ଜାଣନ୍ତୁ ଏପରି କିଛି ଟିପ୍ସ ଯାହା ଅସଲି, ନକଲି କେଶର ଚିହ୍ନିବାରେ କରିବ ସାହାଯ୍ୟ

କିଛି ଖାଦ୍ୟ ତଥା ପାନୀୟ ପ୍ରସ୍ତୁତି ସମୟରେ କେଶର ବ୍ୟବହାର କରାଯାଇଥାଏ। ଏହା ବ୍ୟକ୍ତିଙ୍କୁ ସୁସ୍ଥ ରଖିବା ସହିତ ସୁନ୍ଦର କରିଥାଏ। ଜମ୍ମୁକଶ୍ମୀରର ପୁଲ୍‌ଓ୍ବାମାଠାରେ ବହୁଳ ଭାବେ କେଶର ଉତ୍ପାଦନ ହୋଇଥାଏ। ଏହାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ତେବ ବଜାରରେ ମିଳୁଥିବା କେଶରକୁ ଅସଲି ବୋଲି ଭାବି ଘରକୁ ଆଣିବା ପରେ କିଛି କ୍ଷେତ୍ରରେ ଏହା ନକଲି ବୋଲି ଜଣାପଡ଼ିଥାଏ। ତେଣୁ ଏପରି କିଛି ଟିପ୍ସ ଜାଣନ୍ତୁ ଯାହା ଆପଣଙ୍କୁ ଅସଲି କେଶର ଚିହ୍ନିବାରେ ସାହାଯ୍ୟ କରିବ।

– କେଶର କିଣିବା ସମୟରେ ଅଳ୍ପ କିଛି ପାଟିରେ ପକାନ୍ତୁ। ଯଦି ତାହା ମିଠା ଲାଗେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଅସଲି କେଶର ସୁଗନ୍ଧିତ ହୋଇଥାଏ। ମାତ୍ର ସ୍ବାଦ ଭଲ ହୋଇ ନ ଥାଏ।

– ଅଳ୍ପ ଗରମ ପାଣିରେ କେଶରରୁ କିଛି ପକାଇ ତାହାକୁ ଦେଖନ୍ତୁ। ଯଦି ତୁରନ୍ତ ରଙ୍ଗ ଛାଡ଼ିବା ଆରମ୍ଭ କରେ ତେବେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଅସଲି କେଶରର ରଙ୍ଗ ଧୀରେ ଧୀରେ ଛାଡିଥାଏ।

-ଏକ କପ ପାଣିରେ ବେକିଂ ସୋଡା ପକାଇ ଭଲ ଭାବେ ଗୋଳାନ୍ତୁ। ସେଥିରେ କିଛି କେଶର ପକାଇ ଦେଖନ୍ତୁ। ଯଦି ହଳଦିଆ ରଙ୍ଗ ଛାଡ଼ୁ ନ ଥାଏ ତେବେ ତାହା ନକଲି ବୋଲି ଜାଣନ୍ତୁ। କାରଣ ଯେକୌଣସି ଜିନିଷରେ ମିଶାଇଲେ ସୁଦ୍ଧା କେଶର ହଳଦିଆ ରଙ୍ଗ ଛାଡିଥାଏ।

-କେଶରକୁ ଖରାରେ ଶୁଖାଇବା ଦ୍ୱାରା ତାହା ଭାଙ୍ଗିଯାଇଥାଏ। ମାତ୍ର ନକଲି କେଶର ସେହିପରି ରହିଥାଏ। ଏପରି ପରଖି ମଧ୍ୟ ଆପଣ ଅସଲି କିମ୍ବା ନକଲି ଜାଣିପାରିବେ।


All Right Reserved By Dharitri.Com

ଏସବୁ ଘରୋର ଉପଚାରରେ ଦୂର ହେବ ଗ୍ୟାସ ସମସ୍ୟା

ବର୍ତ୍ତମାନ ସମୟରେ ପେଟ ଗ୍ୟାସ ହେବା ମୁଖ୍ୟ ସମସ୍ୟା ପାଲଟିଛି। ବେଳେବେଳେ ଗ୍ୟାସ ଯୋଗୁ ପେଟ ଦରଜ ହେବା ସହ ଭୀଷଣ ମୁଣ୍ଡ ବିନ୍ଧା ହୋଇଥାଏ।...

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ...

ଶୀତଦିନେ ମେକ୍‌ଅପ

ଶୀତଦିନେ ମେକଅପ୍‌ ହେବା ପୂର୍ବରୁ ସ୍କିନ୍‌କୁ ପୂରା ମଶ୍ଚରାଇଜ୍‌ କରିଦିଅନ୍ତୁ। ଏଥିପାଇଁ ମେକଅପ୍‌ ପୂର୍ବରୁ ନିଜ ସ୍କିନ୍‌କୁ ଭଲ କ୍ଲିଞ୍ଜିଂ ମିଲ୍‌କ ସାହାଯ୍ୟରେ ସଫା କରନ୍ତୁ।...

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌...

ଗର୍ଭାବସ୍ଥାରେ ଦେହ ପାଇଁ ହିତ ଦେଶୀ ଘିଅ

ଗର୍ଭାବସ୍ଥାରେ ଦେଶୀ ଗାଈ ଘିଅ ଖାଇଲେ ଦେହ ପାଇଁ ହିତକର ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ, ଦେଶୀ ଘିଅରେ ପର୍ଯ୍ୟାପ୍ତ...

ସକାଳେ କପେ ରେଡ୍‌ ଟି…

ସକାଳେ ରେଡ୍‌ ଟି ପିିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌...

ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହା ଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

Leave a comment

Your email address will not be published. Required fields are marked *