Posted inଜାତୀୟ

ଚାଇନା ସୀମା ଉପରେ ଅଧିକ ନଜର ଆବଶ୍ୟକ: ନୂଆ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୨ା୧: ଚାଇନା ସୀମା ଉପରେ ଅଧିକ ନଜର ରଖାଯିବା ଜରୁରୀ ବୋଲି ନୂଆ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ସବୁ ସମୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ସେନାର ପ୍ରାଥମିକତା ହେବ। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା ଉପରେ ସେନା ସ୍ବତନ୍ତ୍ର ଧ୍ୟାନ ଦେବ ବୋଲି ନୂଆଦିଲ୍ଲୀରେ ଖବରଦାତାମାନଙ୍କ ସହ ଆଲୋଚନା ବେଳେ ସେନାଧ୍ୟକ୍ଷ କହିଛନ୍ତି। ଏହି ଅବସରରେ ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗାର୍ଡ ଅଫ୍‌ ଅନର ଗ୍ରହଣ କରିଥିଲେ। ଜେନେରାଲ ନରଓ୍ବଣେ ଭାରତର ୨୮ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯେକୌଣସି ନିରାପତ୍ତାଜନିତ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବା ଲାଗି ସେନା ସମର୍ଥ। ଆମେ ଅତୀତରେ ଓ୍ବେଷ୍ଟର୍ନ ଫ୍ରଣ୍ଟ ଉପରେ ଅଧିକ ଧ୍ୟାନ ଦେଇଆସିଛେ। ଏବେ ନର୍ଦ୍ଦର୍ନ ଫ୍ରଣ୍ଟ ଉପରେ ସମାନ ଧ୍ୟାନ ଦିଆଯିବାର ସମୟ ଆସିଛି ବୋଲି ଜେନେରାଲ ନରଭନେ ଖବରଦାତାମାନଙ୍କୁ କହିଛନ୍ତି।


All Right Reserved By Dharitri.Com

ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା...

ଦିଲ୍ଲୀ ସିଂହାସନ: ୨୨ବର୍ଷ ଧରି ଦୂରରେ ଭାଜପା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ କ୍ଷମତା ଦଖଲ କରିବା ପାଇଁ ଭାଜପା ଦେଖିଥିବା ସ୍ବପ୍ନ ମଉଳି ଯାଇଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣିଥରେ ଶାସନ ଡୋରି ଧରିବା ନିଶ୍ଚିତ...

ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୮ା୪: କ୍ରିକେଟର୍‌ରୁ ରାଜନେତା ବନିଥିବା ଭାଜପା ପ୍ରାର୍ଥୀ ଗୌତମ୍‌ ଗମ୍ଭୀର ବିନା ଅନୁମତିରେ ନିର୍ବାଚନ ର଼୍ୟାଲି କରିଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତାଙ୍କ ବିରୋଧରେ...

ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୮: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି...

ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନି; ଯୋଗାଯୋଗ ପାଇଁ ଜାରି ରହିଛି ଉଦ୍ୟମ: ଇସ୍ରୋ

ଶ୍ରୀହରିକୋଟା,୯।୯: ଚନ୍ଦ୍ରୟାନ-୨ ମିଶନରେ ଆଶା ମଉଳିନି। କେତେକ ଯାନ୍ତ୍ରିକ ବ୍ୟତିକ୍ରମ ଯୋଗୁ ଲ୍ୟାଣ୍ଡର ବିକ୍ରମ ନିଦ୍ଦିଷ୍ଟ ପଥରୁ ବାହାରି ଯାଇ ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ପଡ଼ିଯାଇଥିବା ଇସ୍ରୋ...

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ...

ପୋଲିସରେ ଭର୍ତ୍ତି ହେଲେ କୃଷକଙ୍କ ୨ଝିଅ, ଜଣେ ପୁଅ

ଲକ୍ଷ୍ନୌ,୧୭।୧୨: ପରିବାରରେ ଯେତେବେଳେ ଜଣେ ପୁଅ ପୋଲିସ ପୋଷାକ ପିନ୍ଧେ ସେତେବେଳେ ସମସ୍ତେ ଗର୍ବ ଅନୁଭବ କରିଥାନ୍ତି। ହେଲେ ଉତ୍ତରପ୍ରଦେଶ ମୁରଦାବାଦରେ ଏଭଳି ଏକ ଘଟଣା...

୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍‌ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ...

Leave a comment

Your email address will not be published. Required fields are marked *