Posted inଜାତୀୟ

ଭାଜପାକୁ କଡ଼ା ସମାଲୋଚନା କଲେ ଆଦିତ୍ୟ

ମୁମ୍ବାଇ,୨୮।୧୨: ସରକାର ଗଠନ ପାଇଁ କିଛି ଦିନ ଧରି ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିଲା। ଏହାର ଅନ୍ତ ପରେ ଠାକରେ ପରିବାରର ଇତିହାସ ଭାଙ୍ଗି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ବିଧାନସଭା ନିର୍ବାଚନ ଫଳାଫଳରେ ଭାଜପା ସବୁଠାରୁ ବଡ଼ ଦଳ ହେବା ପରେ ମଧ୍ୟ ଶାସନ କ୍ଷମତାଠାରୁ ଦୂରେଇ ଯାଇଥିଲା। ଏହାପରେ ଏନ୍‌ସିପି ଓ କଂଗ୍ରେସ ସହ ଶିବସେନା ମେଣ୍ଟ କରି ୨ଦଳର ସମର୍ଥନରେ ସରକାର ଗଠନ କରିଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଭାଜପା ଓ ଶିବସେନା ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ବରେଲିର ବିଧାୟକ ତଥା ଶିବସେନା ମୁଖ୍ୟଙ୍କ ପୁଅ ଆଦିତ୍ୟ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶାସନ କ୍ଷମତାରୁ ଦୁରେଇ ଯାଇଥିବାରୁ ଭାଜପା ଏବେ ଶିବସେନାକୁ ଇର୍ଷା କରୁଛି। କ୍ଷମତାଠାରୁ ବାହାର ହେବା ପରେ ଭାଜପା ଦୁଃଖୀ ହୋଇ ପ୍ରତିହିଂସାରେ ଜଳୁଛି। ହେଲେ ତାଙ୍କୁ ‘ବରନଲ୍‌’ ଲଗାଇବା ପାଇଁ କେବେ ପରାମର୍ଶ ଦେବି ନାହିଁ ବୋଲି ଆଦିତ୍ୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶିବସେନା ଭାଜପାର କଷ୍ଟ ବୁଝୁଛି। କିନ୍ତୁ ଦଳ ନିଜ କାମକୁ ଭଲ ଭାବେ ତୁଲାଉ ଥିବାରୁ ସାଧାରଣଜନତା ତାଙ୍କୁ ବିଶ୍ୱାସ କରଛନ୍ତି। ଏଥିସହ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ମଧ୍ୟ ଦଳ ପୂରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ଯେପରିକି ଋଣ ଛାଡ, ୧୦ଟଙ୍କାରେ ଭୋଜନ ଇତ୍ୟାଦି। ସୂଚନାଯୋଗ୍ୟ, ଚଳିତ ବର୍ଷ ଶିବସେନା ମୁଖ୍ୟଙ୍କ ପୁଅ ଆଦିତ୍ୟ ଠାକରେ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବରେଲିରୁ ନିର୍ବାଚନ ଲଢ଼ି ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।


All Right Reserved By Dharitri.Com

ଧାରଣାସ୍ଥଳରେ କର୍ମଚାରୀଙ୍କର ହେଲା ବିବାହ କର୍ମ

ଠାଣେ,୧୮।୭: ଅମରାବତି ଜିଲାରେ ନିଖିଲ ତେଖି ନାମକ ଜଣେ ବ୍ୟକ୍ତି ନିଜ ବଦଳିକୁ ନେଇ ଧାରଣାରେ ବସିଥିଲେ। ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡରେଶନର କେତେଜଣ...

ମହାରାଷ୍ଟ୍ର: ହାରିଲେ ୮ ମନ୍ତ୍ରୀ

ମୁମ୍ବାଇ,୨୫-୧୦(ଆଇଏଏନ୍‌ଏସ୍‌):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନାକୁ ବହୁମତ ମିଳିଥିଲେ ହେଁ ଉଭୟ ଦଳର ୮ ମନ୍ତ୍ରୀ ଓ ବହୁ ତୁଙ୍ଗ ନେତା ପରାଜିତ ହୋଇଛନ୍ତି। ଫଳାଫଳ ଅନୁଯାୟୀ...

କରୋନା ସହ ଲଢ଼େଇ ପାଇଁ ସାମ୍ନାକୁ ଆସିଲେ ଉଦ୍ୟୋଗପତି

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୮କୁ...

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ...

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରରୁ ୧୧ଟଙ୍କା ମାଗିଲେ ଯୋଗୀ

ରାଞ୍ଚି,୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଏବେ ବିବାଦ ମଧ୍ୟକୁ ଚାଲିଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯାଇଥିବା ଯୋଗୀ...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ...

ଉନ୍ନାଓ୍ବରେ ପୁଣି ତାତି: ଏକତରଫା ପ୍ରେମରେ ବିଫଳ ହୋଇ ମୁସଲମାନ୍‌ ଯୁବତୀ ରୋହିତଙ୍କ ଉପରେ କଲେ ଏସିଡ୍‌ ମାଡ଼

ଉନ୍ନାଓ୍ବ,୨୯।୧: ଉତ୍ତରପ୍ରଦେଶ ଉନ୍ନାଓ୍ବ ବିଭିନ୍ନ ଆପରାଧୀକ ମାମଲା ଯୋଗୁ ଚର୍ଚ୍ଚାରେ ରହି ଆସିଛି। ସମ୍ପ୍ରତି ଏଠାରେ ଜଣେ ମୁସଲମାନ୍‌ ଯୁବତୀ ଏକ ତରଫା ପ୍ରେମରେ ବିଫଳ...

କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୨୯।୩: କରୋନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଦେଶ ଏକ ପ୍ରକାର ଠପ୍‌ ହୋଇ ଯାଇଛି। ଲକ୍‌ ଡାଉନକୁ ୫ ଦିନ...

Leave a comment

Your email address will not be published. Required fields are marked *