ବାସ୍ତବ ପ୍ରଭୁପୂଜା

ବରଦା ପ୍ରସନ୍ନ ଦାସ
ପରମାତ୍ମାଙ୍କ ଶାସନର ସମ୍ବିଧାନ ହେଉଛି ବେଦ। ଭୋଗବିଳାସର ବସ୍ତୁଗୁଡ଼ିକୁ ଶ୍ରେଷ୍ଠ ସମ୍ପଦ ମଧ୍ୟରେ ଗଣାଯାଏ ନାହିଁ। ବାସ୍ତବିକ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ ହେଉଛି ସ୍ବାସ୍ଥ୍ୟବାନ ଶରୀର ଓ ଉତ୍ତମ ଚରିତ୍ର। ଭାଗବତରେ ଲେଖାଅଛି- ”ବିଶ୍ୱାସ ମୂଳେ ଏ ଜଗତ, ପ୍ରାଣୀ ହୁଅନ୍ତି ଆତଯାତ।“ ବିଶ୍ୱାସ ଆଧାରରେ ସବୁ କାମ ଚାଲେ। କେତେକ ପୂର୍ବପୁରୁଷ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସୀମାବଦ୍ଧ। ଆଉ କେତେକ ପୂର୍ବପୁରୁଷ ଅନୁଯାୟୀ ପ୍ରଚଳିତ। ସମାଜ, ଜାତି, ସମ୍ପ୍ରଦାୟ, ଦେଶ ଦେଶ ମଧ୍ୟରେ ଏହାର ଭିନ୍ନତା ପରିଲକ୍ଷିତ ହୋଇଥାଏ। ଏହାର କାରଣ ହେଲା ଭିନ୍ନ ଭାଷା, ବିଭିନ୍ନ ପରମ୍ପରା, ଧର୍ମ ଓ ଧର୍ମ ଧାରଣାର ସ୍ବାଧୀନତା। ବିଭିନ୍ନ ସମ୍ପ୍ରଦାୟର ଧର୍ମଶାସ୍ତ୍ର ଆଧାରରେ ମଣିଷର ବିଶ୍ୱାସ, ଚିନ୍ତନ ପରମ୍ପରା ଗତିକରେ। ଏ ସବୁ ମଧ୍ୟରେ ଆମର ସର୍ବ ପୁରାତନ ଶାସ୍ତ୍ରକୁ ପରାଧୀନତାର ବନ୍ଧନ ଭିତରେ ରଖି ଆମେ କ୍ରମେ ବହୁ ମାତ୍ରାରେ ଭୁଲିଯିବାକୁ ବାଧ୍ୟ ହେଉଛୁ। ୧୯୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ହେଲା ଓ ୧୯୪୭ ମସିହାରେ ଦେଶ ସ୍ବାଧୀନତା ହାସଲ କଲା। ଏହା ପୂର୍ବରୁ ବିଦେଶୀ ଶାସନ ଚାଲିଥିଲା। ଆମ ଶାସ୍ତ୍ରକୁ ଘରକୁ ଘର ବୁଲି ନଷ୍ଟ ଭ୍ରଷ୍ଟ କରିଦିଆଯାଇଥିଲା। ତେଣୁ ସେଥିରୁ ଆମେ ଦୂରେଇ ଯିବାକୁ ବାଧ୍ୟ ହୋଇଛୁ। ମହାନ୍‌ ବ୍ୟକ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ନେତୃତ୍ୱରେ ଆମ ସର୍ବପୁରାତନ ସନାତନ ଧର୍ମଶାସ୍ତ୍ର ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ହୋଇଛି। ଅତୀତରେ ପୁରାଣ, କୋରାନ ଓ ବାଇବେଲର ଅନ୍ଧବିଶ୍ୱାସଗୁଡ଼ିକୁ ଖଣ୍ଡନ କଲେ ବୋଲି ବୈଜ୍ଞାନିକ ଗାଲିଲିଓଙ୍କୁ ଦିଆଗଲା ଆମରଣ ଜେଲ ଯାତନା, ବୈଜ୍ଞାନିକ ବ୍ରୁନୋଙ୍କୁ କିରୋସିନ ଢାଳି ମାରି ଦିଆଯାଇଥିଲା, ମହର୍ଷି ଦୟାନନ୍ଦଙ୍କୁ ବିଷ ଦେଇ ହତ୍ୟା କରାଗଲା ଓ ମହାତ୍ମା