Posted inଜାତୀୟ

ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବରେ ଉଡିଲା ୫ ଶହ ବିମାନ

ନୂଆଦିଲ୍ଲୀ,୩୦।୧୨: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ତା’ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନଯାତ୍ରାରେ ବ୍ୟଘାତ ସୃଷ୍ଟି କରିଛି। ସୋମବାର ସକାଳେ କୁହୁଡି ଯୋଗୁ ଉତ୍ତର ପ୍ରଦେଶରେ ଏକ ଦୁର୍ଘଟଣା ଘଟିବାରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଏପଟେ ରାଜଧାନୀ ଆକାଶରେ ଘନ କୁହୁଡି ଥିବାରୁ ସୋମବାର ପ୍ରାୟ ୫ଶହ ବିମାନ ବିଳମ୍ବରେ ଉଡିଥିବା କହିଛନ୍ତି ଦିଲ୍ଲୀ ବିମାନ ବନ୍ଦର ଅଧିକାରୀ। ସେହିପରି ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟିର ଉଡାଣ ବାତିଲ କରାଯାଇଛି। ଘନ କୁହୁଡି ଯୋଗୁ ଟ୍ରେନ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରବଳ ଶୀତରେ ଲୋକେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନ ପାରି ଆହୁରି ଅସୁବିଧା ଭୋଗୁଥିବା ଲକ୍ଷ୍ୟ କରାଯାଇଛି।


All Right Reserved By Dharitri.Com

ମାଆଙ୍କ ଆଶୀର୍ବାଦ ନେବେ ମୋଦି

ନୂଆଦିଲ୍ଲୀ,୨୬ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା...

ଆରପାରିରେ ଭାରତର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ

ଡେରାଡୁନ୍‌, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ...

୬୮ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଯାଞ୍ଚକଲେ

ଭୁଜ୍‌,୧୫ା୨ : ଗୁଜରାଟର ଭୁଜ୍‌ସ୍ଥିତ ଶ୍ରୀ ସହଜାନନ୍ଦ ବାଳିକା କଲେଜରେ ୬୮ଜଣ ଛାତ୍ରୀଙ୍କୁ ଧର୍ମ ନାମରେ ଲଜ୍ଜାକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସେମାନଙ୍କ ଅନ୍ତଃବସ୍ତ୍ର...

ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଭୋପାଳ,୨୩ା୬: ଯୁବତୀ ଧନୀ ପରିବାରର ଓ ଯୁବକ ଜଣକ ଗରିବ। ଦୁହେଁ ପରସ୍ପରକୁ ଭଲପାଇ ବାହାହେବାକୁ ଚାହାନ୍ତି। ଭିଲାଲା ଜାତିର ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ...

ପାକିସ୍ତାନ ପାଇଁ ଗୁପ୍ତଚରୀ: ୯ ବର୍ଷରେ ୩୨ ସେନା ଓ ବିଏସ୍‌ଏଫ୍‌ ଯବାନ ଗିରଫ

ଯୋଧପୁର,୧୯।୧: ଗତ ୯ ବର୍ଷରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଭାରତର ୩୨ ସେନା ଓ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ୨୦୧୯ରେ...

ସଫେଇ ଦେଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ଦଳ ପକ୍ଷରୁ ତାଙ୍କୁ ତାଙ୍କ ପଦବୀରୁ ବାହାର କରାଯିବାକୁ...

ହୋଇପାରିଲା ନାହିଁ ଆସ୍ଥା ଭୋଟ: ରାତିସାରା ବିଧାନସଭାରେ ଶୋଇଲେ ବିଧାୟକ

ବେଙ୍ଗାଲୁରୁ,୧୯।୭: ଗୁରୁବାର ଦିନ ଶେଷ ସୁଦ୍ଧା ଟ୍ରଷ୍ଟ ଭୋଟ ସାରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ବାଚସ୍ପତି କେଆର ରମେଶ କୁମାର ନ ମାନିବା...

ପୁଣିଥରେ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ସଂକ୍ରମିତ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ପ୍ରଥମ ଥର ଆସିଥିବା ତାଙ୍କ ରିପୋର୍ଟକୁ ନେଇ କନିକାଙ୍କ ପରିବାର...

Leave a comment

Your email address will not be published. Required fields are marked *