ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ ଦହି ଖାଇବାକୁ ବହୁ ଲୋକ ପସନ୍ଦ କରିଥାନ୍ତି। କାରଣ ଏହା ଥଣ୍ଡା ହୋଇଥାଏ। ପ୍ରତିଦିନ ଗୋଟିଏ ଗିନା ଦହି ଖାଇବାରେ କ’ଣ ଫାଇଦା ରହିଛି ଆପଣ ଜାଣିଛନ୍ତି କି। ଯଦି ଆପଣ ସବୁଦିନ ଗୋଟିଏ ଗିନା ଦହି ଖାଇବେ, ବିଶ୍ୱାସ କରୁନ୍ତୁ ଆପଣଙ୍କୁ କୌଣସି ରୋଗ ହେବ ନାହିଁ। କାରଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ ଓ ଭିଟାମିନ ରହିଛି।
* ବହୁ ଲୋକଙ୍କୁ ଖାଇବା ପରେ ଏସିଡିଟି ସମସ୍ୟା ଦେଖାଦେଇଥାଏ। ତେବେ ଆପଣ ନିଜ ଖାଇବାରେ ଦହିକୁ ସାମିଲ କରନ୍ତୁ। ଦହି ଖାଇବା ପରେ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ। ଦହି ଆପଣଙ୍କ ଶରୀରର ପିଏଚ୍‌କୁ ବ୍ୟାଲେନ୍ସ କରିଥାଏ।
* ଯଦି ଆପଣଙ୍କ ଖାଇବା ନଳୀରେ ଖାଇବା ଫଶିଯାଇଛି ଓ ଆପଣଙ୍କୁ ଛାତିରେ ଜୋଳାପୋଡା ଅନୁଭବ କରିବା ସହ ବାନ୍ତି ଲାଗୁଛି ତେବେ ତୁରନ୍ତ ଦହି ଖାଇନିଅନ୍ତୁ। ଦେଖିବେ ବହୁ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇଯିବ।
* ନିୟମିତ ଦହି ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ପ୍ରୋବାୟୋଟିକ ହେବା କାରଣରୁ ଦହିରେ ଭିଟାମିନ ବି-୧୨ ଓ ମାଇକ୍ରୋ ଅର୍ଗାନିଜମ୍‌ ରହିଛି। ଯାହାଫଳରେ ଏହା ପେଟ ଭିତରେ ବ୍ୟାକ୍ଟେରିଆ ବଢ଼ାଇବା ସହ ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ।
* ବହୁ ଲୋକଙ୍କୁ କ୍ଷୀର ଖାଇଲେ ହଜମ ହୋଇ ନ ଥାଏ। କାରଣ ଏଥିରେ ଲେକଟୋଜର ମାତ୍ରା ଅଧିକ ରହିଥାଏ। ତେବେ ଏହିଭଳି ସମସ୍ୟା ଭୋଗୁଥିଲେ ଆପଣ କ୍ଷୀର ବଦଳରେ ଦହିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ। କାରଣ ଦହିରେ ଆପଣଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଅନ୍ୟ ଭିଟାମିନ୍‌ ସବୁ ମିଳିଯିବ।


All Right Reserved By Dharitri.Com

ବାସ୍ତୁ ଦୋଷ ବଢ଼ାଇଥାଏ ଭୂମି ଉପରେ ଲଟିଥିବା ମନି ପ୍ଲାଣ୍ଟ

୧.ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ...

କରୋନା ଭାଇରସ୍‌ର ଲକ୍ଷଣ ଏବଂ ପ୍ରତିକାର

ସାରା ବିଶ୍ୱକୁ ଏବେ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ୍‌ ପ୍ରାୟ ୨୫ ଦେଶକୁ କବଳିତ କରିସାରିଲାଣି। କେବଳ...

ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍‌ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି...

କିଡ୍‌ନୀ ସମସ୍ୟା ଦୂର କରେ ଏହି ଚା’…

ପ୍ରତିଦିନ ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ମଧୁମେହ ତଥା କିଡ୍‌ନୀ ସମସ୍ୟା ଦୂର କରେ। ଏହା ସହିତ ମେଦବହୁଳତାରେ...

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ୍‌ ଡେସ୍କ

ଅନେକ ଏମିତି ଅଛନ୍ତି, ଯେଉଁମାନେ ନିଜର ଅଫିସ୍‌ ଡେସ୍କକୁ ସଜାଇ ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ସେଥିପାଇଁ ସେମାନେ ଡେସ୍କ ଉପରେ ଛୋଟ ଛୋଟ ଇନ୍‌ଡୋର୍‌...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ହ୍ବାଇଟ୍‌ ଟି

ମୋଟାପଣ ଓ କୋଲେଷ୍ଟୋରଲ୍‌ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ନୂଆ ଫର୍ମୁଲା। ହ୍ବାଇଟ୍‌ ଟି’। ଏହା ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ...

ଏହିସବୁ ଖାଦ୍ୟ ସଜ ଅପେକ୍ଷା ବାସି ହୋଇଥାଏ ଅଧିକ ସ୍ବାଦିଷ୍ଠ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ...

ମେଦବହୁଳତାରୁ ଦୂରେଇ ରଖେ ଏହି ସହଜ ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଦୈନଦିନ ଜୀବନରେ କିଛି ସହଜ ଉପାୟ ଦ୍ୱାରା ଏଥିରୁ ଦୂରେଇ...

Leave a comment

Your email address will not be published. Required fields are marked *