Posted inଫୁରସତ

ସରନେମ୍‌ ବ୍ୟବହାର ପାଇଁ ବିବାହରେ କଏନ୍‌ ଟସ୍‌ କଲେ ଦମ୍ପତି…

ସାଧାରଣତଃ ବିବାହ ପରେ ସ୍ବାମୀଙ୍କ ସରନେମ୍‌ ସ୍ତ୍ରୀମାନେ ବ୍ୟବହାର କରିଥାନ୍ତି। ତେବେ ନିକଟରେ ଫ୍ଲୋରିଡ଼ାରେ ଏକ ରୋଚକ ଘଟଣା ଘଟିଛି। କନ୍ୟାବର ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିଲେ। ସେଠାରେ ବିବାହ ପରେ କିଏ କାହାର ସରନେମ୍‌ ବ୍ୟବହାର କରିବ ସେ ନେଇ କଏନ୍‌ ଟସ୍‌ କରାଯାଇଥିଲା। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିବା ବର ଜେଫ୍‌ କୋନ୍‌ଲେ ଏବଂ କନ୍ୟା ଡାର୍ସୀ ଓ୍ବାର୍ଡ ଏପରି କରିଛନ୍ତି। ବିବାହ ପରେ କାହାର ସରନେମ୍‌ ବ୍ୟବହାର କରାଯିବ ସେନେଇ ଏକ କଏନ୍‌ର ଉଭୟ ପାର୍ଶ୍ୱରେ ଡାର୍ସୀ ଏବଂ ଜେଫ୍‌ ଲେଖାଯାଇ ଏହାକୁ ଟସ୍‌ କରାଯାଇଥିଲା। ଏଥିରେ ଫଳାଫଳ ଭାବେ ଡାର୍ସୀଙ୍କ ସରନେମ୍‌ ଆସିଥିଲା। ତେଣୁ ନବବିବାହିତ ଯୋଡ଼ା ସେମାନଙ୍କ ସରନେମ୍‌ରେ ଡାର୍ସୀ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଉପସ୍ଥିତ ବନ୍ଧୁବାନ୍ଧବ ଓ ପରିବାର ବର୍ଗ ସେମାନଙ୍କୁ ମିଷ୍ଟର ଓ ମିଷ୍ଟ୍ରେସ୍‌ ଡାର୍ସୀ ଭାବେ ଅଭିନନ୍ଦନ ଜଣାଇଥିଲେ। ଜେଫ୍‌ ଫ୍ଲୋରିଡ଼ା କଲେଜରେ ଅର୍ଥଶାସ୍ତ୍ର ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ ଡାର୍ସୀ ଜଣେ ନର୍ସ ଭାବରେ ସ୍ଥାନୀୟ ହସ୍ପିଟାଲରେ ଲୋକଙ୍କ ସେବା କରୁଛନ୍ତି।


All Right Reserved By Dharitri.Com

ଜାଣନ୍ତି ଓକିଲମାନେ କାହିଁକି ପିନ୍ଧିଥା’ନ୍ତି କଳା କୋଟ୍‌, ଧଳା ଶାର୍ଟ

ଅସଲ ଜୀବନରେ ହେଉ କିମ୍ବା କୌଣସି ଫିଲ୍ମର କାହାଣୀରେ ନିଶ୍ଚୟ ଦେଖିଥିବେ ଓକିଲମାନେ କଳାକୋର୍ଟ ସହ ଧଳା ଶାର୍ଟ ପିନ୍ଧିଥା’ନ୍ତି। ବେଳେବେଳେ ମନକୁ ଏମିତି ପ୍ରଶ୍ନ...

ହୋଟେଲର ବାର୍‌ ସୁଇଜରଲ୍ୟାଣ୍ଡ୍‌ରେ, ବାଥ୍‌ରୁମ ଫ୍ରାନ୍ସରେ

ବିଶ୍ୱରେ ଏମିତି କିଛି ହୋଟେଲ ରହିଛି, ଯାହା ବିଳାସପୂର୍ଣ୍ଣ ଏବଂ ସୁନ୍ଦର ନିର୍ମାଣ ଶୈଳୀ ଯୋଗୁ ପ୍ରସିଦ୍ଧ। କିନ୍ତୁ ଗୋଟିଏ ହୋଟେଲର ରୁମ୍‌ ଭିତରେ ବାର୍‌...

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି...

ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା...

ବିବାହରେ ଅତିଥିଙ୍କର ହେଲା ଡାଇବେଟିସ୍‌ ଯାଞ୍ଚ୍‌

ରାଜକୋଟ୍‌, ୧୭।୨: ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଗୁଜରାଟ ରାଜକୋଟରେ ଏଭଳି...

ପିକାସୋ ପେଟିଂ ବିକ୍ରି ଅଭିଯୋଗ: ୧୮ ମାସ ଜେଲ ଦଣ୍ଡ; ୪୧୦ କୋଟି ଜରିମାନା

ମାଦ୍ରିଦ୍‌,୧୮।୧: ଖ୍ୟାତି ସମ୍ପନ୍ନ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଟିଂକୁ କମ୍‌ ଦାମରେ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ସ୍ପେନ୍‌ର ମାଦ୍ରିଦ୍‌ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୮...

Leave a comment

Your email address will not be published. Required fields are marked *