ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ: ପଶୁବଳିରେ ରକ୍ତରଞ୍ଜିତ ହେଲା ପୀଠ

ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ଜିଲାର ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର କନ୍ଧ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶୁଲିଆ ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେବ। ଯାତ୍ରାର ପ୍ରଥମ ଦିନରେ ପଶୁବଳିରେ ଶୁଲିଆ ପୀଠ ରକ୍ତରଞ୍ଜିତ ହୋଇଛି। ଏଥିରେ ସୋମନାଥ ଦେହୁରି ମୁଖ୍ୟ ପୂଜକ ଭାବେ ରହିଥିବାବେଳେ କମିଟି ସଭାପତି ମୟ ପ୍ରଧାନୀ ରହିଛନ୍ତି। ଯାତ୍ରାରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ, କଳାହାଣ୍ଡି କନ୍ଧ ସମାଜ ସଭାପତି ପ୍ରକାଶ ମାଝୀ, ବଲାଙ୍ଗୀର ଓ ସୋନପୁର ୧୮ ପ୍ରଗଣାର ସଭାପତିମାନେ ଯୋଗ ଦେଇଥିଲେ। ଏହି ଯାତ୍ରା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୂଜାର୍ଚ୍ଚନା ପରେ ପୀଠରେ ପାଟବୁକା (ବୋଦା) ବଳି ପ୍ରଦାନ କରାଯାଇଥିଲା। ଏହାସହ ପକ୍ଷୀ, ପୋଢ଼ ଏବଂ ବୋଦା ବଳିରେ ପୀଠ ରକ୍ତରଞ୍ଜିତ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେଠାରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏହି ଅବସରରେ ଦେଓଗାଁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଯାତ୍ରାରେ ଜିଲା ତଥା ଜିଲା ବାହାରରୁ ହଜାର ହଜାର ଲୋକ ଯୋଗ ଦେଇଥିଲେ।


All Right Reserved By Dharitri.Com

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମହାସଂଘର ଧାରଣା

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତସ୍ଥ ମଦର ଟେରେସା ମହିଳା ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ ଦଫା...

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ରାଜନଗର, ୨୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ।...

ଶିକ୍ଷକ ବଦଳିକୁ ନେଇ ଉତ୍ତେଜନା: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖୁଣ୍ଟା,୧୧ା୯(ଡି.ଏନ୍‌.ଏ.)- ଖୁଣ୍ଟା ବ୍ଲକ ଅଧୀନ ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବଦଳିକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀମାନେ...

ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ...

ନାନା ରୋଗ୍‌ ସଂଗେ ଯୁଝୁଛନ୍‌ ପୁଷ୍ପାଞ୍ଜଳି: ଚିକିଛା ସାହାଯ୍‌ ଲାଗି ମା’ବାପ୍‌ର ଆକୁଲ ନିବେଦନ

ଲାଠୋର, ୩୦ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମେହେର ପଡ଼ାର ବିଭିଷଣ ମେହେରକଁର ଝି’ ପୁଷ୍ପାଞ୍ଜଳି(୨୦)। ସେ ଜନମ୍‌ ହେବାର...

ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୬ା୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ...

ଗ୍ରାମାଞ୍ଚଳରେ ବହୁତଳ କୋଠା ନିର୍ମାଣ ପାଇଁ କଟକଣା:ପ୍ଲାନ୍‌ ଅନୁମୋଦନ ଜରୁରୀ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ): ସହରତଳି ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ମନଇଚ୍ଛା ବହୁତଳ କୋଠା, ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ କରିହେବ ନାହିଁ। ଏଥିପାଇଁ ସହର ଯୋଜନା(ଟାଉନ...

କର୍ମରେ ସାହସ ଦେଖାଏ ବାଟ

ଧାମନଗର,୧୧।୧୨(ଡି.ଏନ.ଏ.)- ସାହସ ଓ ମନୋବଳ ରଖି କାର୍ଯ୍ୟ କଲେ କାହାରି ପେଟ ଅପୋଷା ରହିବ ନାହିଁ ା କୃଷି ବ୍ୟତୀତ ଆନୁଷଙ୍ଗିକ କୃଷି କିମ୍ବା ପ୍ରାଣୀଧନ...

Leave a comment

Your email address will not be published. Required fields are marked *