କାଲିଫର୍ନିଆରେ ଛୁଟି ମନାଉଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ଭଲପାଇବା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ  ଚର୍ଚ୍ଚାରେ ରହିଥାଏ। ନିଜର ରୋମାଣ୍ଟିକ୍‌ ବଣ୍ଡିଂ ହେଉ କି ଯୁଆଡ଼େ ବୁଲିବାକୁ ଯାଆନ୍ତୁ ନା କାହିଁକି ପ୍ରିୟଙ୍କା ଏବଂ ନିକ୍‌ ଫ୍ୟାନ୍‌ମାନଙ୍କୁ ଏ ସମ୍ପର୍କରେ ଜଣାଇବାକୁ ଆଦୌ ଭୁଲନ୍ତି ନାହିଁ। ଲଗାତର ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ପ୍ରତିଟି ବିଷୟରେ ଜଣାଇଥାନ୍ତି। ଏବେ ଏହି ଦୁଇଜଣ କାଲିଫର୍ନିଆର ବରଫାବୃତ୍ତ ଅଞ୍ଚଳରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଦୁହେଁ ଦୁହିଁଙ୍କ ହାତ ଧରି ବରଫାଚ୍ଛନ୍ନ ଅଞ୍ଚଳରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଚାରିପଟରେ ବରଫର ପାହାଡ଼ ଆଉ ଗଛ ରହିଛି। ବଡ଼ଦିନ ଉପଲକ୍ଷେ ନିକ୍‌ ପ୍ରିୟଙ୍କାଙ୍କୁ ସ୍ନୋମୋବାଇଲ୍‌ ଗିଫ୍ଟ କରିଛନ୍ତି, ଯାହାକୁ ପ୍ରିୟଙ୍କା ଚଳାଉଥିବା ଦେଖିବାକୁ ମିଳିଛି। ଏ ତ ଗଲା ବ୍ୟକ୍ତିଗତ କଥା। ପ୍ରିୟଙ୍କା ଏବେ ତାଙ୍କର ଆଗାମୀ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର୍‌’ ଶୁଟିଂରେ ବ୍ୟସ୍ତ ରହୁଛନ୍ତି। ପ୍ରିୟଙ୍କାଙ୍କ ସହିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ ଅଭିନୟ କରୁଛନ୍ତି।


All Right Reserved By Dharitri.Com

ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ...

ପୁଣି ଚର୍ଚ୍ଚାକୁ ଆସିଲା ‘ଦସ ବହାନେ’

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦସ’ର ଗୀତ ‘ଦସ ବହାନେ କରକେ ଲେ ଗୟା ଦିଲ’ ଆଜିବି ଦର୍ଶକଙ୍କୁ ମତୁଆଲା କରେ। ଏବେ ପୁଣିଥରେ...

ସୂର୍ଯ୍ୟମନ୍ଦିରରେ ପୂଜା

ନୂଆକରି ଆରମ୍ଭ ହୋଇଥିବା ଯାତ୍ରାନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ହେଉଛି ‘ପୁଅ ଯିବ ଶାଶୁଘର’। ସାଧାରଣତଃ ଝିଅମାନେ ଶାଶୁଘରକୁ ଯାଉଥିବା ବେଳେ ‘ଅପେରା ସୂର୍ଯ୍ୟମନ୍ଦିର’...

କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ...

ରଣବୀରଙ୍କ ପାଇଁ ଏକ ସୁନ୍ଦର ଫଟୋ ପୋଷ୍ଟ କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଏବେ ‘୮୩’ର ଶୁଟିଂ ସାରି ମୁମ୍ବାଇ ଫେରିଛନ୍ତି। ହେଲେ ରଣବୀର ଏବେବି ବିଦେଶରେ ଅଛନ୍ତି। ଉଭୟ ବଲିଉଡ୍‌ର ଲଭେବଲ୍‌...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

Leave a comment

Your email address will not be published. Required fields are marked *