ଲଣ୍ଡେଇ ପାହାଡ଼ ପଥର କ୍ୱାରୀରେ ଚଢ଼ାଉ: ୫ ଟ୍ରାକ୍ଟର, ବିପୁଳ ବିସ୍ଫୋରକ ଜବତ, ୧୧ ଗିରଫ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): ବେଆଇନ ଭାବେ ମାଫିଆମାନେ ପାହାଡ଼ରେ ବିସ୍ଫୋରଣ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରି ନେଉଛନ୍ତି । ଏ ବାବଦରେ ବିପୁଳ ରାଜସ୍ବ କ୍ଷତି ହେଉଥିଲେ ମଧ୍ୟ ବିଭାଗର ଚେତା ପଶୁନାହିଁ । ଅନ୍ୟପକ୍ଷରେ ବେନିୟମ ବିସ୍ଫୋରଣ ଯୋଗୁ ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି ।  ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଲଣ୍ଡେଇ ପାହାଡ଼ରୁ ବେନିୟମ ଭାବେ ପାହାଡ଼ ଫୁଟାଇ ପଥର ଚାଲାଣ ହେଉଥିଲା। ରବିବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ତାରସିଂ ପୋଲିସ ଏହି ଖବରପାଇ ସେଠାରେ ଚଢ଼ାଉ କରି ପଥର ଫୁଟାରେ ବ୍ୟବହୃତ ବିପୁଳ ପରିମାଣର ବିସ୍ଫୋରକ, ୫ ଟ୍ରାକ୍ଟର ଓ ଅନ୍ୟାନ୍ୟ ଲୁହା ଯନ୍ତ୍ରପାତି ଜବତ କରିଥିଲା। ଉକ୍ତ ପଥର କ୍ୱାରୀରୁ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମଣ ନାଇକ, ଧରଣୀ ନାଇକ, ବିଘ୍ନେଶ୍ୱର ଜେନା, ଶିବ ନାଇକ, ପ୍ରଫୁଲ୍ଲ ନାଇକ, ବନି ବାରିକ, ପ୍ରତାପ ଦଳବେହେରା, ରଞ୍ଜିତ ନାଇକ, ବାବୁଲା ସେଠୀ ଓ କାଳିଆ ନାଇକ। ଏ ନେଇ ତାରସିଂ ଥାନାରେ ନଂ.୨୦୦/୧୯ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି ।


All Right Reserved By Dharitri.Com

ପୁରୀ ଜିଲା ଚିଠି: ବାଡ଼ ଖାଉଛି ଫସଲ

ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରୁ ପ୍ରସିଦ୍ଧ ହେଉଛି ରଥଯାତ୍ରା। ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଏହା କେବଳ ପୁରୀ...

ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ: ଠିକ୍‌ ସମୟରେ ରୋଗୀଙ୍କୁ ମିଳୁନି

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ନ ଥିବାରୁ ଠିକ୍‌ ସମୟରେ ରୋଗୀଙ୍କୁ ସେବା ମିଳିପାରୁନି। ଏଥିଯୋଗୁ...

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଭଞ୍ଜନଗର,୨୦।୧୦(ଡି.ଏନ.ଏ)-ଆରତୀ ନାହାକ ହତ୍ୟା ମାମଲାରେ ଭଞ୍ଜନଗର ପୋଲିସ ରବିବାର ସ୍ବାମୀ ରଞ୍ଜିତ ନାହାକଙ୍କୁ ଗିରଫ କରିଛିି। ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।...

ମାଓବାଦୀ ପ୍ରବଣ ଲାଞ୍ଜିଗଡ଼ରେ ମଦ ବିରୋଧୀ ସ୍ବର

ଲାଞ୍ଜିଗଡ, ୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧରେ ଚାଲିଛି ମଦ କାରବାର। ଏଥିଯୋଗୁଁ ଅନେକ ଧନଜୀବନ ନଷ୍ଟ...

ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ: ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ

ଖଣ୍ଡପଡ଼ା,୨ା୮(ସ୍ବ.ପ୍ର.)-ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ପଞ୍ଚାୟତସ୍ଥ ମାଧପୁର ଗ୍ରାମବାସୀ ପାନୀୟଜଳ ଅଭାବରୁ ବାଧ୍ୟହୋଇ ଦୂଷିତ ନଳକୂପ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି। ବିଶେଷ ଭାବେ...

କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ କର୍ମଶାଳା

ଦିଗପହଣ୍ଡି,୮ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମଙ୍ଗଳବାର ପଞ୍ଚାୟତସ୍ତରୀୟ କାଳିଆ ଯୋଜନା ହିତାଧିକାରୀ ତାଲିକା ଯାଞ୍ଚ ନିମନ୍ତେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କାଳିଆ ଯୋଜନା ବ୍ଲକସ୍ତରୀୟ...

କିଡ଼୍‌ନୀ ରୋଗ୍‌ରେ ରୁଜ୍‌ଗାରିଆ ପୁଓ: ଉଷୋ ଘିନବାକେ ଟଁକା ନାଇଁ

ବୌଦ୍ଧ,୩।୭(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଁଚେତ୍‌ ଅଧୀନ ଯୁବରାଜପୁର ଗାଁର ଭୀମସେନ ରଣା। ସେ ୫ ବଛର ତଲେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ...

ସାନଭାଇ ଗୁଳିମାଡ଼ରେ ବଡ଼ଭାଇ ଗୁରୁତର

ଉଦଳା,୨୧ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ସାନଭାଇ ଗୁଳିମାଡ଼ରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି।...

Leave a comment

Your email address will not be published. Required fields are marked *