୧୩୬ରେ ଅଲଆଉଟ୍‌ ଶ୍ରୀଲଙ୍କା

କାର୍ଡିଫ,୧।୬- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ୧୯୯୬ ବିଶ୍ୱକପ୍‌ ଚାମ୍ପିୟନ ମାତ୍ର ୨୯.୨ ଓଭର ଖେଳିବାକୁ ସକ୍ଷମ ହୋଇଥିଲେ। ଦଳ ପାଇଁ ଅଧିନାୟକ ଦିମୁଥ କରୁଣାରତ୍ନେ ୫୨ ରନ୍‌ କରି ଅପରାଜିତ ଥିବାବେଳେ କୁସାଲା ପେରେରା ୨୯ ଓ ଥିସାରା ପେରେରା ୨୭ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁବାକୁ ସକ୍ଷମ ହୋଇ ନ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ଟ ହେନ୍‌ରୀ ଓ ଲୋକି ଫର୍ଗୁସନ ୩ ଉଇକେଟ ଲେଖାଏ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ, କଲିନ ଡେଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର ଓ ଜେମ୍ସ ନିଶାମ ଗୋଟିଏ କରି ଉଇକେଟ ଅକ୍ତିଆର କରିଥିଲେ।


All Right Reserved By

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି...

କୁଏତ୍‌ ଉପରୁ ବାସନ୍ଦ ଉଠାଇଲା ଆଇଓସି

ପ୍ୟାରିସ, ୬|୭(ଏଏଫ୍‌ପି)-କୁଏତ୍‌ ଆସନ୍ତା ୨୦୨୦ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବ। ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଅଯଥା ସରକାରୀ...

ଅହମ୍ମଦାବାଦରେ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ନୂଆଦିଲ୍ଲୀ,୧୮।୫(ପି.ଟି.)- ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦସ୍ଥିତ ଟ୍ରାନ୍ସଷ୍ଟାଡିୟା ଏରିନାଠାରେ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ଜୋକୋଭିଚ୍‌ ସେମିଫାଇନାଲରେ

ପ୍ୟାରିସ, ୭ା୬-ସର୍ବିୟାର ନୋଭାକ ଜୋକୋଭିଚ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୨୦୧୬ ପରେ ପ୍ରଥମ ଥର ଫ୍ରେଞ୍ଚ୍‌...

ଗ୍ୟାଲେରୀରେ ଆହିକା-ସୁତୀର୍ଥଙ୍କ ପିତାମାତା

କଟକ ଅଫିସ,୧୮ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ମ୍ୟାଚ୍‌କୁ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ଆମେରିକା-ଜାପାନ ମ୍ୟାଚ ଡ୍ର

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ମ୍ୟାଚରେ ଆମେରିକା ଓ ଜାପାନ...

ବଲ ଟ୍ୟାମ୍ପରିଂ କରି ନାହାନ୍ତି ଜାମ୍ପା

ଲଣ୍ଡନ,୧୦।୬- ଭାରତ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ କାର୍ଯ୍ୟ ଉପରେ ବହୁତ ପ୍ରଶ୍ନ ଉଠିଛି। ମ୍ୟାଚ୍‌ ବେଳେ ସେ ବୋଲିଂ କରିବା...

କ୍ୱାର୍ଟରରେ ଶରନ: ପ୍ରଜନେଶଙ୍କ ଅଭିଯାନ ଶେଷ

ଲସ୍‌ କାବୋସ (ମେକ୍ସିକୋ), ୧।୮ (ପି.ଟି.)- ଏଠାରେ ଚାଲିଥିବା ଏଟିପି ଲସ୍‌ କାବୋସ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ଭାରତର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *