ଧାନକିଣାକୁ କେନ୍ଦ୍ର କରି ସମବାୟ ସମିତି ସମ୍ମୁଖରେ ଧାରଣା

ଜଳେଶ୍ୱର,୧।୧(ସ୍ବ.ପ୍ର): ଜଳେଶ୍ୱର ସ୍ଥିତ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଚାଫଲା ସେବା ସମବାୟ ସମିତିରେ ବିବାଦ ଦେଖାଦେବାରୁ ଧାରଣା ଦିଆଯାଇଥିଲା। ଫଳରେ ଧାନ କ୍ରୟ ଲାଗି ନାମ ପଞ୍ଜୀକରଣ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଏହି ସମବାୟ ସମିତି ଅଧୀନରେ ଥିବା ୯ଟି ଗ୍ରାମର ୨୬୩ଜଣ ଚାଷୀଥିବା ବେଳେ ୬୮ଜଣ ଚାଷୀଙ୍କ ନାମ ଧାନକ୍ରୟ ଲାଗି ପଞ୍ଜୀକରଣ ହୋଇଛି। ତେଣୁ ଧାନବିକ୍ରି କରି ନ ପାରି ଚାଷୀମାନେ ହଇରାଣ ହେଉଥିବାବେଳେ ସମ୍ପାଦକଙ୍କୁ ବୋର୍ଡ ଦାୟୀ କରିଛି। ଫଳରେ ଗତ ମଙ୍ଗଳବାର ବୋର୍ଡ ସଭାପତି ରବୀନ୍ଦ୍ର ପାତ୍ର, ମନୋରଞ୍ଜନ ଜେନା, ମୃତ୍ୟୁଞ୍ଜୟ ଭୂୟାଁ, ଅନନ୍ଦ ପାତ୍ର, ମୂରଲୀ ଗିରି ପ୍ରମୁଖଙ୍କ ନେତୃତ୍ୱରେ ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରତି କୁଇଣ୍ଟାଲକୁ ୫/୬ କେଜି ଧାନ ଓଜନରେ କମ୍‌ ନିଆଯାଉ ଥିବାରୁ ଚାଷୀମାନଙ୍କ ପକ୍ଷରୁ ବିରୋଧ କରାଯାଇ ଆସୁଛି। ଧାରଣା ଆରମ୍ଭ ହେବାର କିଛି ସମୟପରେ ବାଲେଶ୍ୱରର ଡେପୁଟି ରେଜିଷ୍ଟାର ପ୍ରଶାନ୍ତ କୁମାର ମହାନ୍ତି, ଏସ୍‌ଏଆର୍‌ ବିଜୟ କୁମାର ରାଉଳ, ଜଳେଶ୍ୱର ବ୍ୟାଙ୍କର ସୁପରଭାଇଜର ଅଜୟ କୁମାର କର ଓ ନିରଞ୍ଜନ ଦାସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।


All Right Reserved By Dharitri.Com

ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି

ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ...

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ପରଜଙ୍ଗ,୭।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଲୋଧଣି ପଞ୍ଚାୟତ ପାଳସାହି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।...

ମୋବାଇଲ ଫାଟି ଶ୍ରମିକ ମୃତ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ୍‌ ଥାନା ଅଧୀନ ଅଠରବାଙ୍କି ଲକ୍‌ଫଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମୋବାଇଲ ଫାଟିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁଘଟିଛି। ମୃତକ ହେଲେ...

ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର

ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର...

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ...

ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ପୁରୀ ଅଫିସ, ୧ା୬: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ଅଳ୍ପବହୁତେ ପ୍ରାୟ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯...

ବିଜୟ ଶର୍ମା ହୋଇପାରନ୍ତି ପୋଲିସ ଡିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଥିବା ନେଇ ଚର୍ଚ୍ଚା ହେଉଛି।...

ଭୋକିଲା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ଆଦିବାସୀ ସଂଘ

ଲୋଇସିଂହା, ୩୦ା୩(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହାରେ ଫସି ରହିଥିବା ଜିଲା ତଥା ରାଜ୍ୟ ବାହାର ଲୋକଙ୍କୁ ଆାଦିବାସୀ ସଂଘ ପକ୍ଷରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ା...

Leave a comment

Your email address will not be published. Required fields are marked *