ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସମଗ୍ର ଦେଶରେ ବିଭିନ୍ନ ଯୋଜନା କରାଯାଉଛି। ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତା’ର ବାସ୍ତବତାକୁ ପଦାକୁ ଆଣିଛି ହିମାଚଳ ପ୍ରଦେଶର ଏକ ସ୍କୁଲ୍‌। କେଉଁଠି ଅନେକ ଶ୍ରେଣୀ ଲାଗି ଜଣେ ଶିକ୍ଷକ ରହୁଥିବାବେଳେ ଏହି ସ୍କୁଲ୍‌ରେ ସବୁ ଶ୍ରେଣୀ ପାଇଁ ଗୋଟିଏ ମାତ୍ର କୋଠରି ରହିଛି। ବରୋଟ ଜିଲା ଚୌହର ଘାଟିର ତରସ୍ବାନ ପଞ୍ଚାୟତସ୍ଥିତ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ଗୋଟିଏ ଛୋଟ କୋଠରିରେ ଚାଲିଛି। ଏଥିରେ ସ୍କୁଲ୍‌ର ସବୁକାର୍ଯ୍ୟ ଚାଲୁଛି। ଏହା ଭିତରେ ପିଲାଙ୍କ ରୋଷେଇ ହେଉଛି। ଶିକ୍ଷକମାନେ ବସୁଛନ୍ତି ଓ ୪୫ ଜଣ ପିଲା ବି ପଢୁଛନ୍ତି। ୨୦୧୩ରେ ଏହି ସ୍କୁଲ୍‌ ଖୋଲାଯାଇଥିଲା। ସବୁ ଶ୍ରେଣୀ ଲାଗି ଶିକ୍ଷକ ନିଯୁକ୍ତି କରାଯାଇଥିଲେ ମଧ୍ୟ ଏଯାବତ୍‌ ଏକ ବଖୁରିଆ ସ୍କୁଲ ହୋଇରହିଛି। କେବଳ ଏହି ସ୍କୁଲ୍‌ ନୁହେଁ, ରାଜ୍ୟରେ ମୋଟ ୧୯୬୯ଟି ମିଡ୍‌ଲ ସ୍କୁଲ୍‌ ମଧ୍ୟରୁ ୨୬୩ଟି ସ୍କୁଲ୍‌ ଗୋଟିଏ କୋଠରିରେ ଚାଲିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୪ଟି ସ୍କୁଲ୍‌ ବିନା କ୍ଲାସ୍‌ ରୁମ୍‌ରେ ଚାଲିଛି। ସ୍କୁଲ୍‌ ପରିଚାଳନା କମିଟିର ସଦସ୍ୟମାନେ ସ୍ଥାନୀୟ ବିଧାୟକ ଓ ଶିକ୍ଷା ବିଭାଗ ନିକଟରେ ପିଲାଙ୍କ ସୁବିଧା ପାଇଁ ଅଧିକ କଠୋରି ନିର୍ମାଣ କରିବାକୁ ଦାବି କରିଛନ୍ତି।


All Right Reserved By Dharitri.Com

ତଥାପି ବଞ୍ଚିଛି ମାନବିକତା

ଡ. ରମେଶ ଚନ୍ଦ୍ର ପରିଡ଼ା ମଣିଷ କ୍ରମେ ଅଧିକରୁ ଅଧିକ କ୍ରୂର ହୋଇଚାଲିଛି। ଫଳରେ ବଢ଼ି ବଢ଼ି ଚାଲିଛି ଯୁଦ୍ଧ ଘନଘଟା, ଅପରାଧ, ଆତଙ୍କବାଦ ଭଳି...

ନାରୀ ନିର୍ଯାତନା

ଡା. ସୁରେନ୍ଦ୍ରନାଥ ପତି ଆମ ଦେଶରେ ମହିଳାମାନଙ୍କ ପ୍ରତି ବଳାତ୍କାର ଦିନକୁ ଦିନ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏଣିକି ଗଣମାଧ୍ୟମର ଏହା ପ୍ରମୁଖ ସମାଚାର ପାଲଟିଲାଣି।...

‘ଗ୍ୟାପ୍‌ ଇଙ୍କ୍‌’ ସିଇଓ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ପୁ ରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ପୋଷାକ ପରିଚ୍ଛଦ ଓ ବ୍ୟକ୍ତିଗତ ଆବଶ୍ୟକତା ମେଣ୍ଟାଇବା ସକାଶେ ଖୁଚୁରା ପଦାର୍ଥ...

ନାଗରିକ ହେବ କିଏ

ପ୍ରଦୀପ୍ତ ନାୟକ ଭାରତବର୍ଷର ନାଗରିକ କିଏ? ଏ ପ୍ରଶ୍ନ ଏବେ ଉଙ୍କି ମାରୁଛି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ। ଆସନ୍ତା ଏପ୍ରିଲ ପହିଲାରୁ ଜାତୀୟ ଜନସଂଖ୍ୟା ପଞ୍ଜିକା...

ଏଇ ଭାରତରେ

ନବଜାତ ଶିଶୁଙ୍କୁ ସୁସ୍ଥ ହେବା ପାଇଁ ଚେଙ୍କ ଦେବା ଭଳି ଅନ୍ଧବିଶ୍ୱାସ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଥିବାବେଳେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳେ ଆଉ ଏକ ଯନ୍ତ୍ରଣାଦାୟକ...

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି...

ସମାପ୍ତ ନା ସମ୍ପ୍ରସାରଣ

ଭାରତରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ୧୭ ମେ’ରେ ସରିବାକୁ ଯାଉଛି। ଯଦି ଲକ୍‌ଡାଉନ୍‌ ୪.୦ କାର୍ଯ୍ୟକାରୀ ହୁଏ, ତେବେ ସଂକ୍ରମଣ ରୋକିବା ପାଇଁ ରେଳଗାଡ଼ି ବନ୍ଦ...

ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବନାମ କୋଭିଡ୍‌-୧୯

ନଟବର ଖୁଣ୍ଟିଆ ମହାତ୍ମା ଗାନ୍ଧୀ କେବଳ ଭାରତକୁ ବ୍ରିଟିଶ୍‌ ଶାସନରୁ ମୁକ୍ତ କରିବା ପାଇଁ ଅହିଂସା ମାର୍ଗରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥିଲେ,...

Leave a comment

Your email address will not be published. Required fields are marked *