ଆଲିଆଙ୍କୁ ଭିଡ଼ରୁ ବଞ୍ଚାଇଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ଆଲିଆ ଭଟ୍ଟ ଓ ରଣବୀର କପୁର ଅନ୍ୟତମ। ଦୀର୍ଘଦିନରୁ ବି’ଟାଉନରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି। ବଲିଉଡ୍‌ ସେଲିବ୍ରିଟିମାନେ ନିଜ ନିଜ ଡେଷ୍ଟିନେଶନ୍‌ରେ ନୂଆବର୍ଷ ପାଳିଥିବା ବେଳେ ରଣବୀର ଓ ଆଲିଆ ମଧ୍ୟ ନିକଟତର ବନ୍ଧୁ ଅୟାନ ମୁଖାର୍ଜୀଙ୍କ ସହ ଛୁଟି କାଟିବାକୁ ବାହାରକୁ ଯାଇଥିଲେ। ସେହି ସମୟର କେତେକ ଫଟୋକୁ ଆଲିଆ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ନୂଆବର୍ଷ ସେଲିବ୍ରେଟ କରି ଶୁକ୍ରବାର ଭାରତକୁ ଫେରିଥିବା ବେଳେ ତାଙ୍କୁ ସକାଳେ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଆଲିଆ ଓ ରଣବୀର ଏୟାରପୋର୍ଟରୁ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ପ୍ରଶଂସକ ଘେରିଯାଇଥିଲେ। ତାଙ୍କ ସହ ସେଲ୍ଫି ନେବାକୁ ସେଠାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏଥିଯୋଗୁ ଆଲିଆଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ସମୟରେ ରଣବୀର ତାଙ୍କୁ ଭିଡ଼ରୁ ବାହାର କରିଥିବା ଦେଖିବାକୁ ମିଳିଛି। ସେତେବେଳେ ରଣବୀର ଆଲିଆଙ୍କ ପ୍ରତି ବେଶ୍‌ ଯତ୍ନଶୀଳ ହୋଇପଡ଼ିଥିବା ବେଳେ ଏଥିରେ ତାଙ୍କର ଭଲପାଇବାର ଝଲକ ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଏହି ଅଭିନେତ୍ରୀ ଅଚାନକ ଛାଡ଼ିଦେଇଥିଲେ ଇଣ୍ଡଷ୍ଟ୍ରି

ଫିଲ୍ମ ‘ତେରେ ନାମ୍‌’ରୁ ହିଟ୍‌ ହୋଇଥିବା ଜଣେ ଅଭିନେତ୍ରୀ ଇଣ୍ଡଷ୍ଟ୍ରି ଛାଡ଼ି ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭୂମିକା...

ବିବାହ ବିଚ୍ଛେଦର ୧୬ ବର୍ଷ ପରେ ଦୁଃଖ ପ୍ରକାଶ କଲେ ଶୈଫ

ମୁମ୍ବାଇ: ଛୋଟେ ନବାବ ଶୈଫ ଅଲି ଖାଁ ତାଙ୍କ ଅପ୍‌ କମିଂ ଫିଲ୍ମ ‘ତାନାଜୀ-ଅ ଅନସଙ୍ଗ ଓ୍ବାରିୟର’ର ପମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ନିକଟରେ ସେ...

ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ...

ହାତରେ ତ୍ରିରଙ୍ଗା ଧରିଥିବା ତୈମୁରଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଶୈଫ୍‌ ଅଲ୍ଲୀ ଖାଁ ଏବଂ କରୀନା କପୁର ଖାଁଙ୍କ ପୁଅ କୁନ୍‌ମୁନ୍‌ ତୈମୁର ମଧ୍ୟ...

ବିବାହକୁ ନେଇ ଖୁସି ନାହାନ୍ତି ରାକ୍ଷୀ, ଭିଡିଓ ଶେୟାର କରି କହିଲେ,‘ବିବାହ କରିବା ଉଚିତ ନୁହେଁ’

ବମ୍ବେ: ସବୁବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ନିକଟରେ ସେ ବିବାହ କରିଥିବା କଥା ସାମ୍ନାକୁ ଆସିଥିଲା। ସେ ବେକରେ...

୬୯ ବର୍ଷରେ ଥାଲାଇବା

ବେଙ୍ଗାଲୁରୁ: ଫିଲ୍ମଷ୍ଟାର ରଜନୀକାନ୍ତ ଗୁରୁବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ...

‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀଙ୍କଠୁ ତାଙ୍କୁ ଅଲଗା କରିନାହିଁ’

ଡ୍ରିମ୍‌ଗାର୍ଲ ହେମାମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବଲିଉଡ୍‌ର ହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ। ପରଦାରେ ହେଉ ଅବା ପରଦା ବାହାରେ ଉଭୟଙ୍କ ସମ୍ପର୍କ ବେଶ୍‌ ନିବିଡ।...

ବାପା ପଡ଼ିଯିବା ଖବର ପାଇ ବି ଶୁଟିଂସେଟ୍‌ ଛାଡ଼ିପାରି ନ ଥିଲି

ସମ୍ବଲପୁରୀ ଆଲବମର ଜଣେ ଆଗଧାଡ଼ିର ଅଭିନେତା ଭାରତଗୌରବ ଦାଶ। ମାଆ ଗୀତାଞ୍ଜଳି ଓ ବାପା ଭିକାରିଚରଣ ଦାଶଙ୍କ ସୁଯୋଗ୍ୟ ସନ୍ତାନ ଭାରତଗୌରବ ପଶ୍ଚିମ ଓଡ଼ିଶା ସମେତ...

Leave a comment

Your email address will not be published. Required fields are marked *