Posted inଖେଳ

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର ଚତୁର୍ଥ ବିଜୟ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଛତିଶଗଡ଼ଠାରୁ ୦-୩ରେ ହାରିଥିବା ହାରିଥିବା ଓଡ଼ିଶା ରବିବାର ଜମ୍ମୁ କଶ୍ମୀର ଦଳକୁ ସମାନ ବ୍ୟବଧାନରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ପଣ୍ଡିଚେରୀ ୩-୦ରେ ତ୍ରିପୁରା, ଆସାମ ୩-୦ରେ ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ ୩-୨ରେ ବିହାର, ହିମାଚଳ ପ୍ରଦେଶ ୩-୦ରେ ମଣିପୁର, ଛତିଶଗଡ଼ ୩-୦ରେ ଚଣ୍ଡିଗଡ଼, ଗୁଜରାଟ ୩-୧ରେ ମହାରାଷ୍ଟ୍ର ଓ ଉତ୍ତରାଞ୍ଚଳ ୩-୦ ସେଟ୍‌ରେ ଝାଡ଼ଖଣ୍ଡକୁ ହରାଇ ଦେଇଛି। ମହିଳା ବିଭାଗରେ ଉତ୍ତର ପ୍ରଦେଶ ୩-୦ରେ ପଣ୍ଡିଚେରୀ, ହିମାଚଳ ପ୍ରଦେଶ ୩-୦ରେ ଚଣ୍ଡିଗଡ଼, ମଧ୍ୟ ପ୍ରଦେଶ ୩-୦ରେ ଆସାମ, ଉତ୍ତରାଞ୍ଚଳ ୩-୦ରେ ବିହାର, ଗୁଜରାଟ ୩-୧ରେ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ୩-୦ରେ ପଞ୍ଜାବକୁ ପରାସ୍ତ କରିଛି।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ମିଲିଟାରୀ ଗେମ୍ସ: ଗୁଣସେକରନଙ୍କୁ ୩ ସ୍ବର୍ଣ୍ଣ

ଉହାନ(ଚାଇନା),୨୪।୧୦(ପି.ଟି.)- ଏଠାରେ ଚାଲିଥିବା ୭ମ ସିଆଇଏସ୍‌ଏମ୍‌ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ପାରାଆଥ୍‌ଲେଟ୍‌ ଆନନ୍ଦନ ଗୁଣସେକରାନ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଜାଭେଲିନ ଜାଭେଲିନ ଥ୍ରୋୟର...

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।...

ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରିଲେ ମାରିନ

ନୂଆଦିଲ୍ଲୀ,୫।୮- ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ କାରୋଲିନା ମାରିନ ଆଗାମୀ ବିଡ୍‌ବ୍ଲୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରି ଯାଇଛନ୍ତି। ଅହତ ସମସ୍ୟା ଦେଇ ଗତି କରୁଥିବା ସ୍ପାନିଶ...

ପିଟି ଉଷା ଆଇଏଏଫ୍‌ର ଭେଟେରାନ ପିନ୍‌ ମନୋନୀତ

ନୂଆଦିଲ୍ଲୀ,୧୯|୭(ପିଟି)- ଦେଶର ଟ୍ରାକ୍‌ ଓ ଫିଲ୍ଡ କିମ୍ବଦନ୍ତୀ ପି.ଟି. ଉଷାଙ୍କୁ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥ୍‌ଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ଭେଟେରାନ ପିନ ଭାବେ ମନୋନୀତ କରାଯାଇଛି।...

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ...

୬ ଖେଳାଳିଙ୍କୁ ରିଲିଜ କଲେ ଷ୍ଟିମାକ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇଥିବା ୩୭ ଜଣ ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ୬ଜଣଙ୍କୁ ରିଲିଜ କରିଛନ୍ତି କୋଚ୍‌ ଇଗୋର...

ପ୍ଲିସ୍‌କୋଭା ଫାଇନାଲରେ

ବେଜିଂ, ୧୫ା୯ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍‌ଝୋ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ...

ରଣଜୀ ଟ୍ରଫି : ଗୋବିନ୍ଦଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପରାସ୍ତ

କଟକ ଅଫିସ,୮ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାସ୍ତ ହୋଇଛି।...

Leave a comment

Your email address will not be published. Required fields are marked *