୩ରେ ଧର୍ମଘଟକୁ ଉହ୍ଲାଇବ ବିଏମ୍‌ଏସ୍‌

ନୂଆଦିଲ୍ଲୀ,୨୯-୧୨: ଘରୋଇକରଣ,ପୁଞ୍ଜି ପ୍ରତ୍ୟାହର ଏବଂ ବେକାରି ଭଳି ପ୍ରସଙ୍ଗ ଆଧାରରେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ଜାନୁୟାରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପ୍ରତି ଜିଲାର ମୁଖ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ବିଏମ୍‌ଏସ୍‌ ପକ୍ଷରୁ ଶନିବାର ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି। ଏହାବାଦ ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରାଯିବ। ଔପଚାରିକ କ୍ଷେତ୍ରର ବିଭିନ୍ନ ନିଯୁକ୍ତି ଠିକା ଭିତ୍ତିକ ହୋଇଛି। କର୍ମଚାରୀଙ୍କ ନିରାପତ୍ତା ଏବେ ସଙ୍କୁଚିତ ହୋଇଛି। ଠିକା ନିଯୁକ୍ତିକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି। ସେହିଭଳି ସ୍କିମ ଓ୍ବାର୍କରଙ୍କୁ ସରକାରୀ କର୍ମଚାରୀଭାବେ ନିଯୁକ୍ତି ଦେବାକୁ ସଂଘ କହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ, ପୁଞ୍ଜି ପ୍ରତ୍ୟାହାର, ଅଂଶଧନ ବିକ୍ରି, ବିଭିନ୍ନ କ୍ଷେତ୍ରରେ ଏଫ୍‌ଡିଆଇ ବୃଦ୍ଧି ଏବଂ ରେଲଓ୍ବେର ବିରୋଧ କରାଯାଇଛି। ଶ୍ରମ ଆଇନକୁ ଠିକ୍‌ ଭାବେ ଲାଗୁ କରାଇବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ସଂଘ ଦାବି କରିଛି।


All Right Reserved By Dharitri.Com

୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨-୧୧: ଉନ୍ନତ ପାର୍ବଣ ଚାହିଦା ସତ୍ତ୍ୱେ ଚଳିତ ବର୍ଷ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ନିମ୍ନରେ ରହିଛି।...

ରାଜ୍ୟରେ ସ୍ଥାପନ ହେବ ୧୮ ଇ-ଯାନଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ,୪-୧: ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୬୨ ସହରରେ ଇ-ଯାନ ଲାଗି ୨୬୩୬ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ଓଡିଶାରେ ଏହି...

ଓରିଏଣ୍ଟାଲ ବ୍ୟାଙ୍କ ଦୁର୍ନୀତିରେ ସାମିଲ ଥିଲେ ନୀରବ ମୋଦି-ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୭-୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନୀତିରେ ସାମିଲ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବଂ...

ଜିଡିପିର ନୂଆ ବେସ୍‌ ଇୟର ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୬-୧୧: ମୋଟ ଘରୋଇ ଉତ୍ପାଦ(ଜିଡିପି)ର ନୂଆ ବେସ୍‌ ଇୟର ନେଇ ସରକାର ଆଉ କିଛି ମାସ ମଧ୍ୟରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ଜିଡିପି ଲାଗି ବେସ୍‌...

ଏୟାର ଇଣ୍ଡିଆରେ ଚାକିରି ଲାଗି ଜାଲ୍‌ ବିଜ୍ଞାପନ

ନୂଆଦିଲ୍ଲୀ,୨୯-୮: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଚାକିରି ଲାଗି ଏକ ଜାଲ୍‌ ବିଜ୍ଞାପନ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କମ୍ପାନୀରେ ମୋଟ...

ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।...

୨୦୨୬ ସୁଦ୍ଧା ଓଲା, ଉବର ଗାଡ଼ି ହେବ ଇଲେକ୍ଟ୍ରିକ

ନୂଆଦିଲ୍ଲୀ,୭-୬: ଖୁବଶୀଘ୍ର ଦେଶର ସଡ଼କରେ ଇଲେକ୍ଟ୍ରିକ କ୍ୟାବ୍‌ ଦେଖିବାକୁ ମିଳିବ। କେନ୍ଦ୍ର ସରକାର ଓଲା ଓ ଉବର ଭଳି ଆପ୍‌ ଆଧାରିତ କ୍ୟାବ୍‌ ସର୍ଭିସ ଉପଲବ୍ଧ...

ଲକ୍ଷ୍ୟ ୫ ଲକ୍ଷ କୋଟି ଡଲାର ଅର୍ଥନୀତି;୬ ଜଣିଆ ଟାସ୍କଫୋର୍ସ ଗଠନ କଲେ ସୀତାରାମନ୍‌

ନୂଆଦିଲ୍ଲୀ,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି...

Leave a comment

Your email address will not be published. Required fields are marked *