Posted inଜାତୀୟ

ଗୋଟିଏ ମାସରେ କୋଟା ହସ୍ପିଟାଲରେ ୧୦୦ ଶିଶୁ ମୃତ୍ୟୁ, କଂଗ୍ରେସ ଉପରେ ବର୍ଷିଲା ଭାଜପା

କୋଟା,୨।୧: ରାଜସ୍ଥାନ କୋଟା ସ୍ଥିତ ଜେ.କେ. ଲୋନ ହସ୍ପିଟାଲରେ ଗତ ଡିସେମ୍ବର ମାସରେ ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଗତ ୨ ଦିନ ମଧ୍ୟରେ ଏଠାରେ ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜସ୍ଥାନର ଅଶୋକ ଗେହଲଟ ସରକାର, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏଭଳି ଶିଶୁ ମଡ଼କ ବାବଦରେ କେବେ ମୁହଁ ଖୋଲିବେ ବୋଲି ଭାଜପା ପ୍ରଶ୍ନ କରିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁଙ୍କ ଚିକିତ୍ସାରେ ଅବହେଳା କରୁଥିବା ଭାଜପା ଅଭିଯୋଗ କରିଛି। ୨୦୧୮ ଡାସେମ୍ବରରେ ଏହି ହସ୍ପିଟାଲରେ ୭୭ ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଥିଲା। ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡା. ସୁରେଶ ଦୁଲାର କହିଛନ୍ତି, ଗତ ଡିସେମ୍ବର ୩୦ରେ ୪ ଏବଂ ୩୧ରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଜନ୍ମପରେ ଶିଶୁଙ୍କ ଓଜନ କମ୍‌ ଥିବା ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଶିଶୁ ମୃତ୍ୟୁ ପ୍ରତିବାଦରେ ଗେହଲଟ ସରକାରଙ୍କ ବିରୋଧରେ ଭାଜପା ବିକ୍ଷୋଭ ପ୍ରଦର୍ଶନ କରିଛି।


All Right Reserved By Dharitri.Com

ତେଲେଙ୍ଗାନାରେ ସ୍ବାଇନ ଫ୍ଲୁ ରୋଗୀ

ହାଇଦ୍ରାବାଦ,୧୯।୧: ତେଲେଙ୍ଗାନରେ ଏବେସୁଦ୍ଧା ୧୫୦ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍‌ ପ୍ରିଭେନ୍‌ଟିଭ୍‌ ମେଡିସିନର ନିର୍ଦ୍ଦେଶକ ଡାକ୍ତର ଶଙ୍କର। ସେ କହିଛନ୍ତି...

ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତରୁ ପଳାୟନ କରିଥିବା ଜାକିର୍‌ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍‌ ବିନ୍‌ ମହମ୍ମଦଙ୍କ ସହିତ ଆଲୋଚନା...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

ପରଲୋକରେ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀର ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲକୁ...

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ଗଲାଣି ୫୦ ଜଣଙ୍କ ଜୀବନ

ଗୁଆହାଟି,୭ା୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଏଥିଯୋଗୁ ୫୦ ଜଣଙ୍କ ଜୀବନ ଗଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ଜୁଲାଇ...

ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା...

ମୋଫେଡ ଚାଳକଙ୍କୁ ଦେଖି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେଲା ପାଲିସ

ଚନ୍ଦୌଲି,୧୩।୯: ଉତ୍ତର ପ୍ରଦେଶରେ ଜଣେ ମୋଫେଡ ଚାଳକଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ଯାଞ୍ଚ କରି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେବା ଏବେ ଚର୍ଚ୍ଚାର...

Leave a comment

Your email address will not be published. Required fields are marked *