Posted inଜାତୀୟ

ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ। ଡିସେମ୍ବର ୩୧ ରାତି ୧୨ଟାରୁ ଜମ୍ମୁ-କଶ୍ମୀରରେ ଏସ୍‌ଏମ୍‌ଏସ୍‌ ସେବା ଲାଗୁ କରାଯିବ ବୋଲି ଜଣାପଡ଼ିଛି। ସେଠାକାର ଲୋକେ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇବେ। ଏନେଇ ଜମ୍ମୁ-କଶ୍ମୀର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୁରକ୍ଷା ଦୃଷ୍ଟିରୁ ଗତ ଅଗଷ୍ଟରୁ ଇଣ୍ଟରନେଟ ସେବା ଓ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ କରିଦିଆଯାଇଥିଲା।


All Right Reserved By Dharitri.Com

ସୋମବାର ଲୋକସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ।...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨: ମିରଟ ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭି। ସେ କହିଛନ୍ତି ଭାଇରାଲ ଭିଡିଓର ଘଟଣା ଯଦି...

ଅଣ୍ଟା ପର୍ଯ୍ୟନ୍ତ ବରଫ: ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ୧୦୦ ଯବାନ

ଶ୍ରୀନଗର,୧୫।୧: ଆମକୁ ସୁରକ୍ଷିତ ଏବଂ ସୁଖରେ ରଖିବା ପାଇଁ ଯବାନଙ୍କ ତ୍ୟାଗର ତୁଳନା ନାହିଁ। ସମସ୍ତଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି...

ମରୋଣତ୍ତର ଭାବେ ନାନାଜୀ ଦେଶମୁଖଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆସାମ ଗାୟକ ଭୁପେନ...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କଲା ଭାଜପା: ନିଯୁକ୍ତି, ସ୍ବାସ୍ଥ୍ୟକୁ ଗୁରୁତ୍ୱ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସାଧାରଣ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରାୟ ସବୁ ଦଳ ପ୍ରୟାସ ଜାରି...

ଅଯୋଧ୍ୟା ବିବାଦର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପିଟିଶନ: ମଧ୍ୟସ୍ଥ ନିଯୁକ୍ତି ସତ୍ତ୍ୱେ ଅଗ୍ରଗତି ନାହିଁ

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଅଯୋଧ୍ୟା ଜମି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟସ୍ଥ ନିଯୁକ୍ତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର ଫଇସଲା ହୋଇପାରି ନାହିଁ। ଏନେଇ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୬: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଗୋଟିଏ ପଟେ ପାକିସ୍ତାନ ସରକାର ଭାରତ ସହ ଆଲୋଚନା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ସୀମାରେ...

Leave a comment

Your email address will not be published. Required fields are marked *