ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ ୬୮ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଯେଉଁମାନେ ଖାଦ୍ୟରେ ବିଟ୍‌ ସାମିଲ କରିଛନ୍ତି ସେମାନଙ୍କଠାରେ ରକ୍ତଚାପ ନିୟନ୍ତ୍ରିତ ହୋଇଛି। ଏହାର ଜୁସ୍‌ କରି ପିଇଲେ ସବୁଠୁ ଭଲ। ବିଟ୍‌ରେ ଭିଟାମିନ ବି ଓ ସି ସହିତ ଫସଫରସ, କ୍ୟାଲସିୟମ, ପ୍ରୋଟିନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ବିଟ୍‌ ଖାଇଲେ ରକ୍ତ ସଫା ହୋଇଥାଏ। ଖାଲି ଏତିକି ନୁହେଁ, ଏଥିରେ ଥିବା ଫସ୍‌ଫରସ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏହାର ଜୁସ୍‌ ପିଇଲେ ଥକ୍କାପଣ ଦୂର ହୋଇଥାଏ। ପ୍ରତିଦିନ ସବୁଜ ପନିପରିବା ସହ ବିଟ୍‌ ମିଶାଇ ଖାଦ୍ୟ ପ୍ରସ୍ତୁତ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।


All Right Reserved By Dharitri.Com

ସିଙ୍କ୍‌ ସଫା କରିବାର ସରଳ ଉପାୟ

ସିଙ୍କ୍‌ର ଉପଯୁକ୍ତ ଯତ୍ନ ନ ନେଲେ ସେଥିରେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଦୂର କରିବାକୁ ନିମ୍ନୋକ୍ତ...

ପାଣିରେ ଭିଜା କିସ୍‌ମିସ୍‌ ଖାଆନ୍ତୁ, ମିଳିବ ଏହିସବୁ ଫାଇଦା

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର...

ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି...

ଡାଇବେଟିସ ନିୟନ୍ତ୍ରଣ କରେ ମେଥି

ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ। ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ। ରାତିରେ କିଛି ମେଥିକୁ...

ଲାଳରୁ ଦୂର ହୁଏ ରୋଗ

ନୂଆଦିଲ୍ଲୀ: ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଥଣ୍ଡାରୁ ରକ୍ଷା ପାଇବା ଲାଗି ଲୋକେ ଅଧିକ ଚର୍ବି ଜାତୀୟ...

ହୋମ୍‌ମେଡ୍‌ ଫେସ୍‌ଓ୍ବାଶ୍‌

ମୁହଁ ଫ୍ରେଶ୍‌ ଓ ସୁନ୍ଦର ଦେଖାଯିବାକୁ ହେଲେ ମହିଳା କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି କେମିକାଲ୍‌ ଫେସ୍‌ଓ୍ବାଶ ବ୍ୟବହାର କରିବା...

ଟାଇଫଏଡ୍‌ର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

Leave a comment

Your email address will not be published. Required fields are marked *