ଶୀତଦିନେ ଗୁଡ ଖାଇଲେ ମିଳେ ଏସବୁ ଫାଇଦା

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ ଆସିବା ମାତ୍ରେ କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଏ। ଜ୍ୱର, ଥଣ୍ଡା ଏବଂ କାଶ ଆଦି ଲାଗି ରହେ। ଏଥିରୁ ଉପଶମ ପାଇବା ପାଇଁ ଗୁଡ ବେଶ୍‌ ଉପଯୋଗୀ । ଏଥିରେ ପ୍ରଚୁର ପରିମାଣର ଗ୍ଲୁକୋଜ, ଫ୍ରକ୍ଟୋଜ ଏବଂ କ୍ୟାଲସିୟମ ରହିଛି। ଯାହା ଶରୀରରେ ରକ୍ତ ସଂଚାଳନକୁ ରୋକିବାକୁ ଦିଏ ନାହିଁ ଏବଂ ଏଥିପାଇଁ ଥଣ୍ଡା ମଧ୍ୟ ହୁଏ ନାହିଁ। ଶୀତଦିନେ ଗୁଡ ଖାଇଲେ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ।
ଶୀତଦିନେ ହାଡ ସମସ୍ୟା ବେଶୀ ଦେଖାଯାଏ। ତେଣୁ ଗୁଡ଼ ସହ ଅଦା ମିଶାଇ ଖାଇଲେ ଏଥିରୁ ଉପଶମ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ପରିମାଣର କ୍ୟାଲସିୟମ ସହ ଫସ୍‌ଫରସ ରହିଛି। ଯାହା ହାଡ ପାଇଁ ଲାଭଦାୟକ। ଗୁଡ଼ ସେବନ କଲେ ଏସିଡିଟି, ଗ୍ୟାସ ଅବା ଆମ୍ବିଳ ହାକୁଡିରୁ ମୁକ୍ତି ମିଳେ।


All Right Reserved By Dharitri.Com

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

ଲିଭର ନଷ୍ଟ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ...

ଖାଇବା ପରେ ଥଣ୍ଡାପାଣି ପିଇଲେ ବଢେ ହୃଦ୍‌ଘାତ ଆଶଙ୍କା

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ।...

ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ...

ସମର ଶପିଂ

ଖରାଦିନେ କପଡ଼ା ଚୟନ କରିବା କଷ୍ଟକର ହୋଇଥାଏ। ଏପରି ଡ୍ରେସ ଚୟନ କରନ୍ତୁ ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍‌ ଦେବା ସହ ଆରାମ ବି ଲାଗିବ।...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

ଘରୋଇ ଉପାୟରେ ଦାନ୍ତ ଚମକିବ ମୋତି ପରି

ପ୍ରାୟ ସମସ୍ତେ ଚାହିଁଥାନ୍ତି ଦାନ୍ତ ମୋତି ପରି ଚମକି ଉଠୁ। କିଛି ଲୋକ ଏଥିପାଇଁ ଡାକ୍ତରଙ୍କ ନିକଟକୁ ଯାଇ କୃତ୍ରିମ ଉପାୟରେ ଉପଚାର ବି କରିଥାନ୍ତି।...

Leave a comment

Your email address will not be published. Required fields are marked *