କାର୍ଯ୍ୟରେ ଅବହେଳା, ଏସ୍‌ଆଇ ନିଲମ୍ବିତ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ଗଞ୍ଜାମ ପୋଲିସ ଜିଲା ଅଧିନ ପାଟପୁର ଥାନାର ସବ୍‌ ଇନ୍ସପେକ୍ଟର ପ୍ରିତୀ ମଞ୍ଜରୀ ଗଡନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଯୋଗାଯୋଗବେଳେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ଏହି ମାମଲାର ଅଧିକ ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିବା ଏସ୍‌ପି କହିଛନ୍ତି। ପ୍ରକାଶ ଯୋଗ୍ୟ, ସୋମବାର ରାତିରେ ପାଟପୁର ଥାନା ଅଧିକାରୀ ଓ ଉକ୍ତ ସବ୍‌ ଇନ୍ସପେକ୍ଟରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ସହ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପରି ଅପ୍ରିତୀକର ପରିସ୍ଥିତି ପାଟପୁର ଥାନାରେ ଚାଲିଥିଲା। ଏସମ୍ପର୍କରେ ଖବର ପାଇ ମଙ୍ଗଳବାର ଆସିକା ଏସ୍‌ଡିପିଓ ଉକ୍ତ ଥାନାକୁ ଯାଇ ଦିନତମାମ ତଦନ୍ତ କରିଥିଲେ। ଏସ୍‌ଡିପିଓଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଗଞ୍ଜାମ ଏସ୍‌ପି ସବ୍‌ଇନ୍ସପେକ୍ଟର ଗଡନାୟକଙ୍କୁ ନିଲମ୍ବିତ କରିଛନ୍ତି। ଏପରିକି ଉକ୍ତ ଥାନାରେ ସୋମବାର ରାତିରେ ହୋଇଥିବା ପାଟିତୁଣ୍ଡ ନେଇ ଏକ ଷ୍ଟେସନ ଡାଏରୀ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।


All Right Reserved By Dharitri.Com

ଭଦ୍ରକ କଂଗ୍ରେସର ବିକ୍ଷୋଭ

ଭଦ୍ରକ ଅଫିସ, ୩।୮ – ବିଧାନସଭାରେ ବିରୋଧୀ ଦଳ ଉପନେତା ତଥା ଭାଜପା ବିଧାୟକ ବିଷ୍ଣୁ ସେଠୀ ମୁସଲିମ୍‌ ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ଦୂର ହେଉନି ଅଧ୍ୟାପକ ସଙ୍କଟ, ୨୬୭ ପଦବୀରେ ଅଛନ୍ତି ୯୫

କଟକ ଅଫିସ,୮।୧୨: ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଦୂରହେବା ନଁା ଧରୁନି ଅଧ୍ୟାପକ ସଙ୍କଟ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ...

ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ: ବ୍ରଜ ତ୍ରିପାଠୀ

ପୁରୀ ଅଫିସ୍‌,୫।୯:ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଥିବା ଉଚ୍ଛେଦକୁ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ବିରୋଧ କରିଛି। ସରକାର ମନମୁଖି ଭାବେ ଏଭଳି ବେଆଇନ କାର୍ଯ୍ୟ...

ପୋକ୍ସୋ କୋର୍ଟରେ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୮(ସ୍ବ.ପ୍ର./ଡି.ଏନ.ଏ.)-ସ୍ଥାନୀୟ ଏଡିଜେ ତଥା ସ୍ପେଶାଲ ଜଜ କୋର୍ଟରେ ବୁଧବାର ଏକ ପୋକ୍ସୋ ମାମଲାର ଶୁଣାଣି କରି ଏଡିଜେ ତଥା ସ୍ପେଶାଲ ଜଜ ଲୋକନାଥ ସାହୁ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ...

ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୩୦ା୧୨-କନ୍ଧମାଳ ଜିଲାରେ ଅଥୟ ହେଲାଣି ଶୀତ। ସକାଳଠୁ ରାତି ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ଗତ...

ଚୁଡ଼ଙ୍ଗବସ୍ତିରୁ ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାରଙ୍ଗ, ୨୦।୯(ଡି.ଏନ୍‌.ଏ): କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମ ମୁଣ୍ଡତାରିଣୀ ମନ୍ଦିର ପାଖ ଚୁଡ଼ଙ୍ଗବସ୍ତିରୁ କିଛିଦିନ ତଳେ ମଣ୍ଟୁ ମଣ୍ଡଳଙ୍କ ମୃତଦେହ ପୋଲିସ...

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୬।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିସିଂହା ଗ୍ରାମର ଚାଷୀ ଉଦ୍ଧବ ଜେନା(୪୨) ସାପ କାମୁଡ଼ାରେ ପ୍ରାଣ...

Leave a comment

Your email address will not be published. Required fields are marked *