Posted inଜାତୀୟ

ଟ୍ରେନରେ ନେତାଙ୍କ ମିମିକ୍ରି କରି ଗିରଫ ହେଲେ ଯୁବକ

ସୁରଟ,୧।୬: ଗୁଜରାଟର ସୁରଟରୁ ଅବିନାଶ ଦୁବେ ନାମକ ଜଣେ ଯୁବକଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଅବିନାଶ ଉପରେ ଟ୍ରେନରେ ଅବୈଧ ଢ଼ଙ୍ଗରେ ପଶିବା, ଜୋରରେ ଶବ୍ଦ କରିବା ଓ ଅଭଦ୍ର ଭାଷାର ପ୍ରୟୋଗ କରିବା ସହ ଅନ୍ୟାନ୍ୟ ମାମଲାରେ ଆରପିଏଫ୍‌ ପକ୍ଷରୁ ଏଫ୍‌ଆଇଆର ଦିଆଯାଇଛି। ଏଥିସହ ଅବୈଧ ରୂପରେ ଖେଳନା ବିକ୍ରି କରିବା ନେଇ ମଧ୍ୟ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଅବିନାଶ ବାରଣାସିର ହୋଇଥିବା ବେଳେ ଗୁଜରାଟ ବଲସାଡରେ ରହୁଥିଲେ। କିଛି ଦିନ ହେଲା ସେ ସୁରଟର ଯେକୌଣସି ଟ୍ରେନର ଏସି ବଗିରେ ଚଢ଼ି ନେତାଙ୍କ ମିମିକ୍ରି କରିବା ସହ ଖେଳନା ବିକ୍ରି କରୁଥିଲେ। ନେତାଙ୍କ ମିମିକ୍ରି କରୁଥିବା ବେଳେ କୌଣସି ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ୬ମିନିଟର ଏହି ଭିଡିଓରେ ଅବିନାଶ ବହୁ ମଜାଳିଆ ଢ଼ଙ୍ଗରେ ନେତାଙ୍କ ମିମିକ୍ରି କରୁଥିବା ଦେଖିବାକୁ ମିଳିଛି।


All Right Reserved By

ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି’

ବେଙ୍ଗାଲୁରୁ,୧୮ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କର୍ନାଟକ ବିଧାନସଭାର ବାଚସ୍ପତି କେ.ଆର୍‌. ରମେଶ କୁମାର ସ୍ବାଗତ କରିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅଦାଲତ...

କଂଗ୍ରେସ ସହ ମେଣ୍ଟକୁ ନା କହିଲେ ପାଓ୍ବାର

ମୁମ୍ବାଇ, ୨।୬: : କଂଗ୍ରେସ ସହ ଏନସିପି ମେଣ୍ଟ କରିବ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏନସିପିର ନିଜସ୍ବ ଏକ ସ୍ବତନ୍ତ୍ର...

ଚାଷ କରିବାକୁ ଚାହୁଁଛନ୍ତି ରାମ ରହିମ: ପାରୋଲ ପାଇଁ କଲେ ଆବେଦନ

ରୋହତକ,୨୧।୬: ଆତ୍ମ ଘୋଷିତ ବାବା ଗୁରମିତ ରାମ ରହିମ ସିଂ ପାରୋଲ ପାଇଁ ଆବେଦନ କରିଛନ୍ତି। ଖବରଦାତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା...

ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏକକାଳୀନ ହଜାରେ ଲୋକ କେଶ ରଙ୍ଗ କଲେ

ଚେନ୍ନାଇ,୧୬।୮: ସ୍ବାଧୀନତା ଦିବସ ଅବସରରେ ଚେନ୍ନାଇର ଚେମ୍ବାରମବାକମ ଅଞ୍ଚଳରେ ଥିବା ଏକ ଷ୍ଟାଡିୟମରେ ୧ହଜାର ଲୋକ ଏକାଠି ହୋଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଗିନିଜ ଓ୍ବାର୍ଲଡ...

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ...

ତେଜ ପ୍ରତାପ ଗଢିବେ ‘ତେଜ ସେନା’

ପାଟନା,୨୭।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କିଛିଦିନ...

କ୍ରିକେଟ ଖେଳକୁ ନେଇ ଝଗଡା: ସାଙ୍ଗର ଆଖି ତାଡି ଲୁଣ ପକାଇଦେଲେ ଯୁବକ

ନୂଆଦିଲ୍ଲୀ, ୧୮।୪: ଦକ୍ଷିଣ ଦିଲ୍ଲୀର ନେବ ସରାୟ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କ୍ରିକେଟ ଖେଳକୁ ନେଇ ଲାଗିଥିବା ଝଗଡା ଯୋଗୁ ସାଙ୍ଗର...

ମହାରାଷ୍ଟ୍ରରେ ଭୂକମ୍ପ: ଲୋକେ ଆତଙ୍କିତ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ପାଲଘରରେ ଶନିବାର ପୂର୍ବାହ୍ନ ୯ଟା ୧୭ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *