Posted inଖେଳ

ଓଡ଼ିଆ ହକି ତାରକା ସୁନୀତା ଲାକ୍ରାଙ୍କ ଅବସର

ନୂଆଦିଲ୍ଲୀ, ୨।୧ (ପି.ଟି.)- ଭାରତୀୟ ମହିଳା ହକି ଦଳର ଷ୍ଟାର୍‌ ଖେଳାଳି ତଥା ଓଡ଼ିଆ ଡିଫେଣ୍ଡର୍‌ ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁଜନିତ ସମସ୍ୟା ଯୋଗୁ ଆଉ ଏକ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ଯାଉଥିବା ସୁନୀତା ୨୦୧୮ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଥିଲେ ମଧ୍ୟ ଆଘାତଜନିତ ସମସ୍ୟା ଏଥିରେ ବାଧକ ସୃଷ୍ଟି କଲା ବୋଲି ୨୮ ବର୍ଷୀୟା ଏହି ରାଜଗାଙ୍ଗପୁର ଖେଳାଳି କହିଛନ୍ତି।
ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିବାରୁ ଆଜି ମୋ ପାଇଁ ଏକ ଭାବବିହ୍ବଳର ଦିନ। ୨୦୦୮ରୁ ଭାରତୀୟ ମହିଳା ହକି ଦଳ ସହ ମୁଁ ଏହି ଚମତ୍କାର ଯାତ୍ରାରେ ସାମିଲ ରହିଥିଲି। ଏହି ଯାତ୍ରା ମଧ୍ୟରେ ଆମେ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛୁ କିନ୍ତୁ ଗୋଟିଏ ୟୁନିଟ୍‌ ରୂପେ ପରସ୍ପର ସହ ଏକାଠି ବନି ରହିଛୁ। ଦେଶ ପାଇଁ ସଫଳତା ଆଣିବା ଲାଗି ଏହା ଆମକୁ ମଜଭୁତ ରଖିବା ସହ ଲଢ଼େଇ କରିବାକୁ ଶକ୍ତି ଓ ପ୍ରେରଣା ଦେଇଥିଲା’ ବୋଲି ସୁନୀତା କହିଛନ୍ତି। ‘୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବାରୁ ବହୁତ ଭାଗ୍ୟଶାଳୀ ରହିଥିଲି। ତିନି ଦଶନ୍ଧି ପରେ ଅଲିମ୍ପିକ୍ସରେ ଭାରତର ଏହା ପ୍ରଥମ ଅଂଶଗ୍ରହଣ ରହିଥିଲା। ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା ବୋଲି ମୋତେ ଅନେକ କହିଥିଲେ। କିନ୍ତୁ ମୋର ବିଶ୍ୱାସ ରହିଛି ଏହି ଟିମ୍‌ ଆହୁରି ଅଧିକ କିଛି ହାସଲ କରିପାରିବ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ହେବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଆଣ୍ଠୁ ସମସ୍ୟା ମୋ ସ୍ବପ୍ନକୁ ଛୋଟ କରିଦେଲା’ ବୋଲି ଅବସର ଘୋଷଣା ଅବସରରେ ସୁନୀତା ଏହା ପ୍ରକାଶ କରିଛନ୍ତି।
ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଗାମୀ ଦିନରେ ଆଉ ଏକ ଆଣ୍ଠୁ ଅସ୍ତ୍ରୋପଚାର ଆବଶ୍ୟକତା ରହିଛି ବୋଲି ଡାକ୍ତର ମୋତେ କହିଲେ। ଏଥିରୁ ପୁରା ସୁସ୍ଥ ହେବାକୁ ମୋତେ କେତେ ସମୟ ଲାଗିବ ତାହା ମୁଁ ନିଶ୍ଚିତ ନୁହେଁ। କିନ୍ତୁ ଅସ୍ତ୍ରୋପଚାର ପରେ ଘରୋଇ ହକି ଓ ମୋତେ ଚାକିରି ଦେଇ କ୍ୟାରିୟର ଗଢ଼ିତୋଳିବାରେ ସମର୍ଥନ କରିଥିବା ନାଲକୋ ପକ୍ଷରୁ ଖେଳିବି। ଖେଳରେ ମୁଁ ବହୁତ ବାଟ ଯାତ୍ରା କରିସାରିଲିଣି ଏବଂ ଭାରତୀୟ ଦଳ ସହ ବିତେଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ସାଥୀରେ ନେଇ ଯାଉଛି’।
ଓଡ଼ିଶା ସରକାରଙ୍କୁ ଧନ୍ୟବାଦ-
ମୋ ସାଥୀ ଖେଳାଳି, ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ଓ ଟିମ୍‌ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଦେବି। ଆହତ ସମୟରେ ମୋତେ ଶ୍ରେଷ୍ଠ ଚିକିତ୍ସା ଯୋଗାଇ ଦେବା ସହ ମହିଳା ହକିକୁ ଅଦ୍ୱିତୀୟ ସମର୍ଥନ କରିଥିବାରୁ ହକି ଇଣ୍ଡିଆକୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗ (ଭାରତ ସରକାର), ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହିତ ସର୍ବଦା ଆମକୁ ପ୍ରୋତ୍ସାହିତ କରିବା ସହ ସମର୍ଥନ ପ୍ରଦାନ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଓଡ଼ିଶାରେ ମୋ ପରିବାର, ସ୍ବାମୀ ଓ ବନ୍ଧୁମାନେ ମୋର ସବୁଠାରୁ ଶକ୍ତିଶାଳୀ ସମର୍ଥକ ରହିଛନ୍ତି। ହକିରେ ମୋର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟତା କରିଥିବାରୁ ସେମାନଙ୍କୁ ମଧ୍ୟ ଦେବାକୁ ଚାହିଁବି। ସେମାନଙ୍କ ପ୍ରୋତ୍ସାହନ ବିନା ମୁଁ ଏତେ ବାଟ ଆସିପାରି ନ ଥାନ୍ତି ବୋଲି ଭାତୀୟ ହକିର ଏହି ଅଭିଜ୍ଞ ଖେଳାଳି କହିଛନ୍ତି। ୨୦୦୯ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ସୁନୀତା ଭାରତ ପକ୍ଷରୁ ୧୩୯ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଜେଣ୍ଡାନାଙ୍କ ଡବଲରେ ଜାପାନ ବିଜୟୀ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଶୁକ୍ରବାର ଏସୀୟ ଚାମ୍ପିୟନ ଜାପାନ ବିଜୟ ସହ ଅଭିଯାନ ଆରମ୍ଭ କରିଛି।...

ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହ ଘୁଞ୍ଚିଲା

ଓ୍ବେଲିଂଟନ,୧୭।୭(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ରନର୍ସଅପ୍‌ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ଦଳର ସଦସ୍ୟମାନେ ଅଲଗା ଅଲଗା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ...

ଓ୍ବିଲିୟମସନ୍‌ ଶ୍ରେଷ୍ଠ ଦିନିକିଆ କ୍ରିକେଟର

ଅକ୍‌ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍‌ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍‌ଦାର ପ୍ରଦର୍ଶନ...

୨୦୨୨କୁ ଘୁଞ୍ଚିଲା ସନ୍ତରଣ ବିଶ୍ୱ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୪।୫(ପି.ଟି.): ୨୦୨୧ ଗ୍ରୀଷ୍ମରେ ଜାପାନରେ ଆୟୋଜନ ହେବାକୁ ଥିବା ସନ୍ତରଣ ବିଶ୍ୱ ଚାମ୍ପିୟନଶିପ୍‌କୁ ଘୁଞ୍ଚାଇ ଦିଆଯାଇଛି। ୨୦୨୨ ମେ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟକୁ ସ୍ଥଗିତ...

ଫିଫା ମହିଳା ବିଶ୍ୱକପ୍‌: କୋଭିଡ-୧୯ ସତ୍ତ୍ୱେ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ଆଶାବାଦୀ

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ-୧୯ର ଆତଙ୍କ ସତ୍ତ୍ୱେ ଆସନ୍ତା ନଭେମ୍ବରରରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ କରିବାକୁ ଅଲ୍‌ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍‌ଏଫ୍‌) ବେଶ୍‌...

ଡେଭିସ୍‌ କପ୍‌: ଭେନ୍ୟୁ ସ୍ଥାନାନ୍ତର ପାଇଁ ରାଜି ହେଉନି ପାକିସ୍ତାନ

କରାଚୀ, ୧୨ା୮ (ପି.ଟି.)-ପାକିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ଡେଭିସ୍‌ କପ୍‌ ଏସିଆ/ଓସେନିଆ ଗ୍ରୁପ୍‌-୧ ମ୍ୟାଚ୍‌ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ଭାରତ କରିଥିବା ଅନୁରୋଧକୁ ପାକିସ୍ତାନ...

ଅଲୋଡ଼ା କ୍ଲବରେ ରୋହିତ

ଭାଇଜାଗ,୮।୧୦(ପି.ଟି.): ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଉଭୟ ଇନିଂସରେ ଓପନର ଭାବେ ଶତକ ଲଗାଇ ବିଶ୍ୱ...

ଡୋପ୍‌: ଶଟ୍‌ ପୁଟର ନବୀନ ଚିକାରା ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୮।୩(ପି.ଟି.): ଭାରତୀୟ ତାରକା ଶଟ୍‌ପୁଟର ନାବୀନ ଚିକାରା ୪ ବର୍ଷ ବାସନ୍ଦ ହୋଇଛନ୍ତି। ଓ୍ବଲର୍‌ଡ ଆଥଲେଟିକ୍ସର ଇଣ୍ଟିଗ୍ରେଟେଡ ୟୁନିଟ୍‌ ତାଙ୍କୁ କ୍ରୀଡ଼ାରୁ ବାସନ୍ଦ କରିଛି।...

Leave a comment

Your email address will not be published. Required fields are marked *