ବୌଦ୍ଧକୁ ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଭେଟି: ଘୋଷଣା କଲେ ୧୧୪ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏଥିସହ ଜିଲାର ସାମଗ୍ରିକ ଉନ୍ନତି ପାଇଁ ପ୍ରାୟ ୧୧୪ କୋଟି ଟଙ୍କା ବ୍ୟୟରେ ୨୭ ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ମହୋତ୍ସବ ଜିଲା ତଥା ରାଜ୍ୟରେ କଳାର ପ୍ରସାର କ୍ଷେତ୍ରରେ ସହାୟକ ହେବ। ଅନେକ କଳାକାରଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନୂଆବର୍ଷ ଅବସରରେ ବୌଦ୍ଧବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ବୌଦ୍ଧ ସହରର ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୬୦ କୋଟି ଟଙ୍କାର ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଏହି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ସାରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଜିଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କୁହାଯାଇଛି। ସେହିଭଳି ଶୁଭାରମ୍ଭ କରାଯାଇଥିବା ଅନ୍ୟ ପ୍ରକଳ୍ପ ମଧ୍ୟରେ ରହିଛି- ସଡ଼କ ପ୍ରକଳ୍ପ, ସ୍ପୋର୍ଟସ କମ୍ପ୍ଲେକ୍ସ, ଛାତ୍ରୀନିବାସ ନିର୍ମାଣ ଭଳି ଅନେକ ପ୍ରମୁଖ ଯୋଜନା। ଏହି ସମସ୍ତ ପ୍ରକଳ୍ପ ଜିଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ସିଏମ୍‌ଓ ମୁଖ୍ୟ ଉପଦେଷ୍ଟା ଆର୍‌.ବାଲକ୍ରିଷ୍ଣନଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଏବଂ ବୌଦ୍ଧ ଜିଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବୌଦ୍ଧ ଜିଲାର କଳାକାରମାନେ ପ୍ରସ୍ତୁତ କରିଥିବା ଏକା ମାଟିର ବୁଦ୍ଧମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।


All Right Reserved By Dharitri.Com

ଟ୍ରାଫିକ୍‌ ନିୟମ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡ଼େ ଚାଲିଛି ଧରପଗଡ଼।...

ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ମାଲିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ସାଧାରଣ ଜନତା ନିଜକୁ ସଶକ୍ତ ମନେକରିବା ଉଚିତ। ସାଧାରଣ ଜନତା ହିଁ ଗଣତନ୍ତ୍ରରେ ମାଲିକ ଏକଥା ସେମାନେ ସବୁବେଳେ ଅନୁଭବ କରିବା ଉଚିତ। ଜନତା...

ପରିବେଶ ସଚେତନତା ପାଇଁ ଅଭିନବ ପ୍ରୟାସ: ମହାପ୍ରସାଦ ବାଣ୍ଟି ଚାରା ଲଗାଇବାକୁ ପରାମର୍ଶ

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ସେ ଏମିତି ଜଣେ ବ୍ୟକ୍ତି, ଯାହାର ରାତି ପାହିଲେ ପରିବେଶ ଚିନ୍ତା । ସକାଳୁ ଚାରା, କୋଡ଼ି, ଶାବଳ ଓ ଗାଣ୍ଡୁଆ ଧରି ସେ...

ବିଜୁ ଜୟନ୍ତୀରେ ମିନି ମାରାଥନ

ଭୁବନେଶ୍ୱର,୫।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୁରୁବାର ଜୟନ୍ତୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ଅବସରରେ ସକାଳେ ଭୁବନେଶ୍ୱରରେ ଏକ ମିନି...

ମଦ ଚାଲାଣବେଳେ ଗୋଡ଼ାଇଲେ ଅବକାରୀ କର୍ମଚାରୀ: ବ୍ରାହ୍ମଣୀକୁ ଡେଇଁ ଯୁବକ ମୃତ

ପରଜଙ୍ଗ, ୩।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ମଦଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ବର୍ତ୍ତିବା...

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ-୨ର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା:୫-ଟି ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ହେଉ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଦେଢ଼ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ...

ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସାରା ଓଡ଼ିଶାର କଳାକାର ଓ ଶିଳ୍ପୀଙ୍କୁ ନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାମ କରିବ। ଏକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମ ବନ୍ଦ...

Leave a comment

Your email address will not be published. Required fields are marked *