ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ସମସ୍ତ ଘଟଣା ନିକଟରେ ଥାଇ ଦେଖୁଥିବା ସଲମାନ୍‌ ଖାନ୍‌ କିନ୍ତୁ ସୁନୀଲଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଖୁବ୍‌ ଜୋର୍‌ରେ ହସିହସି ଗଡିଗଲେ। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ଏପରି ଘଟିଛି। ପ୍ରକୃତ ଘଟଣାଟା ହେଲା ଫିଲ୍ମ ‘ଭାରତ’ ମାଧ୍ୟମରେ ପ୍ରଥମ ଥର ପାଇଁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ। ଏଥିରେ ତାଙ୍କୁ ସଲମାନ୍‌ ଏବଂ କଟ୍ରିନାଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମରେ ସୁନୀଲଙ୍କ ଚରିତ୍ରର ନାମ ରହିଛି ବିଲାୟତି। ସଲମାନ୍‌ଙ୍କୁ ଚାରିଆଡେ ଖାଲି କଟ୍ରିନା ଦେଖାଯାଇଛନ୍ତି। ତେବେ ଏକ ଦୃଶ୍ୟରେ କଟ୍ରିନାଙ୍କୁ ସେ ଦେଖୁଛନ୍ତି। ଏହା ସତ କି ତାଙ୍କର ଭ୍ରମ ତାହା ଚେକ୍‌ କରିବା ପାଇଁ ସୁନୀଲ୍‌ କଟ୍ରିନାଙ୍କୁ ହାତମାରି ଚେକ୍‌ କରୁଛନ୍ତି। ଏହା ପରେ କ୍ୟାଟ୍‌ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି। ନିକଟରେ ଛିଡ଼ାହୋଇଥିବା ସଲମାନ୍‌ ଏହା ଦେଖି ହସି ହସି ଗଡ଼ିଯାଉଛନ୍ତି। ଏକ ସାକ୍ଷାତକାରରେ ସୁନୀଲ ଏହି କଥାର ଖୁଲାସା କହିବା ସହ ଏହି ଦୃଶ୍ୟର ଶୁଟିଂ କରିବା କଷ୍ଟକର ଥିଲା ବୋଲି କହିଛନ୍ତି।


All Right Reserved By

‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ

ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

କାର୍ତ୍ତିକଙ୍କୁ ମନେ ପକାଉଛନ୍ତି ସୈଫ୍‌ ଲଳନା ସାରା, ରଣବୀର କହିଲେ ‘କିଏ ଭେଟାଇଥିଲା ଭୁଲିବ ନାହିଁ’

ମୁମ୍ବାଇ: ସୈଫ ଲଳନା ସାରା ଓ ଅଭିନେତା କାର୍ତ୍ତିକ୍‌ ଆର୍ୟନ ପରସ୍ପରକୁ ମନେ ପକାଉଛନ୍ତି। ଭାବୁଥିବେ କ’ଣ ପାଇଁ। ତେବେ କଥାଟି ହେଲା ନିକଟରେ ଉଭୟ...

ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ...

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଲେଖାହେଲା ପୁସ୍ତକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ଅଭିନୟରେ ପାରଦର୍ଶିତା ଥିବା...

୫୩ ବର୍ଷରେ ବାପା ହେବାକୁ ଇଚ୍ଛା: ହେଲେ ସ୍ତ୍ରୀ ଚାହୁଁ ନାହାନ୍ତି ସଲମାନ୍‌

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି। ଗତ କିଛି ଦିନ ହେବ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ୫୩...

ଚାରି ମାସରେ ୨୩ କିଗ୍ରା

ବଲିଉଡ୍‌ର ଖିଲାଡି ମାଷ୍ଟର ଭାବରେ ପରିଚିତ ଅକ୍ଷୟ କୁମାର ଅନେକ କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ଥରେ ସେ ନିଜ ଓଜନ କମାଇବାକୁ ଚାହିଁଲେ। ଏ...

ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’

ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍‌ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *