Posted inଜାତୀୟ

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷାକରି ବୋଲ୍‌ସୋନାରୋ ସମ୍ମତି ମଧ୍ୟ ପ୍ରଦାନ କରିସାରିଛନ୍ତି। ଜାନୁୟାରୀ ୨୬ରେ ଏହାକୁ ଧୁମ୍‌ ଧାମ୍‌ରେ ପାଳନ କରିବା ଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ସବୁଠାରୁ ବଡ଼ କଥା ହେଲା ହରିୟାଣାର ସିଭିଲ ସର୍ଭିସେସ୍‌ ଅଫିସରଙ୍କ ପୁଅ ହିତେଶ୍ୱର ଶର୍ମାଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ ଦେଖିବା ଲାଗି କେନ୍ଦ୍ର ସରକାର ଆମନ୍ତ୍ରଣ କରିଛନ୍ତି। ପଞ୍ଚକୁଲାର ଏହି ଟିନ୍‌ ଏଜ୍‌ ଯୁବକ ଏବେ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ପରେଡ୍‌ ଦେଖିବାକୁ ଦିଲ୍ଲୀ ଆସିବେ ବୋଲି ପ୍ରକାଶ କରିଛନ୍ତି। ହିତେଶ୍ୱରଙ୍କ ଦିଲ୍ଲୀରେ ଜାନୁୟାରୀ ୨୫ରୁ ୨୭ ପର୍ଯ୍ୟନ୍ତ ରହିବା, ଯାତାୟାତ ଖର୍ଚ୍ଚ ସରକାର ବହନକରିବେ ବୋଲି କହିଛନ୍ତି। ପରେଡ୍‌ ଦେଖିବା ଲାଗି ଆମନ୍ତ୍ରଣ କରାଯାଇଥିବା ୧୦୦ ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହିତେଶ୍ୱର ଅନ୍ୟତମ। ସେ ମାଟ୍ରିକ ପରୀକ୍ଷାରେ ୯୯.୬ ପ୍ରତିଶତ ମାର୍କ ରଖିଥିଲେ। କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣପତ୍ର ପାଇଥିବା ସେ କହିବା ସହ ବହୁତ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଆରଏସ୍‌ଏସ୍‌ର ବରିଷ୍ଠ ପ୍ରଚାରକ ପି. ପରମେଶ୍ୱରନ୍‌ଙ୍କ ପରଲୋକ

କୋଚି,୯।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଆରଏସ୍‌)ର ବରିଷ୍ଠ ପ୍ରଚାରକ ପି ପରମେଶ୍ୱରନଙ୍କର ରବିବାର ପରଲୋକ ହୋଇଛି। କେରଳର ପାଲାକ୍କାଡ ଜିଲାର ଓଟ୍ଟାପ୍ପାଲମାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା...

ବୀର ଭୂମିରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ ଅବସରରେ ମଙ୍ଗଳବାର ବୀରଭୂମିଠାରେ କଂଗ୍ରେସର ମଧ୍ୟକାଳୀନ ଅଧ୍ୟକ୍ଷ ତଥା ରାଜୀବଙ୍କ ସ୍ତ୍ରୀ...

୫ ଶହ ବର୍ଷ ପରେ ୧୦୫ ଗାଁର ରାଜପୁତ ବାନ୍ଧିବେ ପଗଡ଼ି ପିନ୍ଧିବେ ଜୋତା

ଲକ୍ଷ୍ନୌ,୧୯।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ରାୟ ଦିଆଯାଇଛି। ଅଯୋଧ୍ୟା ନିକଟରେ ଥିବା ପୁରା ବଜାର ବ୍ଲକ୍‌ ଏବଂ ଏହାର ଆଖପାଖ ଅଞ୍ଚଳର...

‘ଆଇପିସି, ସିଆର୍‌ପିସିରେ ହେବ ପରିବର୍ତ୍ତନ’

ନୂଆଦିଲ୍ଲୀ,୯ା୧୨(ପି.ଟି.): ବଳତ୍କାର ଭଳି ଘୃଣ୍ୟ ଅପରାଧ ସମେତ ଫୌଜଦାରି ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିତର୍କ ଚାଲିଥିବାବେଳେ ଆଇପିସି ଏବଂ ସିଆର୍‌ପିସିରେ ସଂଶୋଧନ ଆଣିବାକୁ...

ଏନ୍‌ଆର୍‌ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦%...

ଇଭିଏମ୍‌ରେ ପଦ୍ମଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଲା ବିରୋଧି

ନୂଆଦିଲ୍ଲୀ,୨୮।୪: ଇଭିଏମ୍‌ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପଦ୍ମତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧି। ଯାହାର ଏବେ ଜବାବ ରଖିଛନ୍ତି ନିର୍ବାଚନ କମିଶନ। ସେ...

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ...

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌...

Leave a comment

Your email address will not be published. Required fields are marked *