ସାବଧାନ, ଶୀତଦିନେ ଏସବୁ ପାଇଁ ଲାଗେ ହାତଗୋଡ଼ ନିଶ୍ଚଳ…

ଶୀତଦିନେ ବେଳେବେଳେ କେତେକଙ୍କ ହାତଗୋଡ଼ ନିଶ୍ଚଳ ଲାଗିଥାଏ। ବାହ୍ୟ ପରିବେଶ ଥଣ୍ଡା ହୋଇଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇ ପାରି ନ ଥାଏ। ଫଳରେ ଶରୀରର ଉପର ଏବଂ ନିମ୍ନ ଅଂଶରେ ରକ୍ତ ପ୍ରବାହ ଠିକ୍‌ ଭାବେ ହୋଇପାରି ନ ଥାଏ। ଏହାଯୋଗୁ ମସ୍ତିଷ୍କର କିଛି ଅଂଶକୁ ମଧ୍ୟ ଠିକ୍‌ ଭାବେ ରକ୍ତ ପ୍ରବାହିତ ହୋଇ ନ ଥାଏ। ଫଳରେ ଏହି ଅଂଶ ଦ୍ୱାରା ପରିଚାଳିତ ହେଉଥିବା ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ହାତଗୋଡ଼ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ମାତ୍ର ଏହି ସମସ୍ୟାକୁ ଅଣଦେଖା କଲେ ପରବର୍ତ୍ତୀ ସମୟରେ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏହା ଗୁରୁତର ବ୍ରେନ୍‌ ଷ୍ଟ୍ରୋକ୍‌ ସମସ୍ୟାକୁ ଡାକି ଆଣେ। ତେଣୁ ଶୀତଦିନେ ହାତଗୋଡ଼ ନିଶ୍ଚଳ ହେବାପରି ଲାଗିଲେ ବିଳମ୍ବ ନ କରି ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ। ଚିକିତ୍ସକଙ୍କ ଅନୁସାରେ ୮୫ ପ୍ରତିଶତ ଷ୍ଟ୍ରୋକ୍‌ ସାମାନ୍ୟ ଧରଣର ହୋଇଥିବା ବେଳେ ୧୫ ପ୍ରତିଶତ ଷ୍ଟ୍ରୋକ୍‌ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ସାମାନ୍ୟ ଷ୍ଟ୍ରୋକ୍‌କୁ ଇସ୍କିମିକ୍‌ ଷ୍ଟ୍ରୋକ୍‌ କୁହାଯାଏ। ଅପର ପକ୍ଷରେ ଗୁରୁତର ଷ୍ଟ୍ରୋକ୍‌ ଯୋଗୁ ବ୍ରେନ୍‌ ହାମରେଜ୍‌ ହେବାର ଆଶଙ୍କା ରହିଥାଏ ବୋଲି ଚିକିତ୍ସକ କହିଥାନ୍ତି।


All Right Reserved By Dharitri.Com

ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର...

ସ୍ତନ୍ୟପାନ ବେଳେ ଅସୁବିଧା

ଶିଶୁ ଜନ୍ମ ପରେ କ୍ଷୀରର ପରିମାଣ କମ୍‌ ଥାଏ। ସାଧାରଣତଃ ତୃତୀୟ ଦିନ କ୍ଷୀର ସର୍ବାଧିକ ଝରିଥାଏ। ତେଣୁ ତା’ ପର ଠାରୁ ସ୍ତନ ଟାଣ...

ସ୍ବାସ୍ଥ୍ୟୋପକାରୀ ବ୍ରେକ୍‌ଫାଷ୍ଟ

ପ୍ରଥମ କଥା ହେଲା, ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁଦିନେ ଯେପରି ଏହା ଦୈନନ୍ଦିନ ରୁଟିନ୍‌ରେ ସାମିଲହେବ ସେ ନେଇ ସଚେତନ...

ଓଜୋନ ରଖିଛି ଜୀବନ

ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ହେଲା- ‘୩୨ ବର୍ଷର ଉପଶମକରଣ’। ସେ ସମ୍ପର୍କିତ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ...

ତୈଳୀୟ ତ୍ୱଚାର ଯତ୍ନ

ଋତୁ ବଦଳିବା ମାତ୍ରେ ତା’ର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ବିଶେଷ କରି ବର୍ଷାଦିନେ ତୈଳୀୟ ତ୍ୱଚାରେ ବ୍ରଣ ଏବଂ ଲାଲ୍‌ ଦାନା ଭଳି ଫଳିଯାଏ।...

ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି...

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଥିଲେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଜାଣନ୍ତୁ ଏ ସମ୍ପର୍କରେ… ଚା’କୁ ଗ୍ୟାସ୍‌ରୁ...

Leave a comment

Your email address will not be published. Required fields are marked *