ଚୋରା ଲୁହା ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ: ୨ କୋର୍ଟ ଚାଲାଣ

ଯୋଡ଼ା,୩୦।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏକ ଗାଡ଼ି ଶୋ’ରୁମ୍‌ ନିକଟରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ଏକ ଚୋରା ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ କରିଥିଲା। ତେବେ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଅଭିଯୁକ୍ତଦ୍ୱୟ ଯୋଡ଼ା ସହରର କମାରଯୋଡ଼ା ଅଞ୍ଚଳରୁ ଏକ ସୁମୋ ଗାଡ଼ିରେ ପ୍ରାୟ ୮ ମେଟ୍ରିକ ଟନ୍‌ ପରିମାଣର ଲୁହା ସ୍କ୍ରାପ ବୋଝେଇ କରି ଝାଡ଼ଖଣ୍ଡ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଏ ସମ୍ପର୍କରେ ଯୋଡ଼ା ପୋଲିସ ଖବର ପାଇ ସଦଳବଳ ଚଢ଼ାଉ କରି ଉକ୍ତ ଗାଡ଼ିକୁ ଜବତ କରିବା ସହିତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଦ୍ୱୟ ହେଲେ ଯୋଡ଼ା ହୁଡି ସାହିର ରାଜକୁମାର ପୋଦାର ଓ ଝାଡ଼ଖଣ୍ଡ ରାଜ୍ୟ ସଢେଇକଳା ଅଞ୍ଚଳର ସଂଜୟ ଗୁପ୍ତା। ଜବତ ହୋଇଥିବା ସ୍କ୍ରାପର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ଏନେଇ ଯୋଡ଼ା ଥାନାରେ କେସ ନଂ. ୨୩୨/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟଚାଲାଣ କରିଥିବା ସୂଚନା ଦେଇଛି।


All Right Reserved By Dharitri.Com

ରାହୁରେଖା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା...

ଜମି ଦଖଲକୁ ନେଇ ଗ୍ରାମବାସୀ-ତହସିଲ ପ୍ରଶାସନ ମୁହଁ।ମୁହିଁ

ଧରାକୋଟ,୧।୭(ଡି.ଏନ.ଏ.)-ଧରାକୋଟ ତହସିଲ ପୁଟୁ ଗ୍ରାମବାସୀଙ୍କ ଅଧୀନରେ ରହିଥିବା ପୁଟୁ ମୌଜାର ଗୁହାରିଆ ପଡ଼ିଆର ୫ ଏକର ପରିତ୍ୟକ୍ତ ବେଦଖଲି ରୟତି କିସମରେ ରହିଥିବା ଜମିକୁ ନେଇ...

ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ...

ମାନସିକଧାରୀ ଭୋଗ ଲଗାଇଲେ ଆରିସା ପିଠା, ଖିର ଗଇଁଠା

ଚଣ୍ଡିଖୋଲ,୨୪।୧(ଡି.ଏନ.ଏ) ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଶୁକ୍ରବାର ୫ମ ଦିନରେ ପହଞ୍ଚିଛି। ଅପରାହ୍ନରେ ମେଳାରେ ପଡ଼ିଥିବା ତିନିକଡ଼ ରାସ୍ତାରେ ବ୍ୟାପକ ଜନଗହଳି ସହିତ ପାହାଡ଼...

ଗୋଷ୍ଠୀ ସଂଘର୍ଷ ଘଟଣା, ୪ କୋର୍ଟ ଚାଲାଣ

ଶେରଗଡ଼,୨୪ା୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ବି. ବ୍ରହ୍ମପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ପୂର୍ବଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ପୋଲିସ ଶନିବାର ସନ୍ଧ୍ୟାରେ...

ଅନୁଗୋଳରେ ଓସିଏ ଉପସଭାପତିଙ୍କୁ ସମ୍ବର୍ଦ୍ଧନା: ‘ଏକାଡେମୀ ଭିତ୍ତିଭୂମି ବିକାଶ ମୁଖ୍ୟ ଦାୟିତ୍ୱ’

ଅନୁଗୋଳ ଅଫିସ, ୩୦।୯: ଅନୁଗୋଳ ଟ୍ରକ ଆସୋସିଏଶନ୍‌ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ନବନିର୍ବାଚିତ ଉପସଭାପତି ଅକ୍ଷୟ କୁମାର ସାମନ୍ତଙ୍କୁ ରବିବାର ଅପରାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରକ...

ମନ୍ଦିର ଭାଙ୍ଗା ନୋଟିସ ପ୍ରତିବାଦରେ ଅଷ୍ଟପ୍ରହର ନାମଯଜ୍ଞ

ବାଲେଶ୍ୱର ଅଫିସ,୨୮।୧: ବାଲେଶ୍ୱର ସହର ଆଇଟିଆଇ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିରର ନାଟମଣ୍ଡପ ଭାଙ୍ଗିବାକୁ ଗତ ୨୩ ତାରିଖ ଜିଲା ପ୍ରଶାସନ ନୋଟିସ କରିଥିଲା। ମଙ୍ଗଳବାର ଏହାକୁ...

ଓଡ଼ିଆ ସାହିତ୍ୟର ପ୍ରସାରରେ ଇଣ୍ଟରନେଟ୍‌ ବାଧକ

ବ୍ରହ୍ମପୁର ଅଫିସ,୨୬ା୧୨- ଗଞ୍ଜାମ ଜିଲା ଲେଖକ ସାମ୍ମୁଖ୍ୟର ସପ୍ତଦଶତମ ସ୍ବନକ୍ଷତ୍ର ସମାରୋହ ବୁଧବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ଡିଜିଟାଲ...

Leave a comment

Your email address will not be published. Required fields are marked *