Posted inଖେଳ

ଉଥପାଙ୍କ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳରେ ୫ ଭାରତୀୟ

ନୂଆଦିଲ୍ଲୀ,୩।୧-୨୦୧୯ବର୍ଷ ଶେଷ ହେବା ପରେ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରମାନେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ ଚୟନ କରୁଛନ୍ତି। ଏହି ଧାରାରେ ଯୋଡ଼ି ହୋଇଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ ରବିନ ଉଥପା। ତାଙ୍କ ଏକାଦଶରେ ୫ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ଓପନର ଭାବେ ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି। ତାଙ୍କ ସହ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କୁ ବାଛିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନର ସ୍ଥାନ ପାଇନାହାନ୍ତି। ୩ ନମ୍ବର ପାଇଁ ସଭିଙ୍କ ଭଳି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୟନ କରିଛନ୍ତି। ମଧ୍ୟକ୍ରମର ଦାୟିତ୍ୱ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କୁ ଦେଇଛନ୍ତି। ଦଳରେ ଅଲରାଉଣ୍ଡର ଯୁବରାଜ ସିଂ ଓ ଉଇକେଟକିପର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସାମିଲ କରିଛନ୍ତି। ଉଥପାଙ୍କ ଅଧିନାୟକ ହେଉଛନ୍ତି ଧୋନୀ। କ୍ୟାପଟେନ କୁଲ୍‌ ଭାବେ ପରିଚିତ ଧୋନୀ ଏବେ ଭାରତୀୟ ଦଳର ଅଧିନାୟକ ପଦ ୨୦୧୭ରେ ଛାଡ଼ିଥିଲେ। କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା। ଏହି ଦଳରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ବୋଲିଂ ଅଲରାଉଣ୍ଡର, ପୂର୍ବତନ ଭାରତୀୟ ପେସର ଜାହିର ଖାଁ, ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ଡାନିଏଲ ଭେଟୋରି ଓ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ରହିଛନ୍ତି।
ଦଶନ୍ଧି ପାଇଁ ଉଥପ୍ପାଙ୍କ ଦଳ: ରୋହିତ ଶର୍ମା, କ୍ରିସ୍‌ ଗେଲ୍‌, ବିରାଟ କୋହଲି, ଷ୍ଟିଭ ସ୍ମିଥ୍‌, ଏବି ଡି’ଭିଲର୍ସ, ଯୁବରାଜ ସିଂ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ ଓ ଉଇକେଟ କିପର), ବେନ୍‌ ଷ୍ଟୋକ୍ସ, ଡାନିଏଲ ଭେଟୋରି, ଜାହିର ଖାଁ ଓ ଲସିଥ ମାଲିଙ୍ଗ।


All Right Reserved By Dharitri.Com

Posted inଖେଳ View All

ହାତ ଛାଡ଼ି କାର ଚଳାଇଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ,୨।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସୌଖୀନ ଗାଡ଼ିର ମଧ୍ୟ ସଉକ ରହିଛି ବୋଲି କିଏ ବା ନ ଜାଣିଛି। ଶୁକ୍ରବାର ସଚିନ ସୋସିଆଲ ମିଡିଆରେ...

ପାକିସ୍ତାନ-ଶ୍ରୀଲଙ୍କା ସିରିଜ୍‌: ମ୍ୟାଚ୍‌ ରେଫରି ଡେଭିଡ ବୁନ

କରାଚୀ,୨୧।୯: ଆସନ୍ତା ୨୭ ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ: ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୭।୯(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦଳରେ ଜଣେ ଜୁନିୟର ସପୋର୍ଟ ଷ୍ଟାଫ୍‌ ସଦସ୍ୟଙ୍କ ବିରୋଧରେ ଦୁର୍ବବ୍ୟବହାର ଅଭିଯୋଗ ଆସିଥିଲା। ଆଣ୍ଟିଗୁଆରେ ଜଣେ ମହିଳା...

ସ୍ବିତୋଲିନାଙ୍କୁ ଚକ୍‌ମା ଦେଲେ ଆନିସିମୋଭା

ଦୋହା, ୨୫।୨ (ଏଏଫ୍‌ପି)- ଏଠାରେ ଚାଲିଥିବା ଦୋହା ଡବ୍ଲ୍ୟୁଟିଏ ଓପନ୍‌ ଟେନିସ ପ୍ରତିଯୋଗିତାର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱ ମାନ୍ୟତାର...

ଫେରିବେ ଶାରାପୋଭା

ସିଡ୍‌ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ...

ପିଏସ୍‌ଜି ଛାଡିଲେ ଆଲ୍‌ଭେସ୍‌

ପ୍ୟାରିସ, ୨୩ା୬ (ଏଏଫ୍‌ପି)- ଡାନି ଆଲ୍‌ଭେସ୍‌ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ଦଳ ପରିତ୍ୟାଗ କରିଛନ୍ତି। କୋପା ଆମେରିକାରେ ପେରୁ ବିପକ୍ଷରେ ବ୍ରାଜିଲର ୫-୦ଗୋଲରେ ବିଜୟ ପରେ ସେ...

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର...

କୋଟ୍‌ଲା ଟି୨୦ ବାତିଲ ହେବନାହିଁ: ଗାଙ୍ଗୁଲି

କୋଲକାତା, ୩୧ା୧୦ (ପି.ଟି.)- ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳରମାନ ଖରାପ ଆଡକୁ ଗତି କରିଥିଲେହେଁ ବାଂଲାଦେଶ ବିପକ୍ଷ ଓପନିଂ ଟି୨୦ ମ୍ୟାଚ ଶେଷ ମୁହୂର୍ତ୍ତରେ ବାତିଲ ହେବ...

Leave a comment

Your email address will not be published. Required fields are marked *