Posted inଖେଳ

ଖେଳାଳିଙ୍କ ପେନ୍‌ସନରେ ବୃଦ୍ଧି କରିବ ବିସିସିଆଇ

ନୂଆଦିଲ୍ଲୀ,୧।୬-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଅଇ) କାର୍ଯ୍ୟକାରୀ ସଭାପତି ସି.କେ. ଖାନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)କୁ ପୂର୍ବତନ ଖେଳାଳିଙ୍କ ପେନ୍‌ସନରେ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୦୩ରୁ ୪ ପର୍ଯ୍ୟନ୍ତ ଅତିକମ୍‌ରେ ୨୫ ପ୍ରଥମ ଶ୍ରେଣୀ ଖେଳିଥିବା ପୂର୍ବତନ କ୍ରିକେଟରଙ୍କ ପେନ୍‌ସନରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଫଳରେ ୨୫ରୁ ୫୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା କ୍ରିକେଟରଙ୍କୁ ମାସିକ ୧୫ ହଜାର, ୫୦ରୁ ୭୪ ମ୍ୟାଚ୍‌ ଖେଳିଥିବା କ୍ରିକେଟରଙ୍କୁ ୨୨୫୦୦ ଓ ୭୪ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ୩୦ ହଜାର ଟଙ୍କା ଟଙ୍କା ମିଳିବ। ୫ରୁ କମ୍‌ ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିବା କ୍ରିକେଟରୁ ୩୭,୫୦୦ ଟଙ୍କା ପେନ୍‌ସନ ବାବଦକୁ ଦିଆଯିବା ନେଇ ଖାନ୍ନା ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ପୂର୍ବତନ ଖେଳାଳିଙ୍କ ପେନ୍‌ସନ ଲାଗି କୌଣସି ଚୁକ୍ତି ନ ଥିଲା ବୋଲି ମନେରଖିବାକୁ ପଡ଼ିବ। ଭାରତୀୟ ଦଳରେ ଖୁବ୍‌ କମ୍‌ ଖେଳାଳିଙ୍କୁ ସୁଯୋଗ ମିଳୁଥିବା ଖାନ୍ନା କାରଣ ଦର୍ଶାଇଛନ୍ତି। ନିକଟରେ କେତେଜଣ ପୂର୍ବତନ ଖେଳାଳି ପେନ୍‌ସନକୁ ନେଇ ଅନ୍ତର୍ଜାତୀୟ ଓ ଘରୋଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଭେଦଭାବ କରାଯାଉଥିବା ଅଭିଯୋଗ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଆଉ ଜଣେ ଭାରତୀୟ ଖେଳାଳି ଆହତ

ସାଉଥାମ୍ପଟନ,୨୦।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ସମସ୍ୟା ବଢ଼ିବାରେ ଲାଗିଛି। ଓପନର ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ବେଳେ ଭୁବନେଶ୍ୱର କୁମାର ଆହତ ସମସ୍ୟା...

ମା’ଙ୍କ ମୃତ୍ୟୁବେଳେ ପାଖରେ ନ ଥିଲେ, ଇଦ୍‌ରେ କବର ସ୍ଥାନରେ ଭେଟିଲେ ଏହି କ୍ରିକେଟର

ପାକିସ୍ତାନର ଉଦୀୟମାନ ଖେଳାଳି ନସିମ ଶାହ ନିକଟରେ ନିଜ ମା’ଙ୍କୁ ହରାଇଛନ୍ତି। ୧୬ ବର୍ଷୀୟ ଏହି କ୍ରିକେଟର୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ...

ଡେନମାର୍କ ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ

ଓଡେନସେ, ୧୬।୧୦ (ପି.ଟି.):  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ...

ଭାରତୀୟ ସ୍କୁଲ ଛାତ୍ରୀଛାତ୍ରଙ୍କ କଳାବାଜିରେ ଚକିତ ଅଲିମ୍ପିକ୍ସ ଚାମ୍ପିୟନ

ନୂଆଦିଲ୍ଲୀ,୩୧।୮: ଦୁଇ ଛାତ୍ରୀଛାତ୍ରଙ୍କ ରାସ୍ତାରେ କଳାବାଜି (ସମରସଲ୍ଟିଂ) କରୁଥିବାବେଳର ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଭିଡିଓରେ ପ୍ରଥମେ...

କମଳେଶଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଅନୁଷ୍ଠିତ ଚମୁଣ୍ଡା-ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜ(ସିଏସ୭)ରେ ଓଡ଼ିଶା ଟେନିସ ପ୍ରତିଭା କମଳେଶ ରଥ ୧୨ ବର୍ଷରୁ କମ୍‌ ବିଭାଗରେ ସିଙ୍ଗଲ୍ସ...

ଡୋପ୍‌ ସାମ୍ପଲ ସଂଗ୍ରହ ଆରମ୍ଭ ହେବ

ନୂଆଦିଲ୍ଲୀ, ୧୯ା୫ (ପି.ଟି.)-କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ରେ କୋହଳ କରାଯାଇଛି। ଏଣିକି ଆଥଲେଟ୍‌ମାନେ ଷ୍ଟାଡିୟମ ଅବା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଟ୍ରେନିଂ ନେଇପାରିବେ। ସେମାନଙ୍କଠାରୁ ଡୋପ୍‌...

କୋଭିଡ-୧୯ ପ୍ରତିବନ୍ଧକ: ବାଲା ଦେବୀଙ୍କ ସ୍କଟ୍‌ଲାଣ୍ଡ ରହଣି ବଢିଲା

ନୂଆଦିଲ୍ଲୀ, ୨୧।୩ (ପି.ଟି.)- କରୋନା ଭାଇରସ ବା କୋଭିଡ-୧୯ ପ୍ରତିବନ୍ଧ ପାଇଁ ଭାରତୀୟ ମହିଳା ଫୁଟବଲ ତାରକା ଏନ୍‌ ବାଲା ଦେବୀଙ୍କ ସ୍କଟଲାଣ୍ଡ ରହିଣିରେ ବୃଦ୍ଧି...

ଫ୍ୟାମିଲି କ୍ଲଜ୍‌ ଉଲ୍ଲଂଘନ: ନଜରରେ ଭାରତୀୟ ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୧।୭ (ପି.ଟି.)- ବିଶ୍ୱକପ୍‌ ଖେଳିବାର ଅବସରରେ ଜଣେ ବରିଷ୍ଠ ଭାରତୀୟ କ୍ରିକେଟର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ‘ଫ୍ୟାମିଲି କ୍ଲଜ୍‌’ ବା ପରିବାର ଅନୁଚ୍ଛେଦ...

Leave a comment

Your email address will not be published. Required fields are marked *