Posted inଜାତୀୟ

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ ଆଦିର ବ୍ୟବହାର କରିପାରିବେ ନାହିଁ। ନୌସେନାର ୭ ଜଣ ସଦସ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଲିକ୍‌ କରିଥିବା ଅଭିଯୋଗ ହୋଇଥିଲା। ପରେ ଡିସେମ୍ବର ୨୦ରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏସବୁ ସଦସ୍ୟ ମୁମ୍ବାଇ, କାରଭାର୍‌ ଏବଂ ବିଶାଖାପଟ୍ଟନମ୍‌ ନାଭାଲ୍‌ ବେସ୍‌ରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ବିଶାଖାପଟ୍ଟନମ୍‌ର ୩ ଜଣ ସେଲର୍‌ ଥିବାବେଳେ ମୁମ୍ବାଇ ଏବଂ କାରଭାର୍‌ ନାଭାଲ୍‌ ବେସ୍‌ର ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ତେଣୁ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ନୌସେନା ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ନୌସେନାର କୌଣସି ସଦସ୍ୟ ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ହ୍ବାଟସ୍‌ ଆପ୍‌, ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ମେସେଞ୍ଜର ଆଦି ସୋସିଆଲ୍‌ ମିଡ଼ିଆର ବ୍ୟବହାର କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି ହୋଇଛି।


All Right Reserved By Dharitri.Com

ବିହାରରେ ଭୀଷଣ ଗରମ: ଗୋଟିଏ ଦିନରେ ଗଲା ୧୧୨ଜଣଙ୍କ ଜୀବନ

ପାଟନା, ୧୭।୬: ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ବିହାର। ରବିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭୀଷଣ ଗରମ ଯୋଗୁ ୧୧୨ ଜଣଙ୍କର ମୃତ୍ୟୁ...

ଦୁର୍ଘଟଣା ପୂର୍ବରୁ ପୀଡ଼ିତାଙ୍କ ପତ୍ର ନ ମିଳିବା ଘଟଣା: ସିଜେଆଇଙ୍କ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ, ୩୦ା୭: ଉନ୍ନାଓ ପୀଡ଼ିତା ଓ ତାଙ୍କ ପରିବାର ଯାଉଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାର କିଛିଦିନ ପୂର୍ବରୁ ପୀଡ଼ିତା ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ...

ପୁଣି ସାମ୍ନାକୁ ଆସିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ଆସିଥିବା ମହିଳା

ନୂଆଦିଲ୍ଲୀ,୧୪।୭: ପାକିସ୍ତାନର ଓ୍ବାଘା ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର କରିଡରକୁ ନେଇ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିବା ମହିଳାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

ଲଟେରିରେ ୧ କୋଟି ଜିତି ସୁରକ୍ଷା ଲୋଡ଼ିଲେ ନାରାୟଣ

କୋଲକାତା,୩।୧: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଦ୍ଧମାନ ଜିଲାରେ ରହୁଥିବା ଜଣେ ୭୦...

ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଲା ଆର୍‌ଜେଡି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ...

ଗୋରଖନାଥଙ୍କୁ ଖେଚୁଡି ଚଢ଼ାଇଲେ କଣ୍ଠଶିଳ୍ପି ଅନୁରାଧା

ଲକ୍ଷ୍ନୌ,୧୪।୧: ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୋଡଓ୍ବାଲ ଉତ୍ତରପ୍ରଦେଶର ଗୋରଖପୁରରେ ଅବସ୍ଥିତ ଗୋରଖନାଥ ମନ୍ଦିରକୁ ମଙ୍ଗବଳାର ଗସ୍ତ କରିଛନ୍ତି। ସେଠାରେ ଗୁରୁ ଗୋରଖନାଥଙ୍କୁ ଦର୍ଶନ କରିବା...

‘ପିଡି’ ସହ ଏବେ ସମୟ ବିତାଉଛନ୍ତି ରାହୁଲ

ନୂଆଦିଲ୍ଲୀ, ୨୯।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖୁଛନ୍ତି କଂଗ୍ରେସ ଅଧ୍ୟକ୍ଷ...

Leave a comment

Your email address will not be published. Required fields are marked *