ଦାୟିତ୍ୱ ନେଲେ ନିର୍ମଳା ସୀଥାରାମନ : ଅର୍ଥନୀତିକୁ ସଜାଡ଼ିବା ଏବେ ଅସଲ ପରୀକ୍ଷା

ନୂଆଦିଲ୍ଲୀ,୧।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ପରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ନିର୍ମଳା ସୀଥାରାମନ ଶୁକ୍ରବାର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାମିଲନାଡୁର ଏକ ସାଧାରଣ ପରିବାରରେ ଜନ୍ମିତ ସୀଥାରାମନ ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଦକ୍ଷତାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ ଅର୍ଥମନ୍ତ୍ରୀ ଭାବେ ଏବେ ସେ ଅସଲ ପରୀକ୍ଷା ଦେବେ। ତାଙ୍କୁ ଏଭଳି ଏକ ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ୱ ମିଳିଛି, ଯେତେବେଳେ ଦେଶର ଅର୍ଥନୀତି ସମ୍ମୁଖରେ ଏକାଧିକ ଆହ୍ବାନ ରହିଛି। ଅର୍ଥନୀତିକୁ ସଜାଡିବା ଏବଂ ଏହାକୁ ଗତିଶୀଳ କରିବା ଏବେ ତାଙ୍କର ପ୍ରାଥମିକତା ହେବାକୁ ଯାଉଛି। ନିର୍ମଳାଙ୍କ ସମ୍ମୁଖରେ ଥିବା ଆର୍ଥିକ ଆହ୍ବାନଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ।
ଧିମା ପଡ଼ିଛି ଅର୍ଥନୀତି
ଦେଶର ଆର୍ଥିକ ବିକାଶ ହାର ୫ ତ୍ରୈମାସରେ ସର୍ବନିମ୍ନ ସ୍ତର ୬.୬%ରେ ପହଞ୍ଚତ୍ୟାଇଛି। ଏଥିଯୋଗୁ ଗ୍ରାମାଞ୍ଚଳରେ ବ୍ୟୟ ହ୍ରାସ ଏବଂ ତୈଳ ମୂଲ୍ୟ ଧିମା ଗତିରେ ବଢ଼ୁଥିବାରୁ ଅବସ୍ଥା ଆହୁରି ଖରାପ ହେବ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଦେଶର ଆର୍ଥିକ ବିକାଶ ହାରକୁ ୭ ଅଥବା ଏହାଠାରୁ ଅଧିକ କରିବା ସୀଥାରାମନଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।
ତେଲ, ଖାଦ୍ୟପଦାର୍ଥ ଉପରେ ମୁଦ୍ରାସ୍ଫୀତି ମାଡ
ନିଜର ପ୍ରଥମ କାର୍ଯ୍ୟକାଳ ବେଳେ ମୁଦ୍ରାସ୍ଫୀତି ଦୃଷ୍ଟିରୁ ମୋଦି ସରକାରଙ୍କୁୁ ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡ଼ି ନ ଥିଲା। ଇନ୍ଧନ ଏବଂ ଖାଦ୍ୟପଦାର୍ଥ ଦର କମ୍‌ ରହିଥିଲା। କିନ୍ତୁ ଆଗକୁ ଏହା ସମ୍ଭବ ହେବ ନାହିଁ। କାରଣ ଏବେ ଠାରୁ ଏସବୁର ଦର ବଢ଼ିବାରେ ଲାଗିଛି। ପଶ୍ଚିମ ଏସିଆରେ ଦ୍ରୁତଗତିରେ ରାଜନୈତିକ ପରିସ୍ଥିତି ବଦଳୁଥିବାରୁ ଅଶୋଧିତ ତେଲ ଦରରେ ନିଆଁ ଲାଗି ପାରେ। ଅନ୍ୟପକ୍ଷରେ ପରିସଂଖ୍ୟାନରୁ ଜଣାପଡୁଛି ଯେ, ଦୀର୍ଘ ଦିନ ପରେ ଖାଦ୍ୟପଦାର୍ଥର ହୋଲସେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି।
ନିଯୁକ୍ତି ସଙ୍କଟ
ନୂଆ ଅର୍ଥମନ୍ତ୍ରୀଙ୍କୁ ନିଯୁକ୍ତି ସଙ୍କଟ ଦୂର କରିବା ଭଳି ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ନିଯୁକ୍ତି ସୃଷ୍ଟି ଏକ ବଡ଼ ପ୍ରସଙ୍ଗ ଥିଲା। ନିଯୁକ୍ତି ସୃଷ୍ଟିର ପ୍ରତିଶ୍ରୁତି ଦେଇ ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିଲେ। ଅଥଚ ରୋଜଗାର ସୃଷ୍ଟିରେ ସଙ୍କଟ ଦେଖାଦେଲା। ବିମୁଦ୍ରୀକରଣ, ଜିଏସ୍‌ଟି ଲାଗୁ କରିବା ଯୋଗୁ କାରଖାନା ବନ୍ଦ ହୋଇଯିବା ଯୋଗୁ ବେକାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ନୂଆ ନିଯୁକ୍ତି ଧିମେଇ ଗଲା। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଏନ୍‌ଡିଏ ସରକାରଙ୍କୁ ଘେରିଥିଲେ। ଏବେ ବିଶ୍ୱରେ ମାନ୍ଦାବସ୍ଥା ମାଡ଼ି ଆସୁଥିବା ବେଳେ ନୂଆ ନିଯୁକ୍ତି ସୃଷ୍ଟି କରିବା ସୀଥାରାମନଙ୍କ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ହେବ।
ମାନୁଫାକ୍‌ଚରିଂ ହ୍ରାସ
ଦେଶର ମାନୁଫାକ୍‌ଚରିଂ ସେକ୍ଟର ଧିମେଇବାରେ ଲାଗିଛି। ଔଦ୍ୟୋଗିକ ଉତ୍ପାଦନ ମାର୍ଚ୍ଚରେ ୨୧ ମାସର ସର୍ବନିମ୍ନ ସ୍ତର(-) ୦.୧%କୁ ଖସି ଆସିଛି। ଚାଇନା ଭଳି ମାନୁଫାକ୍‌ଚରିଂ ସେକ୍ଟର ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ନଗଦ ସଙ୍କଟ ଦୂର କରିବା
ଏନ୍‌ବିଏଫ୍‌ସି ସମେତ ରାଷ୍ଟ୍ରାୟତ୍ତ ଯୋଜନାଗୁଡ଼ିକରେ ଦେଖାଦେଇଥିବା ନଗଦ ସଙ୍କଟ ଦୂର କରିବା ଏବେ ଅର୍ଥମନ୍ତ୍ରୀ ସୀଥାରାମନଙ୍କ ପ୍ରାଥମିକତା ହେବା ଉଚିତ। ଅର୍ଥର ଅଭାବରେ ରେଳ, ସଡ଼କ, ବନ୍ଦର, ଶକ୍ତି କେନ୍ଦ୍ରଗୁଡ଼ିକର କାର୍ଯ୍ୟ ଧିମେଇବାରେ ଲାଗିିଛି। ସରକାରଙ୍କ କୋଷାଗାର ଭର୍ତ୍ତି କରିବାକୁ ହେଲେ ଟେଲିକମ୍‌ ସେକ୍ଟରରେ ସ୍ପେକ୍ଟ୍ରମ ନିଲାମୀ କରିବା ଜରୁରୀ ହୋଇପଡିଛି।
ଜିଏସ୍‌ଟି ୨.୦
୧୮ ଓ ୨୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ନେଇ ଏବେ ମଧ୍ୟ କାରବାରକାରୀଙ୍କ ମଧ୍ୟରେ ଅଡ଼ୁଆ ରହିଛି। ଏହି ଦୁଇ ମୁଖ୍ୟ ସ୍ଲାବ୍‌କୁ ମିଶାଇ ଏକ ନୂଆ ସ୍ଲାବ୍‌ କରିବାର ଆବଶ୍ୟକତା ଦେଖାଦେଇଛି। ଭାଜପାର ଇସ୍ତାହାରରେ ମଧ୍ୟ ଜିଏସ୍‌ଟିକୁ ଅଧିକ ସରଳ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି।
ବ୍ୟାଙ୍କ ମିଶ୍ରଣକୁ ଗୁରୁତ୍ୱ
ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ କେତେକ ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ଆହୁରି କେତେକ ବଡ଼ ବ୍ୟାଙ୍କ ସହ ଛୋଟ ବ୍ୟାଙ୍କକୁ ମିଶାଇବାର ଆବଶ୍ୟକତା ରହିଛି।


