ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଦର୍ଶାଯାଇଛି। ଫଳରେ ସୀମାରେ ଥିବା ୩୨ ଜିଲାର ୧୦ ନିୟୁତ ମୋବାଇଲ ଉପଭୋକ୍ତା ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବାଂଲାଦେଶ ଟେଲିକମ୍ୟୁନିକେଶନ ରେଗୁଲେଟୋରି କମିଶନ(ବିଟିଆର୍‌ସି) ପକ୍ଷରୁ ସମସ୍ତ ଗ୍ରାମୀଣ ଫୋନ, ଟେଲିଟକ୍‌, ରୋବି ଓ ବାଂଲାଲିଙ୍କ୍‌ ସେବା ବନ୍ଦ କରାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କୁହାଯାଇଛି। ବାଂଲାଦେଶ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ। ବିଟିଆର୍‌ସି ଅଧ୍ୟକ୍ଷ ଜହୁରୁଲ୍‌ ହକ୍‌ ଏନେଇ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି।
ଗୃହମନ୍ତ୍ରୀ ଆସାଦୁଜମାନ ଖାନ୍‌ କମାଲ ଓ ବୈଦେଶିକ ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମେନନ୍‌ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ପ୍ରକାଶଥାଉ କି, ଭାରତ ସରକାର ସିଏଏ ପାଶ୍‌କରିବା ପରଦିନ ବାଂଲାଦେଶ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଭାରତରେ ବେଆଇନ ଭାବେ ରହୁଥିବା ମୁସ୍‌ଲିମଙ୍କୁ ବିଦା କରିବା ଲାଗି କେନ୍ଦ୍ର ସରକାର ସିଏଏ ଆଣିଥିବାବେଳେ ବାଂଲାଦେଶ ଭୟଭୀତ ହୋଇପଡ଼ିଥିବା କୁହାଯାଉଛି। ପୂର୍ବରୁ ବାଂଲାଦେଶ ମନ୍ତ୍ରୀ ମେନନ୍‌ ଓ ଖାନ୍‌ ଏନେଇ ଭାରତ ଗସ୍ତ ବାତିଲ ମଧ୍ୟ କରିଥିଲେ।


All Right Reserved By Dharitri.Com

ସ୍କୁଲରେ ନିଆଁ ଲାଗି ୩୦ ପିଲା ଜଳିଗଲେ

ମନ୍‌ରୋଭିଆ, ୧୯ା୯: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମନ୍‌ରୋଭିଆ ଅନ୍ତର୍ଗତ ପେନେସ୍‌ଭିଲ୍ଲେସ୍ଥିତ ଏକ କୋରାନିକ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩୦...

ହାମାମାତସୁ ଏୟାର ବେସ୍‌ ବୁଲିଲେ ରାଜନାଥ

ଟୋକିଓ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନ ଗସ୍ତରେ ଅଛନ୍ତି। ମଙ୍ଗଳବାର ସେଠାରେ ସେ ହାମାମାସତୁ ଏୟାର୍‌ ବେସ୍‌ ବୁଲି ଦେଖିଛନ୍ତି। ଏହି ସମୟରେ ସେ...

ଟ୍ରମ୍ପ୍‌ଙ୍କୁ ଘାରିଛି ମଧ୍ୟସ୍ଥତା ନିଶା: ଇମ୍ରାନ୍‌ଙ୍କ ପରେ ମୋଦିଙ୍କୁ ଭେଟିବେ

ଓ୍ବାଶିଂଟନ,୨୧।୯ : ଜମ୍ମୁ-କଶ୍ମୀରରେ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ନିଶା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ଘାରିଛି। ଏନେଇ ବାରମ୍ବାର ମନ୍ତବ୍ୟ ଦେବା ପରେ ଏବେ ଟ୍ରମ୍ପ୍‌...

ଇସ୍ରୋକୁ ପାକ୍‌ ମହାକାଶଚାରୀଙ୍କ ଅଭିନନ୍ଦନ

କରାଚୀ,୧୦ା୯(ପି.ଟି.)-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକ୍‌ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ଚନ୍ଦ୍ରୟାନ-୨ ମିଶନ ପାଇଁ ପାକିସ୍ତାନର ପ୍ରଥମ ମହିଳା ମହାକାଶଚାରୀ ନମିରା ସଲିମ୍‌ ଭାରତ ଓ ଇସ୍ରୋକୁ...

ଆମେରିକାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ରୁଷ, ଫ୍ରାନ୍ସରେ ସତର୍କତା ଜାରି

ଓ୍ବାଶିଂଟନ,୨୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଛନ୍ତି ଆମେରିକା ଓ ୟୁରୋପର ଅଧିକାଂଶ ଅଞ୍ଚଳ। ଏଥର ୟୁରୋପ ଅତ୍ୟଧିକ ଗରମରେ ରେକର୍ଡ ଭାଙ୍ଗିଛି। ଜର୍ମାନୀ...

ପାକ୍‌ ଜେଲରେ ୨୮୨ ଭାରତୀୟ

ଇସ୍‌ଲାମାମାଦ,୨ା୧(ପି.ଟି.): ପାକିସ୍ତାନର ଜେଲ୍‌ଗୁଡ଼ିକରେ ୨୮୨ ଭାରତୀୟ ବନ୍ଦୀ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଥିବା କଏଦୀଙ୍କ ତାଲିକାରୁ ଏହା ଜଣାପଡ଼ିଛି। ଉଭୟ ଦେଶ ପରସ୍ପରକୁ...

କାବୁଲ ଆତ୍ମଘାତୀ ବିସ୍ଫୋରଣ: ୪ ଯବାନ ଆହତ

କାବୁଲ,୧୮।୧୧: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୪ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମିଲିଟାରୀ ଟ୍ରେନିଂ ସେଣ୍ଟର ନିକଟରେ ଏହି ଆତ୍ମଘାତୀ...

ଢାକା କାଫେରେ ଆତଙ୍କବାଦୀ ଆକ୍ରମଣ ମାମଲା: ୭ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଢାକା,୨୭।୧୧:  ବାଂଲାଦେଶ ରାଜଧାନୀ ଢାକା କାଫେରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ସ୍ଥାନୀୟ କୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ଆକ୍ରମଣରେ ସଂମ୍ପୃକ୍ତ ଥିବା...

Leave a comment

Your email address will not be published. Required fields are marked *