୩ ମାସର ଜନ ଶୁଣାଣି ତାରିଖ ଘୋଷଣା

ଜଗତ୍‌ସିଂହପୁର ଅଫିସ,୩୧ା୧୨: ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ତାରିଖ ଘୋଷଣା ହୋଇଛି। ଏହି ଶୁଣାଣିଗୁଡିକ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସ୍ଥିରିକୃତ ତାରିଖ ଅନୁଯାୟୀ ଜାନୁୟାରୀ ୬ରେ ବାଲିକୁଦା ବ୍ଲକରେ ଶୁଣାଣି କରାଯିବ। ସେହିପରି୧୩ରେ ନାଉଗାଁ, ୨୦ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ୨୭ରେ ଏରସମା ବ୍ଲକରେ ଶୁଣାଣି ହେବ। ଫେବୃୟାରୀ ପାଇଁ ୩ ତାରିଖରୁ ଶୁଣାଣି ଆରମ୍ଭ ହେବ। ଏହି ଦିନ କୁଜଙ୍ଗ, ୧୦ରେ ବିରିଡ଼ି, ୧୭ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ୨୪ରେ ତିର୍ତ୍ତୋଲ ବ୍ଲକରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମାର୍ଚ୍ଚ ପାଇଁ ୨ରୁ ୩୦ ତାରିଖ ମଧ୍ୟରେ ଶୁଣାଣି କରାଯିବ। ୨ରେ ରଘୁନାଥପୁର ବ୍ଲକ, ୧୬ ଜିଲାପାଳଙ୍କ କାର୍ଯ୍ୟାଳୟ, ୨୩ ବାଲିକୁଦା ବ୍ଲକ ଓ ୩୦ରେ ନାଉଗାଁ ବ୍ଲକରେ ଶୁଣାଣି ଅନୁଷ୍ଠିତ ହେବ। ଏହିସବୁ ଶିବିରରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍‌ପି ପ୍ରକାଶ ଆର୍‌, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ ଡ. କାହ୍ନୁଚରଣ ଧୀର, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବ୍ଲକସ୍ତରୀୟ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।


All Right Reserved By Dharitri.Com

ଦଳ ଛାଡ଼ିଲେ ଶତାଧିକ କଂଗ୍ରେସ କର୍ମୀ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ବ୍ଲକ ବଡ଼ଗାଁ ପଞ୍ଚାୟତର କଂଗ୍ରେସ ସମର୍ଥତ୍ତ ସରପଞ୍ଚ ନୀହାରିକା ବିଶ୍ୱାଳ ଶୁକ୍ରବାର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ଏ...

ଫେରିଯିବ ଦେଢ଼ କୋଟିର ଅନୁଦାନ

ନାଉଗଁ।, ୭।୩ (ସ୍ବ.ପ୍ର.): ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଥିବା...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତିର୍ତ୍ତୋଲ,୨୪।୧୦(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଫାଣ୍ଡି ଅଧୀନ କଟରା ପୋଖରୀରୁ ପୋଲିସ ଏକ ମୃତଦେହ ସକାଳୁ ଉଦ୍ଧାର କରିଛି। କଟରା ପଞ୍ଚାୟତ...

୭ ଦିନର ଶିଶୁ କନ୍ୟା ଉଦ୍ଧାର

ଜଗତ୍‌ସିଂହପୁର ଅଫିସ୍‌, ୧୮ା୧: ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପଳାଶୋଳ ଗ୍ରାମରୁ ଚାଇଲ୍ଡ ଲାଇନ୍‌ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ୭ ଦିନର...

ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ...

୬୮,୫୫୦ଟଙ୍କାରେ ଶୌଚାଳୟ ନିଲାମ

ରଘୁନାଥପୁର,୧୭ା୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠରେ ସୋମବାର ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ, ଶୌଚାଳୟ ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା।...

ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଜଗତସିଂହପୁର ଅଫିସ୍‌, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ...

ନୀହାରିକା ହତ୍ୟା ମାମଲା : ଆତ୍ମସମର୍ପଣ କଲେ ପ୍ରେମିକ କିଶୋର

ଜଗତ୍‌ସିଂହପୁର ଅଫିସ/ବିରିଡ଼ି (ଡି.ଏନ୍‌.ଏ.),୨୧ା୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ନୀହାରିକାଙ୍କ ମୃତଦେହ ବିରିଡ଼ି ଥାନା ଅଧୀନ ବିଲୁଆଖାଇ ନଦୀପଠାରୁ...

Leave a comment

Your email address will not be published. Required fields are marked *