ସକ୍ରେଟିସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ଅନ୍ଧବିଶ୍ୱାସ ଯୋଗୁ ମାନବ ଜାତି ଭିତରେ ଭେଦଭାବ ବଢ଼ି ଚାଲିଛି। ଫଳରେ ଆମେ ଅସହ୍ୟ ଦୁଃଖଦୁର୍ଦ୍ଦଶା ଭୋଗକରି ଅଶାନ୍ତି ମଧ୍ୟରେ ଗତି କରିଚାଲିଛୁ। ଏସବୁଥିରୁ ଉଦ୍ଧାର ପାଇବାକୁ ହେଲେ ବେଦର ସାରକଥା ଆମକୁ ମାନିବାକୁ ହେବ।
ବେଦର ମର୍ମାର୍ଥ ହେଲା, ଜୀବଗଣଙ୍କୁ ସାହାଯ୍ୟ କରିବା ଦ୍ୱାରା ପରମପିତା ପ୍ରସନ୍ନ ହୋଇଥାନ୍ତି। ଅର୍ଥାତ୍‌ ଦୁଃଖୀର ଦୁଃଖ ନିବାରଣ, ରୋଗୀକୁ ଔଷଧ ବଣ୍ଟନ, କ୍ଷୁଧାର୍ଥକୁ ଅନ୍ନଦାନ, ତୃଷାର୍ତ୍ତକୁ ଜଳଦାନ, ନିର୍ବସ୍ତ୍ରକୁ ବସ୍ତ୍ର ଦାନ, ଅଜ୍ଞାନକୁ ଜ୍ଞାନଦାନ, ଅସହାୟକୁ ସହାୟତା ପ୍ରଦାନ, ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ଓ ପର ଉପକାର ଇତ୍ୟାଦି। ଏସବୁ କାର୍ଯ୍ୟ ହେଲା ବାସ୍ତବ ପ୍ରଭୁପୂଜା। ଜୀବଜଗତର ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ। ଅତଏବ ପରମେଶ୍ୱରଙ୍କୁ ପୂଜା କରିବାର ଏତେ ସୁନ୍ଦର ପ୍ରଣାଳୀକୁ ଛାଡ଼ି ମନ୍ଦିରରେ ପୂଜାପାଠ କରିବା ଦ୍ୱାରା କିଛି ଲାଭ ହୋଇ ନ ଥାଏ।
ସକାଳେ ସନ୍ଧ୍ୟାରେ କିଛି ସମୟ ଈଶ୍ୱର ଚିନ୍ତନ ଏକାଗ୍ର ମନରେ କରିବା ଉଚିତ। ଏହାକୁ ହିଁ ଧ୍ୟାନ କୁହାଯାଏ। ସେହି ଦୟାମୟ ପରମେଶ୍ୱରଙ୍କ ଗୁଣ ଚିନ୍ତନ ହିଁ ପ୍ରଭୁପୂଜା। ବେଦ ହେଉଛି ବିଶ୍ୱ ପାଠାଗାରର ସର୍ବପ୍ରାଚୀନ ପୁସ୍ତକ। ବେଦଠାରୁ ମଣିଷ ସମାଜ ଦୂରେଇ ଯିବାର କାରଣ ହେଲା ଏହାକୁ ନିୟମିତ ପାଠ କରୁଥିବା ବ୍ରାହ୍ମଣମାନେ ଏଥିରୁ ନିବୃତ୍ତ ହୋଇ ବିଭିନ୍ନ ପୁରାଣ ଆଦି ପାଠ ଦିଗରେ ଆଗ୍ରହ ପ୍ରକାଶ କଲେ। ଶୃଙ୍ଗାରରସାତ୍ମକ ସଂସ୍କୃତ କାବ୍ୟ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ପାଇଲା। ସାମ୍ପ୍ରଦାୟିକ ଗୁରୁମାନେ ନିଜ ନିଜର କାୟା ବିସ୍ତାର କରି ସମାଜରେ ଆଧିପତ୍ୟ ଜାହିର କଲେ। ପ୍ରାଦେଶିକ ଭାଷା ପ୍ରଚଳନ ଫଳରେ ସଂସ୍କୃତ ଭାଷା ଅଧ୍ୟୟନ ପ୍ରତି ଆଗ୍ରହ କମିଲା। ସମ୍ପ୍ରତି କେତେଜଣ ମହାନ୍‌ ବ୍ୟକ୍ତି ବେଦର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱର ଜୀବଗଣଙ୍କ ଉପକାର କରିବା ଦ୍ୱାରା ହିଁ ବିଶ୍ୱପିତା ଆମ ଉପରେ ପ୍ରସନ୍ନ ହୋଇଥାନ୍ତି।
