Posted inଜାତୀୟ

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଏତିକିବେଳେ କିନ୍ତୁ ସହାୟତାର ହାତ ବଢାଇଛି ସ୍ପାଇସ୍‌ଜେଟ୍‌। କମ୍‌ ଦାମରେ ବିମାନ ସେବା ଯୋଗାଇ ଚର୍ଚ୍ଚାରେ ଥିବା ସ୍ପାଇସ୍‌ଜେଟ୍‌ , ଜେଟ୍‌ ଏୟାରଓ୍ବେଜର ଶହେ ପାଇଲଟଙ୍କ ସମେତ ପ୍ରାୟ ୫ଶହ କର୍ମଚାରୀଙ୍କୁ ଚାକିରି ଯୋଗାଇ ଦେଇଥିବା ସୂଚନା ମିଳିଛି। ଆଗକୁ ମଧ୍ୟ ସେ ଜେଟ୍‌ ଏୟାରଓ୍ବେଜର ଅଧିକ କର୍ମଚାରୀଙ୍କୁ ନେବ ବୋଲି କହିଛି। କାରଣ ଆଗକୁ ଏହା ଆହୁରି ପାଖାପାଖି ୨୭ଟି ଅଧିକ ବିମାନ ଉଡାଇବାକୁ ଯୋଜନା ରଖିଥିବା ପ୍ରକାଶ କରିଥିଲା। ଏହା ଯେତେଶୀଘ୍ର କାର୍ଯ୍ୟକାରୀ ହେବ ସେତେଶୀଘ୍ର ଜେଟ୍‌ ଏୟାରଓ୍ବେଜର କର୍ମଚାରୀମାନେ ରୋଜଗାରକ୍ଷମ ହୋଇ ପାରିବେ ବୋଲି କୁହାଯାଉଛି।


All Right Reserved By

ଖାରଜ ହେଲା ହନିପ୍ରିତଙ୍କ ଜାମିନ ଆବେଦନ

ଚଣ୍ଡିଗଡ,୪।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ମୁଖ୍ୟ ସହଯୋଗୀ ଥିବା ହନିପ୍ରିତଙ୍କ ଜାମିନ ଆବେଦନ ବୁଧବାର ଖାରଜ ହୋଇଯାଇଛି। ପଞ୍ଜାବ...

ମଥୁରାରେ ମୋଦିଙ୍କ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନ: ବର୍ଜ୍ୟ ପଦାର୍ଥରୁ ପ୍ଲାଷ୍ଟିକ୍‌ ଅଲଗା କରୁଥିବା ମହିଳାଙ୍କୁ ଭେଟିଲେ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏକ ପଶୁ ଆରୋଗ୍ୟ ମେଳାରେ...

ଭୁଶୁଡିଲା ଗେଷ୍ଟହାଉସ୍‌ କୋଠା, ୩୫ ଯବାନ ଫଶିଥିବା ଆଶଙ୍କା

ସିମଲା, ୧୪।୭: ହିମାଚଳପ୍ରଦେଶର ସୋଲନରେ ଏକ ଗେଷ୍ଟହାଉସ୍‌ କୋଠା ଭୁଶୁଡି ପଡିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି। ଭାରତୀୟ...

୧୧ ରାଜ୍ୟରେ ନିଯୁକ୍ତ ହେବେ ନୂଆ ରାଜ୍ୟପାଳ: ଦୌଡ଼ରେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୧୧।୬: ଦେଶର ୧୧ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି। ଏହାଦ୍ୱାରା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇ ନ...

ନିଆଁ ଜଳାଇ ଆତ୍ମଦାହ କରୁଥିଲେ ମହିଳା, ଲୋକେ ମାତିଥିଲେ ଭିଡିଓ ଶୁଟିଂରେ

ରାଞ୍ଚି, ୧୯।୭: ଝାଡଖଣ୍ଡର ହଜାରିବାଗ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଭାଇଙ୍କ ମୃତ୍ୟୁ ପରେ ଗାଁ ମଝିରେ ନିଆଁ ଜଳାଇ ଆତ୍ମଦାହ କରିବାକୁ...

ମଝି ରାସ୍ତାରେ ଜଳିଲା ବସ୍‌: ୫୬ ଯାତ୍ରୀ ଉଦ୍ଧାର

ଅହମ୍ମଦାବାଦ୍‌, ୧୬।୬: ଗୁଜରାଟର ଅହମ୍ମଦାବାଦ୍‌-ବଡ଼ୋଦରା ଏକ୍ସପ୍ରେସ୍‌ ହାଇଓ୍ବେରେ ଘଟିଛି ଏକ ଅଭାବନୀୟ ଘଟଣା। ଆନନ୍ଦ ଜିଲାର ବାସଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ମଝି ରାସ୍ତାରେ...

ଦିନ ଦ୍ୱିପ୍ରହରରେ ଭାଜପା ନେତାଙ୍କୁ ହତ୍ୟା

ହାପୁଡ,୯।୯: ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନବାଚୀ। କାରଣ ଏଠାରେ ଦିନ ଦ୍ୱିପ୍ରହରରେ ଜଣେ ଭାଜପା ନେତାଙ୍କୁ ଗୁଳି କରି...

ଭାରତର ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ,୭।୯: ପାକିସ୍ତାନ ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି। ପାକ୍‌ ବୈଦେଶିକମନ୍ତ୍ରୀ ଏମ୍‌ଏସ୍‌ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *