Posted inଫୁରସତ

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେଣୁ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

– ବିବାହ ପରେ ସ୍ତ୍ରୀ ହୁଅନ୍ତୁ କି ସ୍ବାମୀ। ପୂର୍ବରୁ କାହା ସହ ଥିବା ପ୍ରେମସମ୍ପର୍କକୁ କେବେ ଆଲୋଚନା ନ କରି ଭୁଲିଯିବା ଉଚିତ୍‌। କାରଣ ଆଲୋଚନା କଲେ ମନରେ ସନ୍ଦେହ ସୃଷ୍ଟି ହେବ। ସନ୍ଦେହ ମନରେ ଥରେ ପ୍ରବେଶ କଲେ ଏହା ସହଜରେ ଯିବ ନାହିଁ। ତେଣୁ ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ।

– କିଛି ଲୋକଙ୍କର ଲେଖାଲେଖିରେ ଅଭ୍ୟାସ ଥାଏ। ତେଣୁ ଲେଖିଥିବା ଗପ କିମ୍ବା କବିତା ବେଳେବେଳେ ସାଥୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଲେଖିବା ପୂର୍ବରୁ ଏ ବିଷୟରେ ପରସ୍ପର ଆଲୋଚନା କରିନିଅନ୍ତୁ। ଯାହାଦ୍ୱାରା ନିଜର ଭାବନାତ୍ମକ ଲେଖା ସାଥୀଙ୍କୁ କଷ୍ଟ ଦେବ ନାହିଁି କି ମନରେ ସନ୍ଦେହ ସୃଷ୍ଟି ହେବ ନାହିଁ।

– କର୍ମଜୀବୀ ହୋଇଥିଲେ ମିଟିଂ ପାର୍ଟି ଆଦି ନିଶ୍ଚିତ ରହିବ। ତେଣୁ ପରସ୍ପର ଏ ସମ୍ପର୍କରେ ଜାଣିନେବା ଉଚିତ୍‌। ଏଣୁ ବାହାରେ ଥିବାବେଳେ ପାର୍ଟନରଙ୍କ ସହ କଣ୍ଟାକ୍ଟରେ ରୁହନ୍ତୁ। କେବେ କେବେ ଟୁର୍‌ ପଡ଼ୁଥିଲେ ସାଥୀ ହୋଇ ଯାଆନ୍ତୁ। ଅଫିସ କାମ ସରିବା ପରେ ପରିବାର ଲୋକଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

– ବର୍ତ୍ତମାନ ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି ଲୋକେ। ଫୋନକୁ ନେଇ ସ୍ତ୍ରୀ- ସ୍ବାମୀଙ୍କ ମଧ୍ୟରେ ବେଳେବେଳେ ଝଗଡ଼ା ସୃଷ୍ଟି ହୋଇଥାଏ। ଅତି ଆବଶ୍ୟକ ନ ଥିଲେ ଫୋନ୍‌ ବ୍ୟବହାର ଠାରୁ ଦୂରରେ ରୁହନ୍ତୁ। ଏମିତି କିଛି ଛୋଟମୋଟ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ।


All Right Reserved By Dharitri.Com

ନକଲି ମାର୍କଶିଟ୍‌ରେ ୩୮ ବର୍ଷ ଚାକିରି: ଅବସର ଦିନ ଧରାପଡ଼ିଲେ କର୍ମଚାରୀ

କୋଟା: ନକଲି ମାର୍କଶିଟ୍‌ ଦେଇ ଚାକିରି କରିବା ଘଟଣା ଭାରତରେ କିଛି ନୂଆ ନୁହେଁ। କିନ୍ତୁ ଚାକିରି କରିବା ପରେ ଏହି ଘଟଣା ସାମ୍ନାକୁ ଆସିବା...

୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

୧୧୭ତମ ଜନ୍ମଦିବସ ପାଳିଲେ ବୃଦ୍ଧା

ଟୋକିଓ: ଜାପାନର ଜଣେ ବୃଦ୍ଧା ରବିବାର ୧୧୭ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ବିଶ୍ୱର ସବୁଠୁ ବୟସ୍କ ମହିଳା ଭାବେ ପରିଗଣିତ ହୋଇଛନ୍ତି। କେନ୍‌ ତନାକା...

ଡାଇନୋସରକୁ ଶିକାର କରୁଥିଲା ଏହି ଜୀବ

ଲକ୍ଷଲକ୍ଷ ବର୍ଷ ପୂର୍ବେ ଯେତେବେଳେ ପୃଥିବୀର ଉତ୍ପତ୍ତି ହେଲା ସେତେବେଳେ ଜୀବଜନ୍ତୁଙ୍କ ବିକାଶ ହେବାରେ ଲାଗିଲା। କିନ୍ତୁ ପୁଣି ଏହାର କିଛି ବର୍ଷ ପରେ ଲକ୍ଷାଧିକ...

ଯେଉଁଠି ରାତିରେ ବିବାହ ମନା

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ...

ଚାବିର ଦାମ୍‌ ୩.୮୮ କୋଟି

ଦାମୀ ଲକ୍‌ଜ୍ୟୁରି କାର୍‌ର ମାଲିକ ହେବା ପାଇଁ କାହାର ବା ସ୍ବପ୍ନ ନ ଥାଏ। କିନ୍ତୁ କିଛି ଜଣଙ୍କ ପାଇଁ ଏହା ସାମାନ୍ୟ କଥା ହୋଇଥିବା...

ସ୍ମାର୍ଟବ୍ୟାଣ୍ଡ୍‌ରୁ ଜାଣିହେବେ ଭାବାବେଗ

ଆମେରିକା ଲାଞ୍ଚେଷ୍ଟର ୟୁନିଭର୍ସିଟିର ଗବେଷକମାନେ ଏକ ରିଷ୍ଟ୍‌ବ୍ୟାଣ୍ଡ ୍‌ବିକାଶ କରିଛନ୍ତି ଯାହା ମାଧ୍ୟମରେ ଭାବାବେଗକୁ ଜାଣିପାରିବେ। କୌଣସି ଭାବନା ପ୍ରକାଶ ପାଇଲେ ଏଥିରେ ଉପଯୋଗ କରାଯାଇଥିବା...

Leave a comment

Your email address will not be published. Required fields are marked *