ସେହିପରି ଭାବେ ସେବା। ଲୋକଙ୍କର ସେବା କରିବା ପାଇଁ ସମସ୍ତ ଯୋଜନା ପ୍ରଣୟନ କରାଯାଇଛି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱର ବିଭିନ୍ନ ଦେଶରେ ସରକାର ଚେଷ୍ଟିତ। ଓଡ଼ିଶା ରାଜ୍ୟ ପ୍ରଶାସନର କେନ୍ଦ୍ରସ୍ଥଳୀ ସଚିବାଳୟଠାରେ ନିୟନ୍ତ୍ରଣ ଚାବିକାଠି ରହିଛି। ଲୋକଙ୍କର ସେବା କରିବାକୁ ପ୍ରାଧାନ୍ୟ ଦିଆଯାଇ ପ୍ରଥମେ ରାଜ୍ୟ ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ ‘ଲୋକସେବା ଭବନ’ ରଖାଯାଇଛି, ଯାହାକି ବେଦର ଆଦର୍ଶକୁ ଯଥାର୍ଥ ସମ୍ମାନ ମିଳିଛି। ପ୍ରତ୍ୟକ୍ଷ ଓ ପରୋକ୍ଷରେ, ଜାଣତ ହେଉ ବା ଅଜାଣତରେ ପ୍ରଭୁପୂଜାର ଅର୍ଥ ଲୋକସେବାକୁ ହିଁ ବୁଝାଇଥାଏ। ଯେଉଁ ହିନ୍ଦୁ ଧର୍ମଶାସ୍ତ୍ର ବେଦ ଏପରି ସତ୍ୟ ଓ ଯଥାର୍ଥ ବିଚାରରେ ପରିପୂର୍ଣ୍ଣ, ସେହି ହିନ୍ଦୁ ଆଜି ଅଜ୍ଞାନତାର ମହାରୋଗରେ ପୀଡ଼ିତ, ଅଜ୍ଞାନତାର ଘନ ଅନ୍ଧକାରରେ ଆଚ୍ଛନ୍ନ ଭ୍ରମ ଏବଂ ଅନ୍ଧବିଶ୍ୱାସର ଅନ୍ଧକୂପରେ ନିପୀଡ଼ିତ। ଏଣୁ ଆସନ୍ତୁ, ଆମ ପୁରାତନ ଉପାଦେୟ ଶାସ୍ତ୍ର ବେଦକୁ ଉଦ୍ଧାର ପାଇଁ ଉଦ୍ୟମ କରିବା ଓ ପ୍ରକୃତ ଜ୍ଞାନର ପରିଚୟ ପାଇଁ ଜାତି ଓ ଦଳମତ ନିର୍ବିଶେଷରେ ଏକାଠି କାର୍ଯ୍ୟକରିବା। ଏହାର ସରଳୀକରଣ ଏବଂ ଓଡ଼ିଆ ଅନୁବାଦ କରାଇ ସମସ୍ତ ଜିଲା ଏବଂ ଉପଖଣ୍ଡସ୍ତରରେ ଉପଲବ୍‌ଧ କରାଇବା ପାଇଁ ପଦକ୍ଷେପ ନେବା। ଏ ଦିଗରେ ସର୍ବାଗ୍ରେ ସମସ୍ତଙ୍କର ଆଗ୍ରହ ପ୍ରକାଶ ପାଇବା ଆଜିର ସବୁଠୁ ବେଶି ଆବଶ୍ୟକତା। ଅତୀତରେ ଦେବଭୂମି ଭାରତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ସଂସ୍କୃତ ଭାଷା ସହ ଅଧ୍ୟୟନ କରାଯାଉଥିଲା। କାଳକ୍ରମେ ସେଗୁଡ଼ିକ ଲୋପ ପାଇବା ପରେ ସଂସ୍କୃତ ଭାଷା ସହ ବେଦପାଠ ଲୋପ ପାଇଥିଲା। ସମ୍ପ୍ରତି ପୁନର୍ବାର ଭାରତରେ ଏକଶହରୁ ଊର୍ଦ୍ଧ୍ୱ ଗୁରୁକୁଳ ଶିକ୍ଷା ଆଶ୍ରମ ଚାଲୁଛି। ଏହାର ସଂଖ୍ୟା ବୃଦ୍ଧି ପାଇଲେ ଏବଂ ସଂସ୍କୃତ ଭାଷାର ପ୍ରଚଳନ ବୃଦ୍ଧି ହେଲେ ବେଦପାଠର ଚାହିଦା ବୃଦ୍ଧି ପାଇବ।
ମହାନ୍ତି ଲେନ୍‌, କେଶରପୁର, କଟକ-୧, ମୋ-୯୮୬୧୧୪୫୬୮୭


