୬୦ତମ ନନ୍ଦନକାନନ ପ୍ରତିଷ୍ଠା ଦିବସ: ୫ ଏନ୍‌କ୍ଲୋଜର ଲୋକାର୍ପଣ

ବାରଙ୍ଗ,୩୦।୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ୬୦ ପୂରି ୬୧ ବର୍ଷରେ ପଦାର୍ପଣ କରିଛି। ଏ ନେଇ ନନ୍ଦନକାନନ ତା’ର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ୬୦ବର୍ଷ ମଧ୍ୟରେ ବହୁ ଜୀବଜନ୍ତୁ ହରାଇଛି ସତ କିନ୍ତୁ କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ଅନ୍ୟ ଚିଡିଆଖାନା ପାଇଁ ଉଦାହରଣ ସୃଷ୍ଟି କରିବାରେ ନନ୍ଦନକାନନ ସକ୍ଷମ ହୋଇପାରିଛି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ଭେଟି ଦେଉଥିବା ନନ୍ଦନକାନନ ଏଥର ପ୍ରତିଷ୍ଠା ଦିବସରେ ୫ଟି ନୂଆ ଏନକ୍ଲୋଜର ଲୋକାର୍ପଣ କରିଛି। ତାହା ହେଲା କଳାଲୋମଯୁକ୍ତ ବାଘଛୁଆ, ଧୂସର ଗଧିଆ, କାପୁଚିନ, ନାଲିହାତିଆ ତାମାରିନ ଓ ଗୁଣ୍ଡୁଚି ମାଙ୍କଡ଼।
ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲଙ୍କ ସଭାପତିତ୍ୱରେ ନନ୍ଦନକାନନ ପରିସରରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଡ.ହରିଶଙ୍କର ଉପାଧାୟ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସ୍ବାଗତ ଭାଷଣ ଦେବା ପରେ ଅତିଥିମାନେ ୫ଟି ଏନ୍‌କ୍ଲୋଜର ଉଦ୍‌ଘାଟନ କରିଥିଲେ। ବିଧାୟକ ରାଉତରାୟ ଅଣ୍ଡିରା ବାଘଛୁଆଦ୍ୱୟଙ୍କ ନାମ ବସୁ ଓ ସ୍ପନ୍ଦନ ରଖିବା ପରେ ମା’ ରେଣୁକା ସହ ଛୁଆଦ୍ୱୟଙ୍କୁ ୩୩ଏ ଏନକ୍ଲୋଜରରେ ଛଡାଯାଇଥିଲା। ଏହି ଅବସରରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ୧୯ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆକରି ପ୍ରକୃତି ଏବଂ ପ୍ରାଣୀବିଜ୍ଞାନ ଆପ୍‌, ବାର୍ଷିକ ପୁସ୍ତିକା ଓ କ୍ୟାଲେଣ୍ଡରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୧୦୮୭ ବର୍ଗମିଟର ପରିମିତ ଜାଗାରେ ୫୩.୮୪ ଲକ୍ଷ ଟଙ୍କାର ବ୍ୟୟବରାଦରେ ନିର୍ମିତ ଏନକ୍ଲୋଜରରେ ଏକ ମାଈ ଧୂସର ଗଧିଆକୁ ଛଡାଯାଇଥିଲା। ସେହିଭଳି ୨୦ଲକ୍ଷ ଟଙ୍କାର ବ୍ୟୟରେ ୨୮୧.୨୫ ବର୍ଗମିଟର ଜାଗାରେ ନିର୍ମିତ ୩ଟି ଏନକ୍ଲୋଜରରେ କାପୁଚିନ, ନାଲିହାତିଆ ତାମାରିନ, ଗୁଣ୍ଡୁଚିମାଙ୍କଡକୁ ରଖାଯାଇଛି। ୨୨ ଡିସେମ୍ବର ୨୦୧୮ରେ ସମ୍ରାଟ ଓ ରେଣୁକାର ଔରସରୁ ଜନ୍ମ କରିଥିବା ଦୁଇଟି କଳାଲୋମଯୁକ୍ତ ବାଘଛୁଆଙ୍କୁ ନବନିର୍ମିତ ୩୩ଏ ଏନକ୍ଲେଜରରେ ଛଡାଯାଇଥିଲା। ଏହାସହ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା ଚାଲିଥିବାବେଳେ ସିଂହ ପ୍ରଜନନ କେନ୍ଦ୍ର ଖୋଲିବ ବୋଲି ମୁଖ୍ୟ ବନ ସଂରକ୍ଷକ ଉପାଧାୟ କହିଥିଲେ। ୧୧ଟି ପଶୁପକ୍ଷୀକୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନରେ ଏବେ ୧୫୮ପ୍ରଜାତିର ୩୬୦୦ଟି ପଶୁପକ୍ଷୀ ଅଛନ୍ତି। ଚଳିତବର୍ଷ ୬୦ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୮ ଜନ୍ମ ହୋଇଛନ୍ତି। ବଂଶ ଲୋପ ପାଇଯାଉଥିବା ପଶୁପକ୍ଷୀଙ୍କୁ ଆଣିବା ପାଇଁ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟ, ଇନ୍ଦୋର, ରାଜସ୍ଥାନ ଆଦି ଚିଡିଆଖାନା ସହ କଥାବାର୍ତ୍ତା ଚାଲିଛି। ସେଠାରୁ ଚିତାବାଘ, ଗଣ୍ଡା, ଜେବ୍ରା ଆଦି ପଶୁପକ୍ଷୀ ଆସିବେ। ଏହାସହ ୩ ମାସରେ ଶିଶୁ ରେଳଗାଡି ଓ ୨୦୨୦ ଶେଷସୁଦ୍ଧା ରୋପଓ୍ବେ ଚାଲିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ କହିଛନ୍ତି।


All Right Reserved By Dharitri.Com

ବିଜେଡିରୁ ବିଦା ହେଲେ ଅନୁପ ସାଏ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଛତିଶଗଡ଼ ପୋଲିସ ଦ୍ୱାରା ଅଟକ ରଖାଯିବା ପରେ ଦଳରୁ ବହିଷ୍କୃତ ହେଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ। ସଭାପତି ତଥା...

୨୦୨୩ରୁ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି...

ସାଢ଼େ ୫ବର୍ଷରେ ସରକାର ଋଣ ନେଇଛନ୍ତି ୬୧୨୨୯.୫୮ କୋଟି ଟଙ୍କା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ସରକାର ମୋଟ ୮୩,୩୦୭.୧୯କୋଟି ଟଙ୍କା ଋଣ ନେଇଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୯-୨୦ ସେପ୍ଟେମ୍ବର ଶେଷସୁଦ୍ଧା ନେଇଥିବା ଋଣ...

ଆଉ ୨ ମାସ ଜାରି ରହିବ ଏସି ମୋ ବସ୍‌ର ଭଡ଼ା ରିହାତି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ (ଏସି) ମୋ ବସ୍‌ର ଭଡ଼ା ରିହାତି ଆସନ୍ତା ୨ ମାସ ପାଇଁ...

ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ କରୁଛି ଭାଜପା: ଡି. ରାଜା

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଭାଜପା ଆକ୍ରମଣ କରୁଛି। ସମସ୍ତ ବିରୋଧୀ ଦଳ ଏହାର ପ୍ରତିରୋଧ କରିବାର ଆବଶ୍ୟକତା ରହିଛି। ସଦ୍ୟ ସମାପ୍ତ...

ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ...

ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ମାଡ଼ ଘଟଣା: ହୋଟେଲ ପରିଚାଳକ, କର୍ମଚାରୀ ଗିରଫ

କଟକ ରୋଡ,୧୯।୧୨ (ଡି.ଏନ୍‌.ଏ.): ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି...

ରାଜ୍ୟର ପ୍ରମୁଖ ବସ୍‌ଷ୍ଟାଣ୍ଡକୁ ବିମାନବନ୍ଦର ଭଳି ଉନ୍ନତ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ କରାଯିବ। ଏପରିକି ପ୍ରମୁଖ ବସ୍‌ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ। ବସ୍‌ଷ୍ଟାଣ୍ଡରେ ଶପିଂମଲ ଓ ମଲ୍ଟି ପ୍ଲେକ୍ସ...

Leave a comment

Your email address will not be published. Required fields are marked *