ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀଙ୍କୁ ପଦୋନ୍ନତି ମିଳିଛି। ନିରଞ୍ଜନ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ, ବିଭିନ୍ନ ଜିଲାରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶକ(ସମ୍ବଲପୁର) ରହିଛନ୍ତି। ଏହାସହ ବିଭାଗର ପ୍ରାୟତଃ ଅଧିକାଂଶ ବ୍ରାଞ୍ଚରେ ଅଫିସରଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତେବେ ଗୁରୁବାର ନିରଞ୍ଜନଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦୋନ୍ନତି ମିଳିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିସରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେଠୀ ଗଣମାଧ୍ୟମ ପରିଚାଳନା ଏବଂ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ସରକାରଙ୍କ ୫-ଟି ଆଧାରରେ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ବିତ ହେବା ଯୋଗୁ ଦୀର୍ଘଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧି କରି ତାଙ୍କୁ ବିଭାଗର ନିର୍ଦ୍ଦେଶକ କରାଯାଇଥିବା ସେ କହିଛନ୍ତି।


All Right Reserved By Dharitri.Com

ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହେବ। ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ସୂଚନା ଦେବେ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା...

ଆଗାମୀ ଦିନରେ ସ୍ଥିତି ସମ୍ଭାଳିବା କଷ୍ଟକର ହୋଇପାରେ, କଣ୍ଟ୍ରାକ୍ଟ ଟ୍ରେସିଂ ପୂର୍ବରୁ ନିଜେ ଆଗକୁ ଆସି ସଂକ୍ରମଣକୁ କମ୍ କରନ୍ତୁ

ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ରେ ପହଁଞ୍ଚିଛି । ଯେତେବଳେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ସେତେବେଳେ ସରକାରୀ...

ବାପା-ପୁଅ, ଦୁଇ ଭଉଣୀଙ୍କୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ

ସୁନ୍ଦରଗଡ଼, ୨୫ା୫ (ଡି.ଏନ.ଏ.): ସରିଛି ୨୦୧୯ ସାଧାରଣ ନିର୍ବାଚନ। ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଜିଲାର କେତେଜଣ ହେଭିଓ୍ବେଟ ନେତାଙ୍କ ପରାଜୟ ହୋଇଛି।...

ଚଉପଦୀ, ଛାନ୍ଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ,୨୪ା୨( (ବ୍ୟୁରୋ); କଟକର ‘କଳିଙ୍ଗ ଭାରତୀ’ ଓ ବୁଗୁଡାର ‘ଭଞ୍ଜମାଟି’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ରବିବାର କବି ସମ୍ରାଟ ଉପେନ୍ଦ୍ର...

ଏପ୍ରିଲ ୧୮ରୁ ଖରାଛୁଟି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ...

ମୈଥାନ ଇସ୍ପାତ କାରଖାନାରେ ଶ୍ରମିକ ଅଶାନ୍ତି: ବକେୟା ଦରମା ଦାବିରେ ରାସ୍ତା ଅବରୋଧ

କଳିଙ୍ଗନଗର,୧୭।୧୦(ଡି.ଏନ୍‌.ଏ.): କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍କୋ କାରଖାନାର ଶ୍ରମିକମାନେ ବକେୟା ଦରମା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ପକ୍ଷରୁ ଶ୍ରମିକଙ୍କୁ ୯ ମାସର ବକେୟା ପାଉଣା...

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)- ପିପିିଲିର ନବନିର୍ବାଚିତ ବିଧାୟକ ପ୍ରଦୀପ ମହାରଥୀ ସାମୟିକ ଅସୁସ୍ଥ ହେବା ପରେ ବୁଧବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଧୁମେହ ରୋଗ ଯୋଗୁ...

କୋଡ଼ିବାହାଲ ଗଁ। ରେ କିଡ଼୍‌ନୀ ରୋଗ୍‌ ଆତଁକ୍‌:ବାପର ଚିକିଛା ଲାଗି ଦାଦନ ଯାଇଛେ ପୁଓ

  ଘଣ୍ଟାପଡା, ୬।୮ (ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ କୋଡ଼ିବାହାଲ ଗଁାରେ ଏହେଦେ କିଡ଼୍‌ନୀ ରୋଗ୍‌ ଆତଁକ୍‌ ଦେଖା ଦେଇଛେ।...

Leave a comment

Your email address will not be published. Required fields are marked *