ପ୍ରଶାସନର ନୂଆବର୍ଷ ପ୍ରସ୍ତୁତି: ଝଲସିଲାଣି ମେଘନାଦ ପାଚେରି; ଶେଷ ପର୍ଯ୍ୟାୟରେ ବ୍ୟାରିକେଡ କାମ

ପୁରୀ ଅଫିସ, ୨୯ା୧୨:  ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ଦର୍ଶନ ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁବ୍ୟବସ୍ଥିତ କରାଯାଇଛି। ନୂଆବର୍ଷରେ ଶ୍ରୀମନ୍ଦିରକୁ ଆସିବାକୁ ଥିବା ଭକ୍ତମାନେ ଯେପରି କୌଣସି ପ୍ରକାର ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦିଆଯାଉଛି। ଶନିବାର ପୂର୍ବପାର୍ଶ୍ୱ ମେଘନାଦ ପାଚେରି କଡ଼ରେ ଆଲୋକୀକରଣ କରାଯାଇଛି। ଫଳରେ ଝଲସୁଛି ମେଘନାଦ ପାଚେରି।

ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ପାଳନ ପାଇଁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ଏବଂ ପୋଲିସ ପ୍ରଶାସନ ସମସ୍ତେ ଲାଗିପଡ଼ିିଛନ୍ତି। ନୂଆବର୍ଷରେ ଭକ୍ତଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନିଆରା ଢଙ୍ଗରେ ସଜା ଯାଉଛି। ଶ୍ରୀମନ୍ଦିରର ପୂର୍ବ ପାର୍ଶ୍ୱ ଅର୍ଥାତ୍‌ କାକୁଡ଼ିଖାଇ ମନ୍ଦିରଠାରୁ ଲକ୍ଷ୍ମୀବଜାର କୋଣ ପର୍ଯ୍ୟନ୍ତ ମେଘନାଦ ପାଚେରି କଡ଼ରେ ବିଭିନ୍ନ ପ୍ରକାର ଗଛ କୁଣ୍ଡିଆ ସଜାଯାଇଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମେଘନାଦ ପାଚେରି କଡରେ ଲାଇଟ୍‌ ଖଞ୍ଜାଯାଇଛି। ଫଳରେ ରାତିରେ ଗଛ ତଳୁ ପଡୁଥିବା ଏହି ଲାଇଟ୍‌ରେ ଝଲସୁଛି ମେଘନାଦ ପାଚେରି। ସେହିପରି ନିର୍ମାଣାଧୀନ ନୂତନ ବ୍ୟାରିକେଡ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶନିବାର ଏହାର ଉପର ଶେଡ୍‌ରେ ରଙ୍ଗୀନ କପଡ଼ା ପକାଯାଉଥିବା ଏବଂ ସିସିଟିଭି, ବକ୍ସ ଆଦି ଲଗାଯାଉଥିବାବେଳେ ବ୍ୟାରିକେଡ ଆସି ପହଞ୍ଚତ୍ଛି। ସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ କାମ ଦିନେ ଦୁଇଦିନ ମଧ୍ୟରେ ପ୍ରସ୍ତୁତ ହେବାକୁ ଥିବାବେଳେ ଭକ୍ତଙ୍କ ଲାଗି ପାନୀୟଜଳ ଏବଂ ଟଏଲେଟ୍‌ ବ୍ୟବସ୍ଥା ହୋଇଛି। ମନ୍ଦିର ଭିତରେ ଦର୍ଶନରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ଉପୁଜେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଯାତାୟାତ ନିମନ୍ତେ ବଡ଼ଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି। ନିର୍ମାଣାଧୀନ ନୂତନ ବ୍ୟାରିକେଡ ପ୍ରବେଶ ପଥରେ ଯଥା ସମ୍ଭବ ଗହଳି କମାଇବା ପାଇଁ ଭିଆଇପି ଗାଡ଼ି ଉପରେ କଟକଣା ଲଗାଯାଇଛି। ଟାଉନ ଥାନାଠାରୁ ନୂତନ ବ୍ୟାରିକେଡ ପର୍ଯ୍ୟନ୍ତ ବଡ଼ଦାଣ୍ଡ ମଝିରେ ପାଦଚଲା କରିଡର କରାଯାଇଛି। ସେହିପରି ଭିଆଇପି ଗାଡ଼ିିଗୁଡିକୁ ମରିଚିକୋଟ ଛକଠାରୁ ଆଗକୁ ଛଡ଼ାଯାଉ ନାହିଁ। ପାଦଚଲା କରିଡର ପାଇଁ ହୋଇଥିବା ବାଉଁଶ ବ୍ୟାରିକେଡରେ ଭକ୍ତଙ୍କୁ ସଚେତନ କରିବାକୁ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ଥିବା ବ୍ୟାନର ଲଗାଯାଇଛି। ଏଥିରେ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଉଚ୍ଚ ଶବ୍ଦରେ ଗାଡ଼ିି ହର୍ଣ୍ଣ ବଜାନ୍ତୁ ନାହିଁ, ବଡ଼ଦାଣ୍ଡରେ ଚାଲି ଚାଲି ଜଗନ୍ନାଥଙ୍କୁ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ, ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ ଲେଖାଯାଇଛି। ସେହିପରି ବଡ଼ଦାଣ୍ଡ ଧୂଳି ମୁଣ୍ଡରେ ବୋଳି, ଜଗା କାଳିଆର ଦର୍ଶନ କରି ମନରେ ଦିଅ ଶାନ୍ତି ଭରି ଆଦି ଆଧ୍ୟାତ୍ମିକତାର ବାର୍ତ୍ତା ରହିଛି।


