Posted inଜାତୀୟ

ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ସୀମା ସୁରକ୍ଷା ବାହିନୀ (ବିଜିବି) ମହାନିର୍ଦ୍ଦେଶକ ମେଜର ଜେନେରାଲ ଶଫିନୁଲ ଇସ୍‌ଲାମ କହିଛନ୍ତି। ଦୁଇ ଦେଶର ସୀମା ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ବେଆଇନ ଅନୁପ୍ରବେଶ ରୋକିବା ଦିଗରେ ବିଜିବି ଏହାର କାର୍ଯ୍ୟ ଜାରି ରଖିଥିବା ଏହାର ଡିଜି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆସାମକୁ ଲାଗି ଦୁଇ ଦେଶ ମଧ୍ୟରେ ରହିଥିବା ନଦୀନାଳ ଅଞ୍ଚଳରେ ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ସ୍ମାର୍ଟ ବାଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମୁଖ୍ୟ ଭି.କେ. ଜୋହରି କହିଛନ୍ତି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ୬ ମାସ ବିଳମ୍ବ ହୋଇଛି। ଡିସେମ୍ବରରେ କାର୍ଯ୍ୟ ଶେଷ କରିବାକୁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ବୋଲି ମିଳିତ ଖବରଦାତା ସମ୍ମିଳନୀରେ ଜୋହରି କହିଛନ୍ତି। ଜେନେରାଲ ଶଫିନୁଲଙ୍କ ନେତୃତ୍ୱରେ ବିଜବିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତରେ ଆସିଥିବାବେଳେ ଭାରତୀୟ ପ୍ରତିପକ୍ଷଙ୍କ ସହ ସୀମା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।


All Right Reserved By Dharitri.Com

ହରିୟାଣାରେ ଲାଗୁହେବ ଏନ୍‌ଆର୍‌ସି

ଚଣ୍ଡିଗଡ଼,୧୬ା୯(ପି.ଟି.): ଆସାମ ପରେ ହରିୟାଣାରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ରବିବାର ଘୋଷଣା କରିଛନ୍ତି। ଅକ୍ଟୋବରରେ...

କଂଗ୍ରେସକୁ ଝଟ୍‌କା: ଶରଦ ପାଓ୍ବାରଙ୍କ ଫୋନ୍‌ ଉଠାଇଲେ ନାହିଁ ଜଗନ ମୋହନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୀତିକ ସମିକରଣକୁ ନେଇ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡି ସବୁ ବିକଳ୍ପ ଖୋଲା...

ମୋଦିଙ୍କ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଅନୁଗାମୀ

ନୂଆଦିଲ୍ଲୀ, ୧୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏମିତିକି ସୋସିଆଲ ମିଡିଆରେ ମଧ୍ୟ ମୋଦି ଅନୁଗାମୀଙ୍କ ସଂଖ୍ୟା ଢ଼େର୍‌ ଅଧିକ। ଟୁଇଟରରେ ମୋଦିଙ୍କ...

ଧ୍ୱଜାବତରଣ ଉତ୍ସବରେ ଯୋଗଦେବେନି ଦର୍ଶକ

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା...

ନିଶାରୁ ମୁକ୍ତି ଦେଇଥିବା ଡାକ୍ତରଙ୍କ ଡୁଡଲ କଲା ଗୁଗଲ

ନୂଆଦିଲ୍ଲୀ,୧।୧୦: ମନସ୍ତତ୍ତ୍ୱବିତ୍‌ ଡାକ୍ତର ହରବର୍ଟ ଡେଭିଡ କ୍ଲେଭରଙ୍କୁ ମନେପକାଇଲା ଗୁଗଲ। ୨୩ ବର୍ଷ ତଳେ ଅକ୍ଟୋବର ୧ରେ ହରବର୍ଟଙ୍କୁ ନ୍ୟାଶନାଲ ଏକାଡେମୀ ଅଫ୍‌ ମେଡିସିନ୍‌ର ସଦସ୍ୟ...

ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡି କର୍ମୀ

କଟନି,୨୩।୮: ମଧ୍ୟପ୍ରଦେଶର କଟନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ମହିଳା ଅଙ୍ଗନଓ୍ବାଡି କର୍ମୀଙ୍କୁ...

ହରିୟାଣାରେ ୨୨ କରୋନା ସଂକ୍ରମିତଙ୍କ ମଧ୍ୟରେ ଜଣେ ନର୍ସ

ପଞ୍ଚକୁଲା,୩୧।୩: ଭାରତରେ ବି କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଅଧିକାଂଶ ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ...

ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩...

Leave a comment

Your email address will not be published. Required fields are marked *