Posted inଖେଳ

ନୂଆବର୍ଷରେ ହାର୍ଦ୍ଦିକଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ,୨।୧ (ପି.ଟି.)- ନୂଆବର୍ଷର ପ୍ରଥମ ଦିନରେ ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛିି। ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡ୍ୟା ଏ ନେଇ ଫଟୋ ପୋଷ୍ଟ କରିଛନ୍ତି। ୨୭ ବର୍ଷୀୟା ନତାଶା ଲୋକପ୍ରିୟ ରିୟଲିଟି ଶୋ ‘ବିଗ୍‌ ବସ୍‌’ର କଣ୍ଟେଷ୍ଟାଣ୍ଟ ଥିଲେ। ସେ ମଧ୍ୟ ମ୍ୟୁଜିକ୍‌ ଭିଡିଓ ‘ବାନ୍‌-ଡୁକ୍‌’ରେ ସାମିଲ ଥିଲେ। ଏହାଛଡ଼ା ସେ କୋତୋଟି ବଲିଉଡ୍‌ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି। ପୂର୍ବରୁ ନତାଶାଙ୍କ ସହ ପାଣ୍ଡ୍ୟା ନିୟମିତ ଡେଟିଂ କରିଆସୁଥିଲେ। ଏହି ଦୁହିଁଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଆସୁଥିଲା। ୨୬ ବର୍ଷୀୟ ହାର୍ଦ୍ଦିକ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିତ୍ବା ଫଟୋର ଏକ ମଜାଦାର କ୍ୟାପ୍‌ଶନ ଲେଖିଛନ୍ତି। ‘ନୂଆ ଫଟକା ସହ ନୂଆ ବର୍ଷର ଆରମ୍ଭ’ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଠାରେ ନତାଶାଙ୍କୁ ଫଟକା ବୋଲି ସୂଚାଇଛନ୍ତି। ପାଣ୍ଡ୍ୟା ପୋଷ୍ଟ କରିଥିବା ଏହି ଫଟୋ ଉପରେ କ୍ରିକେଟର ୟୁଜବେନ୍ଦ୍ର ଚହଲ, ସିଦ୍ଧେଶ ଲାଡ, କ୍ରୁନାଲ ପାଣ୍ଡ୍ୟାଙ୍କ ପତ୍ନୀ ତଥା ହାର୍ଦ୍ଦିକଙ୍କ ଭାଉଜ ପଙ୍ଖୁଡି ଶର୍ମା, ଅଭିନେତା ଅର୍ଜୁନ କପୁର ପ୍ରମୁଖ କମେଣ୍ଟ କରିଛନ୍ତି। ନତାଶା ମଧ୍ୟ ହାର୍ଦ୍ଦିକଙ୍କ ପରିବାର ସଦସ୍ୟଙ୍କ ସହ ପରିଚିତ ହୋଇସାରିଛନ୍ତି।
ହାର୍ଦ୍ଦିକ ବ୍ୟାକ୍‌ ଇଞ୍ଜୁରୀ ପାଇଁ ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ ଖେଳିପାରି ନ ଥିଲେ। ସେ ମଧ୍ୟ ଆଗାମୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ରେ ସାମିଲ ହୋଇପାରିବେ ନାହିଁ। ତେବେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଏ’ ଦଳରେ ସାମିଲ କରିଛି। ଶେଷଥର ପାଇଁ ୨୦୧୯ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିଥିଲେ ଓ ଏହା ତାଙ୍କର ଥିଲା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହି ସିରିଜ ପରେ ସେ ଅକ୍ଟୋବରରେ ଲଣ୍ଡନରେ ଅସ୍ତ୍ରୋପଚାର କରାଇଥିଲେ।


All Right Reserved By Dharitri.Com

Posted inଖେଳ View All

ତୀରନ୍ଦାଜୀ, କବାଡ଼ି ଇଭେଣ୍ଟରେ ପ୍ରାଦେଶିକ ଜନଜାତୀ କ୍ରୀଡ଼ା

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)- ଜନଜାତି ସମାଜରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ପ୍ରାଦେଶିକ ଜନଜାତି କ୍ରୀଡ଼ା ଚଳିତମାସ ୭ ଓ ୮ ତାରିଖ...

ସଚିନଙ୍କ ସମକକ୍ଷ ହେବାକୁ କୋହଲି ନିକଟରେ ସୁଯୋଗ

ଲଣ୍ଡନ, ୯।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଆଉଏକ ମାଇଲଖୁଣ୍ଟ ତଥା ରେକର୍ଡର ନିକଟତର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ରବିବାର ଭାରତ...

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ପ୍ରବୀଣ ଲୋହା ନୂଆମୁହଁ: ବିପ୍ଳବଙ୍କ ପ୍ରତ୍ୟାବର୍ତ୍ତନ, ଗୋବିନ୍ଦ ଅଧିନାୟକ

କଟକ ଅଫିସ,୩୧ା୧୦-  ଆସନ୍ତା ନଭେମ୍ବର ୮ରୁ ଆରମ୍ଭ ହେବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଘରୋଇ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ। ଓଡ଼ିଶା ଗ୍ରୁପ-ଇରେ...

ପ୍ରଥମ ଭାରତୀୟ ପଙ୍ଘାଲ

ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି।...

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ

ବେଙ୍ଗାଲୁରୁ, ୪ା୧ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଧାନ୍ୟ ଜାରି ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଦଳ ୨-୧...

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ...

ଗୌଡ଼ାଙ୍କ ପାଇଁ ଟ୍ରାଏଲ ତାରିଖ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ, ୧୬ା୨ (ପି.ଟି.)- କାମ୍ବାଲା ରେସର୍‌ ଶ୍ରୀନିବାସ ଗୌଡ଼ାଙ୍କ ଟ୍ରାଏଲ ପାଇଁ ପ୍ରକୃତ ଦିନ ଧାର୍ଯ୍ୟ ହୋଇନାହିଁ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁସ୍ଥିତ...

ରଣଜୀ ଟ୍ରଫି: ମୁମ୍ବାଇର କ୍ରମାଗତ ଦ୍ୱିତୀୟ ପରାଜୟ, କର୍ନାଟକ ୫ ଉଇକେଟରେ ବିଜୟୀ

ମୁମ୍ବାଇ,୫।୧(ପି.ଟି.)- ସ୍ଥାନୀୟ ବାନ୍ଦ୍ରା କୁଲା କମ୍ପ୍ଲେକ୍ସରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି କର୍ନାଟକ ରବିବାର ତୃତୀୟ ଦିନରେ...

Leave a comment

Your email address will not be published. Required fields are marked *