All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଚାଉଳରେ ମୂଷାଲଣ୍ଡି

ଦାରିଙ୍ଗବାଡ଼ି,୫।୨(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ହାଇସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ସର୍ବଶିକ୍ଷା ଅଭିଯାନ ପକ୍ଷରୁ କେବଳ ଅଷ୍ଟମର ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ...

ଆରମ୍ଭରୁ କମିଲା, ୨୫ରୁ ବର୍ଷିବ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ): ଏ ବର୍ଷ ବିଳମ୍ବରେ ଓଡ଼ିଶାରେ ପହଞ୍ଚତ୍ଛି ମୌସୁମୀ। ପ୍ରତିବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଛୁଇଁଥାଏ। କିନ୍ତୁ ଏଥର ଚତୁର୍ଥ ସପ୍ତାହରେ ମୌସୁମୀ...

କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌ : ୩୬ ଜଣ ଯାତ୍ରୀ ନେଇ ଆସୁଥିବା ଗାଡ଼ି ଜବତ, ଚାଳକ, ହେଲ୍‌ପର ଗିରଫ

ଦାରିଙ୍ଗବାଡ଼ି,୧।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ମଙ୍ଗଳବାର ଠାରୁ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ....

ମଣ୍ଡି ବନ୍ଦ ଦିନ ୩ଶହ କୁଇଣ୍ଟାଲ ଧାନ କିଣା

ନବରଙ୍ଗପୁର,୧୦।୧(ବି.ପ୍ର.)- ମଣ୍ଡିରେ ଚାଷୀଙ୍କ ସ୍ବାଥର୍ର୍ ପ୍ରତି ଦୃଷ୍ଟି ଦିଆଯିବ। ଠିକ ସମୟରେ ଧାନ ମଣ୍ଡିରୁ ଉଠିବ ଓ ସରକାରୀ ଧାର୍ଯ୍ୟ ମୂଲ୍ୟ ଚାଷୀ ପାଇବେ ।...

‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ...

ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ

ବନ୍ତ,୨।୧(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଅନାବରଣ କରିଛନ୍ତି । ବାତ୍ୟା...

ତେଲେଙ୍ଗାନାରେ ବଁଧା ପଡ଼ିଛନ୍‌ ୧୮ ଦାଦନ ଶ୍ରମିକ

ପର୍ଲା, ୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଲରେ ଦିନୁଦିନ୍‌କେ ଦାଦନ ସମସିଆ ବଢ଼ତେଲ ଯାଉଛେ। ଦାଦନ ସମସିଆର ସଂଗେ ଯୁଝବାର ଲାଗି ସରକାର ଅନେକ...

ଜି.ଉଦୟଗିରିରେ ଝଡ଼ବର୍ଷା, ବିଜୁଳି ଯୋଗାଣ ବନ୍ଦ

ଜି.ଉଦୟଗିରି,୨୬ା୨(ଡି.ଏନ.ଏ.)-ଜି.ଉଦୟଗିରି ସହର ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବାର ଘଣ୍ଟାଏ ପୂର୍ବରୁ ସହରକୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାାଣ ବନ୍ଦ...

Leave a comment

Your email address will not be published. Required fields are marked *