ଶୁଷ୍କ ତ୍ୱଚାକୁ କରନ୍ତୁନି ଅଣଦେଖା

ଶୀତଦିନେ ଅନେକଙ୍କଠାରେ ଶୁଷ୍କ ତ୍ୱଚା ସମସ୍ୟା ଦେଖିବାକୁ ମିଳିଥାଏ। ହେଲେ ଅନେକ ଲୋକ ଏହାକୁ ଅଣଦେଖା କରିଥାନ୍ତି। ଯଦ୍ଦ୍ବାରା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେଣୁ ତ୍ୱଚାକୁ ଶୁଷ୍କ ହେବାକୁ ନ ଦେବା ଏବଂ ନରମ ରଖିବା ଆବଶ୍ୟକ। ଏହାସହ ଡାକ୍ତରଙ୍କ ପରାମର୍ଶରେ ଶୁଷ୍କ ତ୍ୱଚାର ଅବିଳମ୍ବେ ଚିକିତ୍ସା କରାଇବା ଜରୁରୀ। ଏହାର ଶୀଘ୍ର ଚିକିତ୍ସା କରା ନ ଗଲେ ଚର୍ମ ସଂକ୍ରମଣ(ସ୍କିନ୍‌ ଇନ୍‌ଫେକ୍ସନ୍‌) ସମସ୍ୟା ମଧ୍ୟ ଉପୁଜିଥାଏ। ଜୀବାଣୁ ଜନିତ ସଂକ୍ରମଣ ଦ୍ୱାରା ଚର୍ମ ଲାଲ୍‌ ପଡ଼ିବା ସହ ରକ୍ତ ଓ ପୂଯ ବାହାରିବା, ଫୁଲିବା ଆଦି ଲକ୍ଷଣ ଦେଖାଯାଇଥାଏ। ଏହି ଲକ୍ଷଣ ଗୁଡ଼ିକ ଦେଖାଦେଲେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ତେବେ ଶୁଷ୍କ ତ୍ୱଚା ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଗାଧୋଇବା ପରେ ନିୟମିତ ମଏଶ୍ଚରାଏଜର୍‌ କ୍ରିମ୍‌ ବ୍ୟବହାର କରିବା ଉଚିତ। ଏହାସହ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଯଥା ଚର୍ମକୁ ବାରମ୍ବାର ନ କୁଣ୍ଡାଇବା, ଅତ୍ୟଧିକ ସମୟ ଏସି ରୁମ୍‌ରେ ନ ରହିବା, ଆବଶ୍ୟକ ଠାରୁ ଅଧିକ ଗରମ ପାଣିରେ ନ ଗାଧୋଇବା ଏବଂ ଡିଟର୍‌ଜେଣ୍ଟ ବ୍ୟବହାର ସମୟରେ ସତର୍କ ରହିବା ଉପରେ ଦୃଷ୍ଟିଦେଲେ ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବା। ସେହିପରି ଘରେ ଉପଲବ୍ଧ ନଡ଼ିଆତେଲ ଶୁଷ୍କ ତ୍ୱଚା ସମସ୍ୟାରେ ଭଲ କାମ କରିଥାଏ। ଏହା ବ୍ୟତୀତ ପେଟ୍ରୋଲିୟମ୍‌ ଜେଲି, ମହୁ ଏବଂ ଏଲୋଭେରା ଜେଲ୍‌ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ରକ୍ଷା ମିଳିପାରିବ।


All Right Reserved By Dharitri.Com

ବାରମ୍ବାର ମୁହଁରେ ହାତ ମାରିବା ଅଭ୍ୟାସ: ରହିଛି କରୋନା ସଂକ୍ରମଣ ଆଶଙ୍କା; ଲକ୍ଷେ ୨୫ ହଜାର ଜୀବନ ଯିବାପରେ ବି ଲୋକେ ନୁହଁନ୍ତି ସତର୍କ !

ନୂଆଦିଲ୍ଲୀ/ନ୍ୟୁୟର୍କ,୧୫।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି...

ସମସ୍ତଙ୍କ ପାଇଁ ସୁରକ୍ଷିତ ରକ୍ତ

”ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ୍‌। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ। ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪...

ଗୋଲାପ ତେଲର ଉପକାରିତା

ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ...

ଅଙ୍ଗୁଳିର ଲମ୍ବାରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ମନୁଷ୍ୟର ଶାରୀରିକ ଗଠନ ବ୍ୟକ୍ତିତ୍ୱ କଥା କହିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଅଙ୍ଗୁଳିରୁ କିଭଳି ବ୍ୟକ୍ତିତ୍ୱ କଥା ଜାଣିହୁଏ ଆସନ୍ତୁ ଜାଣିବା।...

ଉଷୁମପାଣି ଓ ଉଜ୍ଜ୍ୱଳ ତ୍ୱଚା

ଦୈନିକ ଦୁଇରୁ ତିନି ଗ୍ଲାସ୍‌ ଉଷୁମପାଣି ପିଇଲେ ତ୍ୱଚାର ଜଳୀୟାଂଶ ଠିକ୍‌ ରହିଥାଏ। ଫଳରେ ତ୍ୱଚା ରୁକ୍ଷ ଲାଗି ନ ଲାଗି ଚିକ୍କଣ ଏବଂ ଉଜ୍ଜ୍ୱଳ...

ବିବର୍ତ୍ତିତ ବିଶ୍ବରେ ଗୁରୁଙ୍କ ସ୍ବରୂପ

ଜନାର୍ଦ୍ଦନ ମିଶ୍ର   ଆଜିର ଇଣ୍ଟରନେଟ ଓ ଡିଜିଟାଲ ଦୁନିଆରେ ବିଶଗୁରୁ ସାଜିଛି ଗୁଗୁଲ। ଆଖି ପଲକରେ ମିଳୁଛି ଯେକୌଣସି ସୂଚନା କିମ୍ବା ପ୍ରଶ୍ନର ସହଜ...

ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ...

ପର୍ସରେ ରଖିଲେ କମିବ ଖର୍ଚ୍ଚ

ଟଙ୍କା ରଖିବା ପାଇଁ ସମସ୍ତେ ପର୍ସ ରଖନ୍ତି। ଟଙ୍କା ସହ ସେଥିରେ ଅନେକ ଆବଶ୍ୟକୀୟ ଜିନିଷ ବି ରଖନ୍ତି। ତେବେ ଅନେକେ ଅଭିଯୋଗ କରନ୍ତି ଯେ,...

Leave a comment

Your email address will not be published. Required fields are marked *