କେନାଲ ଶୁଖିଲା, ପ୍ରଭାବିତ ହେବ ରବିଚାଷ

ମାଲକାନଗିରି, ୩।୧(ସ୍ବ.ପ୍ର.) – ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ ଥିଲେ। ଡିସେମ୍ବର ଆରମ୍ଭରୁ ଆରମ୍ଭ କରିଥାନ୍ତେ ଚାଷ କାମ। କିନ୍ତୁ ପ୍ରଶାସନ ପକ୍ଷରୁ କେନାଲରେ ପାଣି ଛଡା ନ ଯିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଅସୁବିଧା ନେଇ କୋରୁକୋଣ୍ଡା ଅଞ୍ଚଳର କେତେକ ଚାଷୀ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ପାଣି ଛଡା ନ ଗଲେ ଆନ୍ଦୋଳନ ହେବ ବୋଲି ଚାଷୀମାନେ କହିଛନ୍ତି।
ବିଗତ ବର୍ଷମାନଙ୍କରେ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ରବିଚାଷ ନିମନ୍ତେ ପାଣି ଛଡା ଯାଇଥାଏ। ଏହାକୁ ନଜରରେ ରଖି ଜିଲାରେ ଚାଷୀ ପ୍ରସ୍ତୁତ ହୋଇଥିଲେ। ଅନେକ ଚାଷୀ ଡିସେମ୍ବରରୁ ଚାଷ କାମ ଆରମ୍ଭ କରିଦେଇଛନ୍ତି। ତେବେ ଚଳିତବର୍ଷ ଜାନୁୟାରୀ ପ୍ରଥମ ସପ୍ତାହ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନାଲରେ ପାଣି ଛାଡିବା ନାମ ଧରୁନି ପ୍ରଶାସନ। ଡିସେମ୍ବର ମାସରେ କେନାଲରେ ପାଣି ଛଡାଯିବାକୁ ଆଖି ଆଗରେ ରଖି ଚାଷୀମାନେ ବିଭିନ୍ନ ପନିପରିବା ତଥା ଚିନାବାଦାମ ଚାଷ ନିମନ୍ତେ ଜମି ପ୍ରସ୍ତୁତ କରିସାରିଛନ୍ତି। ଏହା ବ୍ୟତୀତ ଗ୍ରୀଷ୍ମଋତୁରେ ମାଲକାନଗିରିରେ ତାପମାତ୍ରା ୪୫ରୁ ୪୮ଡିଗ୍ରୀ ରହୁଛି। ସେହି ସମୟ ଚାଷ ପାଇଁ ଉପଯୁକ୍ତ ନୁହେଁ। ତେଣୁ ଶୀତଦିନ ଆରମ୍ଭରୁ ଚାଷ କଲେ ଖରା ପୂର୍ବରୁ ଶେଷ ହେବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଅଣଦେଖା କରିଛନ୍ତି। ଏ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଯଥାଶୀଘ୍ର ପାଣି ଛଡା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚାଷୀମାନେ କହିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ ଚଳିତବଷର୍ର୍ ରବି ଫସଲ ପାଇଁ ଡକାଯାଇଥିବା ବୈଠକରେ ଡିସେମ୍ବରରୁ କେନାଲରେ ପାଣି ଛଡାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀମାନେ ଜାନୁୟାରୀ ୧୫ରେ ପାଣି ଛାଡିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ପୁନର୍ବାର ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ବିଳମ୍ବରେ ପାଣି ଛଡାଯିବା ସମ୍ପର୍କରେ ଚିତ୍ରକୋଣ୍ଡା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂଚନା ଦେଇପାରିବେ ବୋଲି ସେ କହିଛନ୍ତି। ତେବେ ଆସନ୍ତା ୪ତାରିଖ ସୁଦ୍ଧା ସତୀଗୁଡା କେନାଲରେ ପାଣି ଛଡାଯିବ ବୋଲି ସତୀଗୁଡା ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶତ୍ରୁଘ୍ନ ସାହୁ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ...

ରୋଗୀ, ଗର୍ଭବତୀଙ୍କୁ ହମ୍ପ୍‌ସ ଡର

କୁନ୍ଦୁରା,୯।୬(ଡି.ଏନ୍‌.ଏ.):ଦିନରେ ହେଉ କି ରାତିରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯାଉଥିବା ଜରୁରୀ ରୋଗୀଟି କିମ୍ବା ଗର୍ଭବତୀ ମହିଳା ଜଣଙ୍କ ପାଇଁ କାଳ ସାଜିଛି ହମ୍ପସ।...

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ...

ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ

ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ...

ପାହାଡରୁ ଧସିଲା ପଥର, ଯାତାୟତରେ ବାଧାପ୍ରାପ୍ତ

ଗୁଣପୁର,୨୪ା୧୦(ଡି.ଏନ.ଏ)-ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଏକ ବଡ଼ ପଥର ଖସି ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ରିଜିଂତାଲ ରାସ୍ତାରେ...

ବାଉଁଶ ତିଆରି ନନ୍ଦରେ ବସୁଛି କୂଅ

ମୁନିଗୁଡ଼ା,୧୭ା୬ : ପାନୀୟ ଜଳ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ସିନ୍ଧିପଙ୍ଗା ଗ୍ରାମବାସୀ। ଗାଁ ନିକଟରେ କୌଣସି ନଦୀ, ନାଳ...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା...

Leave a comment

Your email address will not be published. Required fields are marked *