Posted inଜାତୀୟ

ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ

ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ ଶାହଙ୍କୁ ସ୍ବରାଷ୍ଟ୍ର ବିଭାଗ ମିଳିଥିବାରୁ ହାର୍ଦ୍ଦିକଙ୍କୁ ଭାଜପା ସମର୍ଥକଙ୍କ ପକ୍ଷରୁ ଧମକ ମିଳୁଛି ବୋଲି ସେ କହିଛନ୍ତି। କେତେଜଣ ଭାଜପା ସମର୍ଥକ ତାଙ୍କୁ କହିଛନ୍ତି ଏବେ ତୁମ ଅବସ୍ଥା କ’ଣ ହେବ ହାର୍ଦ୍ଦିକ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିଥିଲେ। ଏମିତିକି ଭାଜପା ବିରୋଧରେ ମଧ୍ୟ ଅନେକ କଥା କହିଥିଲେ। ସେଥିପାଇଁ ତାଙ୍କୁ ଏବେ ଏହି ଧମକ ମିଳୁଛି ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଖୁସି ନୁହନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ୩୦...

ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ...

ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯

ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ...

‘ଶାନ୍ତିର ସକାଳ ଆଣିବ ବୋଡ଼ୋ ଚୁକ୍ତି’

କୋକ୍ରାଝର,୮ା୨(ପି.ଟି.): ଜନସାଧାରଣଙ୍କ ସମର୍ଥନରେ ସ୍ବାକ୍ଷରିତ ହୋଇଥିବା ବୋଡୋ ଚୁକ୍ତି ଆସାମରେ ଶାନ୍ତିର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ ଜନସଭାକୁ...

ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ କଲେ ଯୁବକ

ଜୟପୁର,୨୫।୪: ଦେଶରେ ଯୌତୁକ ବିରୋଧରେ ଜାରି ରହିଛି ସଚେତନତା। ଏହି ମର୍ମରେ ରାଜସ୍ଥାନ ସିକର ଜିଲାରେ ଜଣେ ଯୁବକ ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ।...

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ଶହୀଦ

ଶ୍ରୀନଗର,୧୭।୬: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମେଜର ଶହୀଦ ହୋଇଥିବା ବେଳେ ୩ଜଣ ଯବାନ...

ନାବାଳକ ପାଟିରେ ୫୨୬ ଦାନ୍ତ

ଚେନ୍ନାଇ,୧ା୮: ଚେନ୍ନାଇରେ ରହୁଥିବା ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ୫୨୬ଟି ଦାନ୍ତକୁ ହଟାଇଦେଇଛନ୍ତି। ରବୀନ୍ଦ୍ରନାଥ ନାମକ ଏହି ପିଲାର ଡାହାଣ ଗାଲ ଫୁଲିବା ପରେ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୭।୨: ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶନିବାର ସକାଳ ୮ଟାରୁ ଭୋଟ...

Leave a comment

Your email address will not be published. Required fields are marked *