ବେଆଇନ ବାଲିଚାଲାଣ ଉପରେ ଲଗାମ ଲଗାଯିବ’

ଜଳେଶ୍ୱର, ୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲାର ନୂତନ ଜିଲାପାଳ ଭାବେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦାୟିତ୍ୱ ନେବା ପରେ ଗୁରୁବାର ପୂର୍ବାହ୍ନରେ ଜଳେଶ୍ୱର ତହସିଲ ପରିସରରେ ଅଚାନକ ପହଞ୍ଚିଥିଲେ।...

ଶିକ୍ଷାନୀତିର ପରିବର୍ତ୍ତନ ଜରୁରୀ: ଅନନ୍ତ

ଭୋଗରାଇ, ୫।୮(ଡି.ଏନ.ଏ.)- ଶିକ୍ଷାନୀତିର ପରିବର୍ତ୍ତନ କରାଯାଇ ସାରାଦେଶରେ ଏକକ ପରୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା...

କଂଗ୍ରେସ ପକ୍ଷରୁ ମାସ୍କ, ଖାଦ୍ୟ ବଣ୍ଟନ

ବାଲେଶ୍ୱର ଅଫିସ, ୨୮।୪-ବାଲେଶ୍ୱର ଜିଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଫଳରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ପିସିସି ସଭାପତି...

ବଜ୍ରପାତରେ ଯୁବକଙ୍କ ଜୀବନଗଲା

ସଜନାଗଡ, ୧୫ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ହାତିଆଶିଳା ଗ୍ରାମର ଗୁରା ସିଂ ( ୨୧ )ନାମକ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିିଛି। ଶୁକ୍ରବାର ସାରେ...

ଅବାଧରେ ଚାଲିଛି ମୋରମ ଚାଲାଣ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ...

ଏମ୍‌ଭିଆଇ ପରିଚୟ ଦେଇ ତୀର୍ଥଯାତ୍ରୀ ବସ୍‌ରୁ ଲୁଟ୍‌ପାଟ : ୫ଜଣଙ୍କୁ କାବୁ କଲେ ଯାତ୍ରୀ

ଜଳେଶ୍ୱର, ୧୪ା୯-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟରେ ବେଆଇନ ଭାବେ ଚାନ୍ଦା ଆଦାୟ ଚାଲିଛି। ନକଲି ଏମ୍‌ଭିଆଇ, ଆରଟିଓ,...

ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି...

Leave a comment

Your email address will not be published. Required fields are marked *