All Right Reserved By

ଆଇଆରସିଟିସି ଆଣିବ ଆଇପିଓ;ବିକ୍ରି ହେବ ୧୨% ଅଂଶଧନ

ନୂଆଦିଲ୍ଲୀ,୨୩-୮: ରେଲଓ୍ବେର ପର୍ଯ୍ୟଟନ ଏବଂ ଖାଦ୍ୟ ବ୍ୟବସ୍ଥା ତଦାରଖ କରୁଥିବା ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି) ଖୁବଶୀଘ୍ର ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଆଣିବାକୁ...

୧୦ କୋଟିର ଅନୀୟମିତତା ଧରିଲା ପେଟିଏମ୍‌

ନୂଆଦିଲ୍ଲୀ,୧୪-୫: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ରେ ୧୦ କୋଟି ଟଙ୍କାର ଅନୀୟମିତତା ହୋଇଥିବା ଜଣାପଡିଛି। କମ୍ପାନୀର ଆଭ୍ୟନ୍ତରୀଣ ଯାଞ୍ଚରୁ ଏହା ଧରାପଡିଛି ବୋଲି ପେଟିଏମ୍‌ର ପ୍ରମୁଖ...

ଜାତୀୟ ହାର୍ଡଓ୍ବେର ହାକାଥନରେ ସି.ଭି. ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର, ୨୧-୭(ବ୍ୟୁରୋ): ଜାତୀୟ ହାର୍ଡଓ୍ବେର ହାକାଥନ-୨୦୧୯ରେ ସି.ଭି.ରମଣ କଲେଜର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ କଗ୍‌ନିଜାଣ୍ଟ କମ୍ପାନୀ ଦ୍ୱାରା...

ବଢୁଛି ବ୍ୟାଙ୍କ ଠକେଇ: ୨୦୧୮-୧୯ରେ ଧରାପଡିଛି ୭୧,୫୦୦ କୋଟି

ମୁମ୍ବାଇ,୪-୬: ଆର୍ଥିକ ବର୍ଷ ୨୦୧୮-୧୯ରେ ୭୧,୫୦୦ କୋଟି ଟଙ୍କାର ୬୮୦୦ ବ୍ୟାଙ୍କ ଠକେଇ ଧରାପଡିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ଏହାର ପୂର୍ବବର୍ଷ...

ଏନ୍‌ଡିଏର କ୍ଷମତା ପ୍ରତ୍ୟାବର୍ତ୍ତନରେ ସହାୟକ ମୁଖ୍ୟ ଆର୍ଥିକ ନୀତି

ନୂଆଦିଲ୍ଲୀ,୨୪-୫: ସାଧାରଣ ନିର୍ବାଚନର ଗଣନାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ଜନାଦେଶ ମିଳିବାକୁ ଯାଉଛି। ନିଜ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଯୋଜନା ଘୋଷଣା...

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ...

ସର୍ଭରରେ ତ୍ରୁଟି ପାଇଁ ଦ୍ୱିତୀୟ ଦିନ ଏୟାର ଇଣ୍ଡିଆର ୧୩୭ ବିମାନ ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ,୨୯-୪: ଏୟାର ଇଣ୍ଡିଆ ଯାତ୍ରୀଙ୍କ ଅସୁବିଧା ଦୂର ହେଉନାହିଁ। ଶନିବାର ସର୍ଭର ସଫ୍ଟଓ୍ବେରରେ ଦେଖାଦେଇଥିବା ତ୍ରୁଟିର ପ୍ରଭାବ ଯୋଗୁ ୧୪୯ ବିମାନ ଯାତ୍ରା ପ୍ରଭାବିତ ହୋଇଥିବା...

ଡିସେମ୍ବରରୁ ୨୪ଘଣ୍ଟା ମିିିଳିବ ଏନ୍‌ଇଏଫ୍‌ଟି ସୁବିଧା

ନୂଆଦିଲ୍ଲୀ,୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଜନସାଧାରଣଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି। ମୁଦ୍ରାନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଡିସେମ୍ବରରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *