ଜିରୋ ଆଓ୍ବାର ପାଳନ ପ୍ରସ୍ତୁତି ଜୋର୍‌ଦାର: ବଲିଉଡ ଗାୟକଙ୍କ ସହ ରସିଆନ୍‌ ବେଲି ଡ୍ୟାନ୍ସ

କଟକ ଅଫିସ, ୩୦।୧୨- ବୁଧବାର ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବେ ସହରବାସୀ। ଏଥିପାଇଁ କଟକର ବିଭିନ୍ନ କ୍ଲବରେ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ କ୍ଲବ୍‌ରେ ବଲିଉଡ ଗାୟକଙ୍କ ସଙ୍ଗୀତ ସହ ରସିଆନ ବେଲି ଡ୍ୟାନ୍ସ, ବଲିଉଡ ଡ୍ୟାନ୍ସ ଓ ଡିଜେ ତାଳେ ତାଳେ ଝୁମିବେ ସହରବାସୀ। ବିଶେଷକରି କଟକ କ୍ଲବ, ଓସିଏ କ୍ଲବ, ୟୁନିୟନ୍‌ କ୍ଲବରେ ଜିରୋ ଆଓ୍ବାର ବେଶ୍‌ ଧୁମଧାମରେ ପାଳନ ହୋଇଥାଏ। ଚଳିତବର୍ଷ ଏହି କ୍ଲବଗୁଡିକରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
କଟକ କ୍ଲବରେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ୩୦୦୦ରୁ ୩୫୦୦ ଦର୍ଶକ ସମାଗମ ହେବେ ବୋଲି କ୍ଲବ ସମ୍ପାଦକ ଡ. ଦେବାନନ୍ଦ ମହାପାତ୍ର କହିଛନ୍ତି। ଏହି କ୍ଲବକୁ ବଲିଉଡ ଗାୟିକା ଅରପିତା ସରକାର ଓ ଗାୟକ ଅଭିଶେକ ସିହ୍ନା ଚୌଧୁରୀ ଆସିବେ ବୋଲି ଦେବାନନ୍ଦ କହିଛନ୍ତି। ଏଥିସହିତ ଦର୍ଶକମାନଙ୍କ ମଧ୍ୟରେ ବେଷ୍ଟ କପଲ୍‌, ଜେଣ୍ଟଲ ମ୍ୟାନ୍‌, ବେଷ୍ଟ ଡ୍ରେସ୍‌ଡ କପଲ ଆଦି ପ୍ରତିଯୋଗିତା କରାଯିବା ସହ ବିଜେତାଙ୍କୁ ପୁରସ୍କୃତ କରାଯିବ।
ଓସିଏ କ୍ଲବରେ ଜିରୋ ଆଓ୍ବାର ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବଲିଉଡ ପ୍ରଚ୍ଛଦପଟ୍ଟ ଗାୟକ ହେମନ୍ତ ବ୍ରିଜ୍‌ବାସୀ, ରୂପା ବସୁ, ତ୍ରିଶୀତା ପ୍ରମୁଖ ସଙ୍ଗୀତ ପରିବେଷଣ କରିବେ। ଅନ୍ୟପକ୍ଷରେ ରସିଆରୁ ଆସିଥିବା ଏକ ଡ୍ୟାନ୍ସ ଗ୍ରୁପ ଏଠାରେ ବେଲି ଡ୍ୟାନ୍ସ ପରିବେଷଣ କରିବା ସହ ରକ୍‌ଷ୍ଟାର ୟଶ୍‌ରାଜ ଜୋଶୀ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବେ। ନୂଆବର୍ଷ ପରିପ୍ରେକ୍ଷୀରେ କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାରର ଖାଦ୍ୟର ବ୍ୟବସ୍ଥା ହୋଇଥିବା କ୍ଲବ ମ୍ୟାନେଜର ସୁବ୍ରତ ସାମଲ କହିଛନ୍ତି।
ଜିରୋ ଆଓ୍ବାର ପାଳନ ପାଇଁ ମିଶନ୍‌ରୋଡସ୍ଥିତ ୟୁନିୟନ କ୍ଲବ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି। ଚଳିତବର୍ଷ ମୁମ୍ବାଇର ମେଲୋଡି ସିଙ୍ଗର ଆଲୋକନନ୍ଦା ଓ ଦିପାୟନ ବାନାର୍ଜୀଙ୍କ ଏଠାରେ ସଙ୍ଗୀତ ପରିବେଷଣ କରିବେ। ସେହିପରି ଆସ୍ରଫ ଡ୍ୟାନ୍ସ ଗ୍ରୁପ, ମୁଭର୍ସ-ଡାର୍ଜେଲର ଡ୍ୟାନ୍ସ ଗ୍ରୁପ ଓ ଆଇଟମ ଡ୍ୟାନ୍ସରଙ୍କ ନୃତ୍ୟର ଝଲକ ମଧ୍ୟ ଏଠାରେ ଦେଖିବାକୁ ମିଳିବ। ଏଥିସହିତ କ୍ଲବର ସଦସ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ଆକର୍ଷଣ ରହିଛି। ସେମାନଙ୍କ ପାଇଁ ବେଷ୍ଟ ଡ୍ୟାନ୍ସିଂ କପଲ, ବେଷ୍ଟ ଡ୍ରେସଡ ଜେଣ୍ଟଲମ୍ୟାନ, ବେଷ୍ଟ ଡ୍ରେସଡ ଲେଡି ଓ ବେଷ୍ଟ ବଏ ଆଣ୍ଡ ଗାର୍ଲ ପାଇଁ ଉପହାରମାନ ରହିଛି ବୋଲି କ୍ଲବର ସମ୍ପାଦକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି।


All Right Reserved By Dharitri.Com

ବିଶ୍ୱ ପରିବେଶ ଦିବସ ଅବସରରେ ସୁଦର୍ଶନଙ୍କ ବାଲୁକା କଳା: ଗଛ ଲଗାଇ ବାୟୁ ପ୍ରଦୂଷଣ ରୋକିବାକୁ ବାର୍ତ୍ତା

ପୁରୀ ଅଫିସ,୫।୬(ବ୍ୟୁରୋ): ଆଜି ବିଶ୍ୱ ପରିବେଶ ଦିବସ। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି...

ଜବରଦଖଲ ଉଚ୍ଛେଦ ବେଳେ ଉଦ୍ଧାର ହେଲା ମା’ ମଙ୍ଗଳାଙ୍କ ପ୍ରତିମୂର୍ତ୍ତି

ପୁରୁଣା ଭୁବନେଶ୍ୱର,୧୫।୧୨(ଡି.ଏନ.ଏ.)- ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ହାଟ ପାଖକୁ ଥିବା ତାରିଣୀ ମନ୍ଦିର ମିଳିତ ଉଚ୍ଛେଦ ଟିମ୍‌ ଭାଙ୍ଗିବା ସମୟରେ ଶୁକ୍ରବାର ସେଠାରୁ ମା’...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରଣାଳୟ ତଥା ଫର୍ଟିଲାଇଜର୍ସ ବିଭାଗ...

ବିରୋଧୀ ଗୃହର ମଧ୍ୟ ଭାଗକୁ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ବିଧାନସଭା ଗୃହର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ । ଶୁକ୍ରବାର ଏମିତି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ...

ନୀତି ଆୟୋଗ ର଼୍ୟାଙ୍କିଙ୍ଗ ଉପରେ ଗୁରୁତ୍ୱ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ବିକାଶକୁ ନେଇ ରାଜ୍ୟଗୁଡିକର ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଉଛି। ଯେଉଁ ବିଷୟବସ୍ତୁକୁ ଆଧାର କରି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ...

ସମୀକ୍ଷା ବାହାନାରେ ସୁରକ୍ଷା : ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିଲେ ବରିଷ୍ଠ

ଭୁବନେଶ୍ୱର, ୩୧।୫ (ବ୍ୟୁରୋ) : ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଖସିଛି ଦଳ। ଲୋକସଭା ଆସନରେ ଗୋଟିଏ...

ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ...

ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ

କଟକ ଅଫିସ,୨୫।୧୧: କଥାଶିଳ୍ପୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟ ୨୦୧୮ର ମର୍ଯ୍ୟାଦାଜନକ ସାରଳା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ଡିସେମ୍ବର ୮ରେ କଟକ...

Leave a comment

Your email address will not be published. Required fields are marked *