All Right Reserved By Dharitri.Com

ଦେଶ ବଞ୍ଚିଲେ ଆମେ ବଞ୍ଚିବା

ବୈକୁଣ୍ଠନାଥ ମିଶ୍ର ମନୁଷ୍ୟର ଅସ୍ବାଭାବିକ ଆଚରଣ ଘୋର ସଙ୍କଟମୟ ସ୍ଥିତିକୁ ଆମନ୍ତ୍ରଣ କରୁଛି। ତା’ର ଚଳଣି, ନିତ୍ୟନୈମିତ୍ତିକ କର୍ମ ସମ୍ପାଦନ ଓ ଗତିବିଧିର ଫଳାଫଳ କ୍ରମେ...

ଏଇ ଭାରତରେ

ଛତିଶଗଡ଼ ପତ୍ରାର ଏକ ସରକାରୀ ସ୍କୁଲ୍‌ ପିଲାମାନଙ୍କ ଭବିଷ୍ୟତ ନିଆରା ଢଙ୍ଗରେ ଗଢୁଛିି। ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ଆମତ୍ବିଶ୍ୱାସ ବଢାଇବା ଲାଗି ଖୋଲା ଆଲୋଚନା...

ଯୁବଗୋଷ୍ଠୀର ବୃତ୍ତି ଓ ପ୍ରବୃତ୍ତି

ମନ-ମାନଚିତ୍ର/ ଡ. ନରହରି ବେହେରା ସେଦିନ ଭୁବନେଶ୍ୱରରୁ ଫେରିବାବେଳେ ଭଣ୍ଡାରିପୋଖରୀ ପରେ ରାସ୍ତାପାଖରେ ଗୋଟିଏ ଛୋଟ ରେଷ୍ଟୁରାଣ୍ଟ ଭିତରକୁ ପଶିଗଲି। ରେଷ୍ଟୁରାଣ୍ଟଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ...

ଆଜିର ଅର୍ଥନୀତି/ ପ୍ରୋତ୍ସାହନ ଲୋଡ଼ା

ଅର୍ଥନୀତି ଉପରେ କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ସ୍ବରୂପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ୟୁଏସ୍‌ ଫେଡେରାଲ ରିଜର୍ଭ) ମଙ୍ଗଳବାର ସୁଧହାର ୫୦...

ଭିଆଇପିଙ୍କ ଜବରଦଖଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ସୋସିଆଲ ମିଡିଆର ନିରନ୍ତର ଦୃଷ୍ଟିକୁ ଏଡ଼ାଇ ଭୁଲ୍‌ଭାଲ୍‌ କାମ କରି ରାଡାର୍‌ ତଳେ ଖସିଯିବା ଏଣିକି ବାବୁମାନଙ୍କ ପାଇଁ କଷ୍ଟକର...

ବଜେଟରେ କୃଷି ଓ କୃଷକଙ୍କୁ ଅବହେଳା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟଟି ସରକାରଙ୍କ ପୂର୍ବ ବର୍ଷଗୁଡ଼ିକର ବଜେଟର ଧାରାବାହିକତାକୁ ଅବ୍ୟାହତ...

ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି।...

କଂଗ୍ରେସ ପ୍ରତ୍ୟାଖ୍ୟାତ କାହିଁକି

ନେତାଜୀ ଅଭିନନ୍ଦନ ସପ୍ତଦଶ ଲୋକ ସଭା ନିର୍ବାଚନରେ କଂଗ୍ରେସର ଦୁର୍ଦ୍ଦଶା ନେଇ ଚର୍ଚ୍ଚା ଓ ବିତର୍କର ଅନ୍ତ ନାହିଁ। କଂଗ୍ରେସର ଦୟନୀୟ ସ୍ଥିତି ପାଇଁ ଅନେକେ...

Leave a comment

Your email address will not be published. Required fields are marked *