ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍‌ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଯାହାକୁ ସବୁଆଡ଼େ ପ୍ରଶଂସା କରାଯାଉଛି। ଜାଣନ୍ତୁ ଏ ସମ୍ପର୍କରେ…


ବ୍ରିଟେନ୍‌ର ଏକ ହସ୍ପିଟାଲରେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ପ୍ରଥମଥର ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାକାର ନ୍ୟାଶନାଲ୍‌ ହେଲ୍‌ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡ୍‌ସେଟ୍‌ ପିନ୍ଧିବା ପାଇଁ ସୁବିଧା ରଖାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍‌କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ନଜର ହଟିବ। ୭ ମିନିଟ୍‌ ପାଇଁ ହେଡ୍‌ସେଟ୍‌ ପିନ୍ଧିବାକୁ ପଡ଼ିବ। ଏହି ସମୟରେ ଭିଆର୍‌ରେ ଲାଇଟିଂ, ସମୁଦ୍ର ଲହଡ଼ି, ମଙ୍ଗଳ ଗ୍ରହରେ ପାଦ ଥାପିବା, ପେଙ୍ଗୁଇନ୍‌ ଗହଣରେ ଥିବା ପରି ଅନୁଭବ କରିବେ। ଏଥିସହିତ ମନକୁ ଶାନ୍ତ ରଖିବା ପାଇଁ ସଂଗୀତ ମଧ୍ୟ ଶୁଣିପାରିବେ। ଏହା ପ୍ରଥମେ ଓ୍ବେଲ୍‌ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ। କହିରଖୁଛୁ, କାଡ୍ରିଫ୍‌ର ୟୁନିଭରସିଟି ହସ୍ପିଟାଲରେ ହେଡ୍‌ସେଟ୍‌ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି।


All Right Reserved By Dharitri.Com

ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରନ୍ତି

ଓ୍ବାଶିଂଟନ,୩।୨: ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରିଥାନ୍ତି। ଆମେରିକା ମୋନାଶ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସ୍‌...

କୁକୁରର ଜୀବନ ବଞ୍ଚାଇଲେ ଡାକ୍ତର, ଧନ୍ୟବାଦ ଦେବାକୁ ମାଲିକ ଖର୍ଚ୍ଚ କଲେ ୪୨ କୋଟି

ଓ୍ବାଶିଂଟନ୍‌: ପୋଷା ଜୀବଜନ୍ତୁ ଅନେକ ସମୟରେ ମାଲିକଙ୍କ ଜୀବନ ରକ୍ଷା କରିଥିବା ଉଦାହରଣ ରହିଛି। ସେହିପରି ମାଲିକମାନେ ମଧ୍ୟ ପାଳିତ ପଶୁପକ୍ଷୀଙ୍କୁ ବହୁତ ସ୍ନେହ ଆଦର...

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣି…

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ...

ଲଟେରିରେ ୧ କୋଟି ଜିତି ସୁରକ୍ଷା ଲୋଡ଼ିଲେ ନାରାୟଣ

କୋଲକାତା,୩।୧: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଦ୍ଧମାନ ଜିଲାରେ ରହୁଥିବା ଜଣେ ୭୦...

ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ

ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି।...

ଆନ୍ତର୍ଜାତିକ ଅହିଂସା ଦିବସ:ସତ୍ୟ ସର୍ବୋଚ୍ଚ ନୀତି, ଅହିଂସା ପରମ କର୍ତ୍ତବ୍ୟ

ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ।...

ସକାଳେ କପେ ପାନମଧୁରୀ ଚା’…

ପାନମଧୁରୀ ଚା’ ଦେହ ପାଇଁ ବହୁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ...

ଏହି ଚା’ ପିଅନ୍ତୁ, ଓଜନ କମ୍‌ କରନ୍ତୁ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ...

Leave a comment

Your email address will not be published. Required fields are marked *